'ଅପରେସନ୍ ସିନ୍ଦୂର' ନାମରେ ନାମିତ IPL ଉଦ୍ଯାପନୀ ଉତ୍ସବ, ଭାରତୀୟ ସେନାକୁ ଦିଆଯିବ ସ୍ପେଶାଲ ଟ୍ରିବ୍ୟୁଟ୍
ମୁମ୍ୱାଇ ୨୭/୦୫: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୫ର ଉଦ୍ଯାପନୀ ସମାରୋହ ହେବ ବେଶ୍ ଦମ୍ଦାର । ତେବେ ଏହି ସମାରୋହ କେବଳ ଭାରତୀୟ ସଶସ୍ତ୍ର ବାହିନୀକୁ ଉତ୍ସର୍ଗ କରାଯିବ। କ୍ରିକେଟ ମଇଦାନରେ ସେନାର ଶୌର୍ଯ୍ୟକୁ କରାଯିବ ସଲାମ । ଆଇପିଏଲ ଗ୍ରାଣ୍ଡ ଫାଇନାଲରେ ଅପରେସନ ସିନ୍ଦୂରର ସଫଳତା ଉତ୍ସବ ପାଳନ ହେବ । ସିଡିଏସଙ୍କ ସମେତ ତିନି ସେନାର ମୁଖ୍ୟ ଏହି ଅବସରରେ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଛି । ବିସିସିଆଇ ପକ୍ଷରୁ ଏନେଇ ପ୍ରସ୍ତୁତି କରାଯାଉଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । ଜୁନ ୩ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ଆଇପିଏଲ ୨୦୨୫ର ଫାଇନାଲ ମୁକାବିଲା । ଉଦଯାପନୀ ଉତ୍ସବକୁ ଭାରତୀୟ ସେନାର ବୀର ଯବାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରାଯିବ । ପହଲଗାମ ଆତଙ୍କୀ ଆକ୍ରମଣର ପ୍ରତିଶୋଧ, ଅପରେସନ ସିନ୍ଦୂରରେ ନେଇଛି ଭାରତ । ପୂରା ଦେଶବାସୀ ସେନାବାହିନୀକୁ ପ୍ରଶଂସା କରୁଥିବାବେଳେ ବିସିସିଆଇ ମଧ୍ୟ ସ୍ୱତନ୍ତ୍ର ପ୍ରସ୍ତୁତି କରୁଛି । ଅପରେସନ ସିନ୍ଦୂର ପରେ ସୁରକ୍ଷା ଦୃଷ୍ଟିରୁ ପାଖାପାଖି ୧ ସପ୍ତାହ ଧରି ଆଇପିଏଲକୁ ସ୍ଥଗିତ ରଖାଯାଇଥିଲା । ମେ ୧୭ ତାରିଖରୁ ପୁଣି ଥରେ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିବା ବେଳେ ଜୁନ ୩ ତାରିଖରେ ହେବ ଫାଇନାଲ୍ ଫାଇଟ୍ । ଏହି ସମୟରେ, 'ଅପରେସନ୍ ସିନ୍ଦୂର'ର ନାୟକମାନଙ୍କୁ ସମ୍ମାନିତ କରାଯିବ। ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ଘ
ମୁମ୍ୱାଇ ୨୭/୦୫: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୫ର ଉଦ୍ଯାପନୀ ସମାରୋହ ହେବ ବେଶ୍ ଦମ୍ଦାର । ତେବେ ଏହି ସମାରୋହ କେବଳ ଭାରତୀୟ ସଶସ୍ତ୍ର ବାହିନୀକୁ ଉତ୍ସର୍ଗ କରାଯିବ। କ୍ରିକେଟ ମଇଦାନରେ ସେନାର ଶୌର୍ଯ୍ୟକୁ କରାଯିବ ସଲାମ । ଆଇପିଏଲ ଗ୍ରାଣ୍ଡ ଫାଇନାଲରେ ଅପରେସନ ସିନ୍ଦୂରର ସଫଳତା ଉତ୍ସବ ପାଳନ ହେବ । ସିଡିଏସଙ୍କ ସମେତ ତିନି ସେନାର ମୁଖ୍ୟ ଏହି ଅବସରରେ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଛି ।
ବିସିସିଆଇ ପକ୍ଷରୁ ଏନେଇ ପ୍ରସ୍ତୁତି କରାଯାଉଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । ଜୁନ ୩ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ଆଇପିଏଲ ୨୦୨୫ର ଫାଇନାଲ ମୁକାବିଲା । ଉଦଯାପନୀ ଉତ୍ସବକୁ ଭାରତୀୟ ସେନାର ବୀର ଯବାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରାଯିବ । ପହଲଗାମ ଆତଙ୍କୀ ଆକ୍ରମଣର ପ୍ରତିଶୋଧ, ଅପରେସନ ସିନ୍ଦୂରରେ ନେଇଛି ଭାରତ । ପୂରା ଦେଶବାସୀ ସେନାବାହିନୀକୁ ପ୍ରଶଂସା କରୁଥିବାବେଳେ ବିସିସିଆଇ ମଧ୍ୟ ସ୍ୱତନ୍ତ୍ର ପ୍ରସ୍ତୁତି କରୁଛି ।
ଅପରେସନ ସିନ୍ଦୂର ପରେ ସୁରକ୍ଷା ଦୃଷ୍ଟିରୁ ପାଖାପାଖି ୧ ସପ୍ତାହ ଧରି ଆଇପିଏଲକୁ ସ୍ଥଗିତ ରଖାଯାଇଥିଲା । ମେ ୧୭ ତାରିଖରୁ ପୁଣି ଥରେ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିବା ବେଳେ ଜୁନ ୩ ତାରିଖରେ ହେବ ଫାଇନାଲ୍ ଫାଇଟ୍ । ଏହି ସମୟରେ, 'ଅପରେସନ୍ ସିନ୍ଦୂର'ର ନାୟକମାନଙ୍କୁ ସମ୍ମାନିତ କରାଯିବ। ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ଘୋଷଣା କରିଛି ଯେ ଆଗାମୀ IPL ୨୦୨୫ର ଫାଇନାଲ ଭାରତୀୟ ସଶସ୍ତ୍ର ବାହିନୀର ସମ୍ମାନାର୍ଥେ ଉତ୍ସର୍ଗ କରାଯିବ।
ବିସିସିଆଇ ସଚିବ ଦେବଜିତ ସାଇକିଆ କହିଛନ୍ତି- ବିସିସିଆଇ ପକ୍ଷରୁ, ଆମେ ଆମର ସାହସୀ ସୈନିକଙ୍କ ସାହସ, ସାହସ ଏବଂ ନିଃସ୍ୱାର୍ଥପର ସେବାକୁ ସଲାମ କରୁଛୁ। କହିବାକୁ ଗଲେ ୨୨ ଏପ୍ରିଲରେ ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ଯାଇଥିଲା ୨୬ ସାଧାରଣ ନାଗରିକଙ୍କ ଜୀବନ ।