ଅପରେସନ ସିନ୍ଦୂରରେ ପାକିସ୍ତାନ ଫେଲ, ସଫଳ ହେଲା ଭାରତର ଚାଲ୍: US

ୱାସିଂଟନ ୭।୭: ଅପରେସନ ସିନ୍ଦୂରରେ ଭାରତର ଗୋଟେ ବି ଫାଇଟର ଜେଟ୍ ଖସାଇ ପାରିନି ପାକିସ୍ତାନ। ତେବେ ଭାରତୀୟ ବାୟୁସେନା (ଆଇଏଏଫ) ଦ୍ୱାରା ଏହା ବ୍ୟାପ୍ତ କରାଯାଇଥିବା ଏକ ଭ୍ରମ, ଯାହାକୁ ପାକିସ୍ତାନୀ ସେନା ଏପର୍ଯ୍ୟନ୍ତ ବୁଝି ପାରୁ ନାହିଁ। ଏହା କହିଛନ୍ତି ଆମେରିକାର ପୂର୍ବତନ ଏଫ-୧୫ଇ ଷ୍ଟ୍ରାଇକ୍ ଇଗଲ ଓ ଏଫ-୧୬ ଥଣ୍ଡରବାର୍ଡ ପାଇଲଟ ରୟାନ ବୋଡେନହାଇମର। ତେବେ ଆଇଏଏଫ ଦ୍ୱାରା ବ୍ୟାପ୍ତ କରାଯାଇଥିବା ଭ୍ରମକୁ ଏପର୍ଯ୍ୟନ୍ତର ସବୁଠୁ ସଫଳ ସୈନ୍ୟ ରଣନୀତି ବୋଲି କହିଛନ୍ତି ବୋଡେନହାଇମର ଓ ଏହାର ଶ୍ରେୟ ସେ ରାଫେଲ ଜେଟ୍ ର ଏକ୍ସ-ଗାର୍ଡ ଜେମିଂ ଡିକୟ ଓ ସ୍ପେକ୍ଟ୍ରା ଇଡବ୍ଲୁ ସୁଟ୍ କୁ ଦେଇଛନ୍ତି, ଯାହା ଯୁଦ୍ଧ ବେଳେ ପାକିସ୍ତାନର ପିଏଲ-୧୫ଇ ମିଜାଇଲକୁ ଭ୍ରମରେ ପକାଇଥିଲା। ବୋଡେନହାଇମରଙ୍କ ଏହି ବୟାନ ପରେ ପାକିସ୍ତାନ ଏ ପର୍ଯ୍ୟନ୍ତ   ଫାଙ୍କା ଦାବି କରୁଥିଲା ବୋଲି ସ୍ପଷ୍ଟ ହୋଇଯାଇଛି।ଅପରେସନ ସିନ୍ଦୂର କାଳରେ ପାକିସ୍ତାନ ୫ଟି ଯୁଦ୍ଧବିମାନକୁ ଖସେଇ ଦେଇଥିବାର ଦାବି କରିଥିଲା। ଏଥିରେ ୩ଟି ରାଫେଲ ଜେଟ୍ ଥିବାର ମଧ୍ୟ କହିଥିଲା। ତେବେ ଭାରତୀୟ ଓ ଅନ୍ତର୍ଜାତୀୟ ବିଶେଷଜ୍ଞ ପାକିସ୍ତାନର ଦାବିକୁ ଖାରଜ କରିଦେଇଛନ୍ତି। ପାକିସ୍ତାନ ଏପର୍ଯ୍ୟନ୍ତ କରୁଥିବା ଏ ନେଇ ଦାବିର ପୁଷ୍ଟି ମଧ୍ୟ କେଉଁଠି କରିନି। ଏ ବାବଦେ ପ୍ରମାଣ ମଧ୍ୟ ଦେଖାଇ ପାରୁ ନାହିଁ। ଅନ୍ତର୍ଜାତୀୟ ବିଶେଷଜ୍ଞଙ୍କ ଅନୁସାରେ ପାକିସ୍ତାନ ଯେଉଁଫାଇଟର ଜେଟ୍ ସବୁ ଖସାଇ ଦେଇଥ

ଅପରେସନ ସିନ୍ଦୂରରେ ପାକିସ୍ତାନ ଫେଲ, ସଫଳ ହେଲା ଭାରତର ଚାଲ୍: US

ୱାସିଂଟନ ୭।୭: ଅପରେସନ ସିନ୍ଦୂରରେ ଭାରତର ଗୋଟେ ବି ଫାଇଟର ଜେଟ୍ ଖସାଇ ପାରିନି ପାକିସ୍ତାନ। ତେବେ ଭାରତୀୟ ବାୟୁସେନା (ଆଇଏଏଫ) ଦ୍ୱାରା ଏହା ବ୍ୟାପ୍ତ କରାଯାଇଥିବା ଏକ ଭ୍ରମ, ଯାହାକୁ ପାକିସ୍ତାନୀ ସେନା ଏପର୍ଯ୍ୟନ୍ତ ବୁଝି ପାରୁ ନାହିଁ। ଏହା କହିଛନ୍ତି ଆମେରିକାର ପୂର୍ବତନ ଏଫ-୧୫ଇ ଷ୍ଟ୍ରାଇକ୍ ଇଗଲ ଓ ଏଫ-୧୬ ଥଣ୍ଡରବାର୍ଡ ପାଇଲଟ ରୟାନ ବୋଡେନହାଇମର। 

ତେବେ ଆଇଏଏଫ ଦ୍ୱାରା ବ୍ୟାପ୍ତ କରାଯାଇଥିବା ଭ୍ରମକୁ ଏପର୍ଯ୍ୟନ୍ତର ସବୁଠୁ ସଫଳ ସୈନ୍ୟ ରଣନୀତି ବୋଲି କହିଛନ୍ତି ବୋଡେନହାଇମର ଓ ଏହାର ଶ୍ରେୟ ସେ ରାଫେଲ ଜେଟ୍ ର ଏକ୍ସ-ଗାର୍ଡ ଜେମିଂ ଡିକୟ ଓ ସ୍ପେକ୍ଟ୍ରା ଇଡବ୍ଲୁ ସୁଟ୍ କୁ ଦେଇଛନ୍ତି, ଯାହା ଯୁଦ୍ଧ ବେଳେ ପାକିସ୍ତାନର ପିଏଲ-୧୫ଇ ମିଜାଇଲକୁ ଭ୍ରମରେ ପକାଇଥିଲା। ବୋଡେନହାଇମରଙ୍କ ଏହି ବୟାନ ପରେ ପାକିସ୍ତାନ ଏ ପର୍ଯ୍ୟନ୍ତ   ଫାଙ୍କା ଦାବି କରୁଥିଲା ବୋଲି ସ୍ପଷ୍ଟ ହୋଇଯାଇଛି।

ଅପରେସନ ସିନ୍ଦୂର କାଳରେ ପାକିସ୍ତାନ ୫ଟି ଯୁଦ୍ଧବିମାନକୁ ଖସେଇ ଦେଇଥିବାର ଦାବି କରିଥିଲା। ଏଥିରେ ୩ଟି ରାଫେଲ ଜେଟ୍ ଥିବାର ମଧ୍ୟ କହିଥିଲା। ତେବେ ଭାରତୀୟ ଓ ଅନ୍ତର୍ଜାତୀୟ ବିଶେଷଜ୍ଞ ପାକିସ୍ତାନର ଦାବିକୁ ଖାରଜ କରିଦେଇଛନ୍ତି। ପାକିସ୍ତାନ ଏପର୍ଯ୍ୟନ୍ତ କରୁଥିବା ଏ ନେଇ ଦାବିର ପୁଷ୍ଟି ମଧ୍ୟ କେଉଁଠି କରିନି। ଏ ବାବଦେ ପ୍ରମାଣ ମଧ୍ୟ ଦେଖାଇ ପାରୁ ନାହିଁ। ଅନ୍ତର୍ଜାତୀୟ ବିଶେଷଜ୍ଞଙ୍କ ଅନୁସାରେ ପାକିସ୍ତାନ ଯେଉଁଫାଇଟର ଜେଟ୍ ସବୁ ଖସାଇ ଦେଇଥିବାର ଦାବି କରୁଛି ସେଗୁଡିକ ଅସଲରେ ଜେଟ୍ ନଥିଲେ ବରଂ ନଷ୍ଟଯୋଗ୍ୟ ଡିକୟ (ଏକ୍ସ-ଗାର୍ଡ) ଥିଲା। 

ଏହି ଅପରେସନରେ ଆଇଏଏଫର ଇଲେକ୍ଟ୍ରୋନିକ୍ ଯୁଦ୍ଧ ଟେକନିକ୍ ପାକିସ୍ତାନ ବାୟୁସେନାକୁ ଭ୍ରମିତ କରିଦେଇଥିଲା। 

ଏକ୍ସ-ଗାର୍ଡ ଟେକନିକ୍ କ’ଣ?   
ଏକ୍ସ-ଗାର୍ଡ ଏକ ଇସ୍ରାଏଲ ନିର୍ମିତ ଫାଇବର ଅପ୍ଟିକ୍ ଟୋଅଡ ଡିକୟ ସିଷ୍ଟମ, ଯାହାକୁ ଶତ୍ରୁର ରାଡାର ଏବଂ ମିଜାଇଲକୁ ଭ୍ରମିତ କରିବା ପାଇଁ ଡେଭଲପ କରାଯାଇଛି। ଏହା ଏକ ୩୦ କେଜି ଓଜନର ଉପକରଣ ଯାହାକୁ ରାଫେଲ ଯୁଦ୍ଧ ବିମାନ ପଛପଟେ ଏକ କେବୁଲ ମାଧ୍ୟମରେ ଟଣାଯାଏ ଓ ଏହାକୁ ରାଫେଲର ସ୍ପେକ୍ଟ୍ରା ଇଲେକ୍ଟ୍ରୋନିକ ଯୁଦ୍ଧ ସୁଟ ସହିତ ଏକିକୃତ କରାଯାଏ। 

କିପରି କାମ କରେ ଏକ୍ସ-ଗାର୍ଡ
ଏକ୍ସ-ଗାର୍ଡ ୩୬୦ ଡିଗ୍ରି କ୍ଷେତ୍ରରେ ଜାମିଂ ସିଗ୍ନାଲ ପ୍ରସାରିତ କରିଥାଏ। ଯାହା ଶତ୍ରୁର ରାଡାର ଓ ମିଜାଇଲର ଆକ୍ଟିଭ ସିକର୍ସକୁ ଭ୍ରମିତ କରିବାର କାମ କରିଥାଏ। ଏହା ଅସଲି ଜେଟ୍ ଭଳି ଏକ ନକଲୀ ରାଡାର ସିଗ୍ନେଚର କ୍ରିଏଟ କରିଥାଏ। ଏଣୁ ଶତ୍ରୁକୁ ସହଜରେ ଭ୍ରମିତ କରିଦିଆଯାଏ। ଏହା ସହିତ ଏଥିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ମଧ୍ୟ ଉପଯୋଗ କରାଯାଇଛି। ଯାହା ରାଡାର ସିଗ୍ନାଲର ଡପ୍ଲର ସିଫ୍ଟ ଓ ସିଗ୍ନେଚରକୁ  କପି କରି ଏହା ସଠିକ ରୂପେ ଦୋହରାଇବାରେ ସକ୍ଷମ ହୋଇଥାଏ। ଏକ୍ସ-ଗାର୍ଡ ଏହି ସବୁ କାମ ରିୟଲ ଟାଇମରେ କରିଥାଏ। ଏଣୁ ଶତ୍ରୁକୁ ଲାଗେ ସେ ଜେଟ୍ କୁ ମାରି ଖସେଇ ଦେଇଛି ହେଲେ ବାସ୍ତବରେ ଏପରି କିଛି ହୋଇ ନଥାଏ।