ଅପରେସନ ସିନ୍ଦୂରରେ ପିନ୍ ପଏଣ୍ଟ ଟାର୍ଗେଟ୍; ମିସାଇଲ୍ ଷ୍ଟ୍ରାଇକରେ ୧୦୦ ଆତଙ୍କୀ ନିହତ

ନୂଆଦିଲ୍ଲୀ: ଭାରତୀୟ ସେନା ପହଲଗାମ୍ ଆତଙ୍କବାଦୀ ହମଲାର ଜବାବ ଦେଇଛି । ଅପରେସନ ସିନ୍ଦୂରର ମୁଖ୍ୟ ଲକ୍ଷ୍ୟ ଥିଲା ଆତଙ୍କବାଦୀଙ୍କୁ ସଫା କରିବା । ଏହି ଅପରେସନରେ ଭାରତୀୟ ସେନା ପ୍ରୟା ୧୦୦ରୁ ଅଧିକ ଆତଙ୍କୀଙ୍କୁ ନିପାତ କରିଛି । ଏହି ଏୟାର ଷ୍ଟ୍ରାଇକରେ ଆତଙ୍କୀ ଟ୍ରେନିଂ ସେଣ୍ଟର, ଲଞ୍ଚ ପ୍ୟାଡ୍ ସମ୍ପୂର୍ଣ୍ଣ ଭାବେ ଧ୍ବଂସ ହୋଇଛି । ପାକିସ୍ତାନ ଓ ପିଓକେରେ ଥିବା ୯ଟି ଆତଙ୍କବାଦୀ ଠିକଣା ନଷ୍ଟ ହୋଇଛି । ଡିଜିଏମଓ ପ୍ରେସ୍ କନଫ୍ରେନ୍ସ ବେଳେ ଭାରତୀୟ ସ୍ଥଳ ସେନାର ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ୍ ରାଜୀବ ଘାଇ କହିଛନ୍ତି, ଅପରେସନ ସିନ୍ଦୂରର ମୁଖ୍ୟ ଲକ୍ଷ୍ୟ ଥିଲା ଆତଙ୍କବାଦୀଙ୍କୁ ସଫା କରିବା । ଭାରତୀୟ ବାୟୁସେନା ଟାର୍ଗେଟରେ ଥିଲା ପାକିସ୍ତାନର ବାହଓ୍ବାଲପୁର ଓ ମୁରିଦକେ ଆତଙ୍କୀ ଗଡ଼ । ମୁରିଦକେ ଆତଙ୍କବାଦୀ କ୍ୟାମ୍ପର ୪ଟି ଟାର୍ଗେଟକୁ ଧ୍ବସ୍ତ କରାଯାଇଛି । ଏହି ସ୍ଥାନରେ ଗାଇଡେଡ୍ କ୍ଷେପଣାସ୍ତ୍ରରେ ପ୍ରହାର କରାଯାଇଥିଲା ବୋଲି ଡିଜିଏମଓ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ସେହିପରି ବାହାଓ୍ବାଲପୁର ସ୍ଥିତ ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ୍ କରିଥିଲା ସେନା । ଘାତକ ମିସାଇଲ୍ ମାଧ୍ୟମରେ ଏହାକୁ ସମ୍ପୂର୍ଣ୍ଣ ଧ୍ବଂସ କରାଯାଇଛି । ଏହି ଅଞ୍ଚଳକୁ ଜୈଶ-ଇ-ମହମ୍ମଦର ପ୍ରମୁଖ ଠିକଣା ବୋଲି କୁହାଯାଉଥିଲା । ଏଠାରେ ମସୁଦ ଆଝହର ଆତଙ୍କୀ ଟ୍ରେନିଂ କ୍ୟାମ୍ପ ସଂଚାଳନ କରୁଥିଲା ଏବଂ ଭାରତ ବିରୋଧରେ ଷଡ଼ଯନ୍ତ୍ର ରଚୁଥିଲା ।

ଅପରେସନ ସିନ୍ଦୂରରେ ପିନ୍ ପଏଣ୍ଟ ଟାର୍ଗେଟ୍; ମିସାଇଲ୍ ଷ୍ଟ୍ରାଇକରେ ୧୦୦ ଆତଙ୍କୀ ନିହତ

ନୂଆଦିଲ୍ଲୀ: ଭାରତୀୟ ସେନା ପହଲଗାମ୍ ଆତଙ୍କବାଦୀ ହମଲାର ଜବାବ ଦେଇଛି । ଅପରେସନ ସିନ୍ଦୂରର ମୁଖ୍ୟ ଲକ୍ଷ୍ୟ ଥିଲା ଆତଙ୍କବାଦୀଙ୍କୁ ସଫା କରିବା । ଏହି ଅପରେସନରେ ଭାରତୀୟ ସେନା ପ୍ରୟା ୧୦୦ରୁ ଅଧିକ ଆତଙ୍କୀଙ୍କୁ ନିପାତ କରିଛି । ଏହି ଏୟାର ଷ୍ଟ୍ରାଇକରେ ଆତଙ୍କୀ ଟ୍ରେନିଂ ସେଣ୍ଟର, ଲଞ୍ଚ ପ୍ୟାଡ୍ ସମ୍ପୂର୍ଣ୍ଣ ଭାବେ ଧ୍ବଂସ ହୋଇଛି । ପାକିସ୍ତାନ ଓ ପିଓକେରେ ଥିବା ୯ଟି ଆତଙ୍କବାଦୀ ଠିକଣା ନଷ୍ଟ ହୋଇଛି । 

ଡିଜିଏମଓ ପ୍ରେସ୍ କନଫ୍ରେନ୍ସ ବେଳେ ଭାରତୀୟ ସ୍ଥଳ ସେନାର ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ୍ ରାଜୀବ ଘାଇ କହିଛନ୍ତି, ଅପରେସନ ସିନ୍ଦୂରର ମୁଖ୍ୟ ଲକ୍ଷ୍ୟ ଥିଲା ଆତଙ୍କବାଦୀଙ୍କୁ ସଫା କରିବା । ଭାରତୀୟ ବାୟୁସେନା ଟାର୍ଗେଟରେ ଥିଲା ପାକିସ୍ତାନର ବାହଓ୍ବାଲପୁର ଓ ମୁରିଦକେ ଆତଙ୍କୀ ଗଡ଼ । ମୁରିଦକେ ଆତଙ୍କବାଦୀ କ୍ୟାମ୍ପର ୪ଟି ଟାର୍ଗେଟକୁ ଧ୍ବସ୍ତ କରାଯାଇଛି । ଏହି ସ୍ଥାନରେ ଗାଇଡେଡ୍ କ୍ଷେପଣାସ୍ତ୍ରରେ ପ୍ରହାର କରାଯାଇଥିଲା ବୋଲି ଡିଜିଏମଓ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । 

ସେହିପରି ବାହାଓ୍ବାଲପୁର ସ୍ଥିତ ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ୍ କରିଥିଲା ସେନା । ଘାତକ ମିସାଇଲ୍ ମାଧ୍ୟମରେ ଏହାକୁ ସମ୍ପୂର୍ଣ୍ଣ ଧ୍ବଂସ କରାଯାଇଛି । ଏହି ଅଞ୍ଚଳକୁ ଜୈଶ-ଇ-ମହମ୍ମଦର ପ୍ରମୁଖ ଠିକଣା ବୋଲି କୁହାଯାଉଥିଲା । ଏଠାରେ ମସୁଦ ଆଝହର ଆତଙ୍କୀ ଟ୍ରେନିଂ କ୍ୟାମ୍ପ ସଂଚାଳନ କରୁଥିଲା ଏବଂ ଭାରତ ବିରୋଧରେ ଷଡ଼ଯନ୍ତ୍ର ରଚୁଥିଲା । ଏହାକୁ ବାୟୁସେନା ସଠିକ୍ ମିସାଇଲ୍ ଷ୍ଟ୍ରାଇକ୍ କରି ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଥିଲା । ଏଥିରେ ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କୀ ମୁଦସର, ହାଫିଜ୍ ଜମିଲ, ୟୁସୁଫ୍ ଅଝହର, ଅବବ୍ଦୁଲ ମଲିକ୍ ରଫ୍ ସାମିଲ୍ ରହିଛନ୍ତି । ଏମାନେ IC 814 ପ୍ଲେନ୍ ହାଇଜାକ୍ ଓ ପୁଲଓ୍ବାମା ଆତଙ୍କବାଦୀ ହମଲାରେ ସାମିଲ୍ ଥିଲେ । ଏହାଛଡ଼ା ଭାରତ ସେନା ପାଲଟା ଜବାବରେ ୩୫ରୁ ୪୦ ପାକିସ୍ତାନୀ ଯବାନ ପ୍ରାଣ ହରାଇଛନ୍ତି ।