ଅପସରା ଅବତାରରେ ନଜର ଆସିଲେ କାମ୍ବୋଡିଆରେ ଥିବା ଭାରତର ରାଷ୍ଟ୍ରଦୂତ ଦେବଯାନି
କାମ୍ବୋଡିଆ,୧୪।୪: କାମ୍ବୋଡିଆରେ ଭାରତର ରାଷ୍ଟ୍ରଦୂତ ଥିବା ଦେବଯାନି ଖୋବ୍ରାଗଡେ ତାଙ୍କ ନୂଆ ଲୁକ ପାଇଁ ଏବେ ଚର୍ଚ୍ଚାରେ ଅଛନ୍ତି। କାମ୍ବୋଡିଆରେ ଥିବା ଭାରତୀୟ ଦୂତାବାସ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଦେବଯାନିଙ୍କ ଫଟୋ ଶେୟାର କରିଛି। ଏହି ଫଟୋଗୁଡ଼ିକରେ ସେ ପାରମ୍ପାରିକ ପୋଷାକ ପିନ୍ଧିଥିବା ‘ଖମେର ଅପସରା’ ଭାବରେ ନଜର ଆସିଛନ୍ତ। ସୂଚନାଯୋଗ୍ୟ, କାମ୍ବୋଡିଆରେ ସବୁଠାରୁ ବଡ ପାରମ୍ପାରିକ ପର୍ବ ‘ଖମେର ନବ ବର୍ଷ’ ପାଳନ କରାଯାଉଛି । ତିନିରୁ ଚାରି ଦିନ ପର୍ଯ୍ୟନ୍ତ ଚାଲିଥିବା ଏହି […] The post ଅପସରା ଅବତାରରେ ନଜର ଆସିଲେ କାମ୍ବୋଡିଆରେ ଥିବା ଭାରତର ରାଷ୍ଟ୍ରଦୂତ ଦେବଯାନି appeared first on Dharitri Odia News.
କାମ୍ବୋଡିଆ,୧୪।୪: କାମ୍ବୋଡିଆରେ ଭାରତର ରାଷ୍ଟ୍ରଦୂତ ଥିବା ଦେବଯାନି ଖୋବ୍ରାଗଡେ ତାଙ୍କ ନୂଆ ଲୁକ ପାଇଁ ଏବେ ଚର୍ଚ୍ଚାରେ ଅଛନ୍ତି। କାମ୍ବୋଡିଆରେ ଥିବା ଭାରତୀୟ ଦୂତାବାସ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଦେବଯାନିଙ୍କ ଫଟୋ ଶେୟାର କରିଛି। ଏହି ଫଟୋଗୁଡ଼ିକରେ ସେ ପାରମ୍ପାରିକ ପୋଷାକ ପିନ୍ଧିଥିବା ‘ଖମେର ଅପସରା’ ଭାବରେ ନଜର ଆସିଛନ୍ତ। ସୂଚନାଯୋଗ୍ୟ, କାମ୍ବୋଡିଆରେ ସବୁଠାରୁ ବଡ ପାରମ୍ପାରିକ ପର୍ବ ‘ଖମେର ନବ ବର୍ଷ’ ପାଳନ କରାଯାଉଛି । ତିନିରୁ ଚାରି ଦିନ ପର୍ଯ୍ୟନ୍ତ ଚାଲିଥିବା ଏହି ପର୍ବ କାମ୍ବୋଡିଆରେ ଏକ ସାଧାରଣ ଛୁଟିଦିନ। ଏହା ଦେଖି ଦେବଯାନି ଖୋବ୍ରାଗଡେ ‘ଖମେର ଅପସରା’ର ପୋଷାକରେ ଲୋକଙ୍କୁ ଅଭିବାଦନ ଜଣାଇଛନ୍ତି।
କାମ୍ବୋଡିଆର ଖମେର ସଂସ୍କୃତି ଏବଂ ପରମ୍ପରା ପ୍ରତି ଭାରତୀୟ ରାଷ୍ଟ୍ରଦୂତ ଦେବଯାନି ଖୋବ୍ରାଗଡେ ଗଭୀର ପ୍ରେମ ବ୍ୟକ୍ତ କରିଛନ୍ତି। କାମ୍ବୋଡିଆରେ ଥିବା ଭାରତୀୟ ଦୂତାବାସ କହିଛି ଯେ ଏହି ପରମ୍ପରାକୁ ସମ୍ମାନର ଚିହ୍ନ ଭାବରେ ରାଷ୍ଟ୍ରଦୂତ ଖମେର ପସରାର ରୂପ ନେଇ ଲୋକମାନଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ଏହା ସହିତ କିଛି ଦୂତାବାସ ମଧ୍ୟ ଭାରତୀୟ ଦୂତାବାସ ଦ୍ୱାରା ଟୁଇଟରରେ ଶେୟାର କରିଛନ୍ତି, ଯେଉଁଥିରେ ଦେବଯାନି ପାରମ୍ପାରିକ ପୋଷାକ ପିନ୍ଧିଥିବାର ନଜର ଆସିଛନ୍ତି।
The post ଅପସରା ଅବତାରରେ ନଜର ଆସିଲେ କାମ୍ବୋଡିଆରେ ଥିବା ଭାରତର ରାଷ୍ଟ୍ରଦୂତ ଦେବଯାନି appeared first on Dharitri Odia News.