ଅପରେସନ ବେଳେ ପ୍ରି-ୱେଡିଂ ସୁଟ୍! ଭାଇରାଲ୍ ହେଉଛି ଭିଡିଓ

ଅପରେସନ ଥିଏଟରରେ ଭାବି ପତ୍ନୀଙ୍କ ସହ ପ୍ରି-ୱେଡିଂ ସୁଟ୍ କରି ସସପେଣ୍ଡ ହେଲେ ଡାକ୍ତର। 

ଅପରେସନ ବେଳେ ପ୍ରି-ୱେଡିଂ ସୁଟ୍! ଭାଇରାଲ୍ ହେଉଛି ଭିଡିଓ

ବର୍ତ୍ତମାନର ଫ୍ୟାସନ ଦୁନିଆରେ ସମସ୍ତେ କିଛି ନୂଆ କରିବାରେ ବ୍ୟସ୍ତ। ବିଶେଷ କରି ଏବେକାର ଯୁବପିଢି ବିବାହକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ନୂଆ ନୂଆ ଉପାୟ ଆପଣାଉଛନ୍ତି। ଏହାରି ମଧ୍ୟରେ ଜଣେ ଡାକ୍ତରଙ୍କୁ ନୂଆ କିଛି କରିବାର ନିଶା ମହଙ୍ଗା ପଡିଛି। ଅପରେସନ ଥିଏଟରରେ ଭାବି ପତ୍ନୀଙ୍କ ସହ ପ୍ରି-ୱେଡିଂ ସୁଟ୍ କରି ସସପେଣ୍ଡ ହୋଇଛନ୍ତି ଡାକ୍ତର। 

ସୂଚନା ଅନୁସାରେ, କର୍ଣ୍ଣାଟକ ଚିତ୍ରାଦୁର୍ଗ ଜିଲ୍ଲା ହସ୍ପିଟାଲରେ ଚୁକ୍ତିଭିତ୍ତିରେ ନିଯୁକ୍ତ ହୋଇଥିଲେ ସମ୍ପୃକ୍ତ ଡାକ୍ତର। ସେ ନିକଟରେ ଜିଲ୍ଲା ହସ୍ପିଟାଲର ଅପରେସନ୍ ଥିଏଟରରେ ତାଙ୍କ ଭାବି ପତ୍ନୀଙ୍କ ସହ ପ୍ରି-ୱେଡିଂ ସୁଟ୍ କରିଥିଲେ। ଏହି ଭିଡିଓ ସୁଟ୍ ପାଇଁ ସେ ନକଲି ଅପରେସନ୍ ସିନ୍ ତିଆରି କରିଥିଲେ।