‘ଅପରେସନ ସିନ୍ଦୂର’- ଜାଣିଥିଲି କିଛି ହେବାକୁ ଯାଉଛି – ଆମେରିକା ରାଷ୍ଟ୍ରପତି
ନୂଆଦିଲ୍ଲୀ : ପହଲଗାଓଁ ଆକ୍ରମଣର ଜବାବରେ ଭାରତ ଦ୍ୱାରା ପାକିସ୍ତାନର ଆତଙ୍କୀ ଠିକଣା ମାନଙ୍କରେ ହୋଇଥିବା ଏୟାର ଷ୍ଟ୍ରାଇକ୍ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତିକ୍ରିୟା ଦେଇଛନ୍ତି । ଟ୍ରମ୍ପ କହିଛନ୍ତି, ଆମେରିକା ଜାଣିଥିଲା କିଛି ହେବାକୁ ଯାଉଛି । ଆଶା ଥିଲା ଖୁବ୍ ଶୀଘ୍ର ଏସବୁ ଶେଷ ହେବ । ମୁଁ ଜାଣିଥିଲି ଭାରତ ପ୍ରତିଶୋଧ ନେବ । ସାମ୍ବାଦିକ ସମ୍ମିଳନୀରେ ଏକ ପ୍ରଶ୍ନର ଉତ୍ତର ଦେଇ ଟ୍ରମ୍ପ କହିଛନ୍ତି, ଓଭାଲ ରୁମକୁ ଆସିବା ମାତ୍ରେ […]

ନୂଆଦିଲ୍ଲୀ : ପହଲଗାଓଁ ଆକ୍ରମଣର ଜବାବରେ ଭାରତ ଦ୍ୱାରା ପାକିସ୍ତାନର ଆତଙ୍କୀ ଠିକଣା ମାନଙ୍କରେ ହୋଇଥିବା ଏୟାର ଷ୍ଟ୍ରାଇକ୍ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତିକ୍ରିୟା ଦେଇଛନ୍ତି । ଟ୍ରମ୍ପ କହିଛନ୍ତି, ଆମେରିକା ଜାଣିଥିଲା କିଛି ହେବାକୁ ଯାଉଛି । ଆଶା ଥିଲା ଖୁବ୍ ଶୀଘ୍ର ଏସବୁ ଶେଷ ହେବ । ମୁଁ ଜାଣିଥିଲି ଭାରତ ପ୍ରତିଶୋଧ ନେବ ।
ସାମ୍ବାଦିକ ସମ୍ମିଳନୀରେ ଏକ ପ୍ରଶ୍ନର ଉତ୍ତର ଦେଇ ଟ୍ରମ୍ପ କହିଛନ୍ତି, ଓଭାଲ ରୁମକୁ ଆସିବା ମାତ୍ରେ ଏହା ବିଷୟରେ ଶୁଣିଲୁ। ଅତୀତରେ ଘଟିଥିବା ଘଟଣାକୁ ନଜରରେ ରଖି ଏହାର ଆଧାରରେ ଆମେ ଜାଣିଥିଲୁ ଯେ କିଛି ଘଟିବାକୁ ଯାଉଛି।
ଭାରତ ଏବଂ ପାକିସ୍ତାନକୁ ସ୍ପଷ୍ଟ ଭାବରେ ଇଙ୍ଗିତ କରି ଆମେରିକା ରାଷ୍ଟ୍ରପତି କହିଛନ୍ତି, ଦଶନ୍ଧି ଏବଂ ଶତାବ୍ଦୀ ଧରି ଲଢ଼େଇ ଚାଲି ଆସୁଛି । ମୁଁ ଆଶା କରୁଛି ଏହା ଖୁବ୍ ଶୀଘ୍ର ଶେଷ ହେବ । ଏପ୍ରିଲ ୨୨ ତାରିଖରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଗତକାଲି ମଧ୍ୟ ରାତ୍ରୀରେ ଏହାର ପ୍ରତିଶୋଧ ନେଇଛି । ପାକ୍ ଅଧିକୃତ କାଶ୍ମୀର ଓ ପାକିସ୍ତାନର କିଛି ଅଞ୍ଚଳରେ ଭାରତୀୟ ସେନା ଆତଙ୍କୀ କ୍ୟାମ୍ପକୁ ଧ୍ୱଂସ କରିଛି ।