ଅପହଞ୍ଚ ଇଲାକାରେ ସୁବ୍ୟବସ୍ଥିତ ହେବ ସ୍ୱାସ୍ଥ୍ୟ ସେବା, ଉଦ୍ଘାଟିତ ହେଲା ଭ୍ରାମ୍ୟମାଣ ଆମ୍ବୁଲାନ୍ସ,
ପାଟଣା ୧୪/୦୬: କେନ୍ଦୁଝର ଜିଲ୍ଲାର ଅଗମ୍ୟ ଅପହଞ୍ଚ ଅପହଞ୍ଚ ଇଲାକାର ଭ୍ରାମ୍ୟମାଣ ଆମ୍ବୁଲାନ୍ସ ଯୋଗେ ଉପଲବ୍ଧ ହେବ ସମସ୍ତ ଅତ୍ୟାଧୁନିକ ସ୍ଵାସ୍ଥ୍ୟ ସେବା ସୁବିଧା । କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭାରତର ପ୍ରମୁଖ ମହାରତ୍ନ କମ୍ପାନୀ ଗେଲ ଇଣ୍ଡିଆ ତରଫରୁ ଏକ ଅତ୍ୟାଧୁନିକ ଚିକିତ୍ସାସେବା ସୁବିଧା ଥିବା ଆମ୍ବୁଲାନ୍ସ ଉଦଘାଟିତ ହୋଇ ଯାଇଛି ।କେନ୍ଦୁଝରର ମାନ୍ୟବର ସାଂସଦ ଶ୍ରୀଯୁକ୍ତ ଅନନ୍ତ ନାୟକ ଏହି ଅତ୍ୟାଧୁନିକ ଆମ୍ବୁଲାନ୍ସକୁ ଉଦଘାଟିତ କରିଛନ୍ତି । ଏହି ଆମ୍ବୁଲାନ୍ସ କେନ୍ଦୁଝର ଜିଲାରେ ଅପହଞ୍ଚ ଇଲାକାରେ ଉତ୍କୃଷ୍ଟ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ରେ ସହାୟକ ହେବ ବୋଲି ସେ ମତ ବ୍ୟକ୍ତ କରିଥିଲେ । ଏହି ଆମ୍ବୁଲାନ୍ସର ଜଣେ ଡାକ୍ତର ଙ୍କ ସହ ମହିଳା ଓ ପୁରୁଷ ସ୍ୱାସ୍ଥ୍ୟକର୍ମୀ ନିୟୋଜିତ ହେବେ । ଏହି ଭ୍ରାମ୍ୟମାଣ ଆମ୍ବୁଲାନ୍ସ ଭିତରେ ଏକ ଓପିଡ଼ି ସହ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଆବଶ୍ୟକୀୟ ପରୀକ୍ଷା ନିରୀକ୍ଷା ସହ ଔଷଧ ମଧ୍ୟ ଉପଲବ୍ଧ ରହିଥିବା ନିୟୋଜିତ ଡାକ୍ତର ବ୍ରିଜେଶ ସିଂ ପ୍ରକାଶ କରିଛନ୍ତି । ଅପହଞ୍ଚ ଗ୍ରାମ ମାନଙ୍କରେ ଏହି ଯାନ ଯାଇ ଲୋକଙ୍କ ଘର ପାଖରେ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିବ । ଏହି ଭ୍ରାମ୍ୟମାଣ ଆମ୍ବୁଲାନ୍ସର ଉପଯୋଗୀତା କୁ ଉପଲବ୍ଧି କରି ଆଗାମୀ ଦିନରେ ଅଧିକ ସଂଖ୍ୟାରେ ଏହିଭଳି ଅତ୍ୟାଧୁନିକ ଆମ୍ବୁଲାନ୍ସ ଯୋଗାଇ ଦିଆଯିବ ବୋଲି ମାନ୍ୟବର ସାଂସଦ ଶ୍ର
ପାଟଣା ୧୪/୦୬: କେନ୍ଦୁଝର ଜିଲ୍ଲାର ଅଗମ୍ୟ ଅପହଞ୍ଚ ଅପହଞ୍ଚ ଇଲାକାର ଭ୍ରାମ୍ୟମାଣ ଆମ୍ବୁଲାନ୍ସ ଯୋଗେ ଉପଲବ୍ଧ ହେବ ସମସ୍ତ ଅତ୍ୟାଧୁନିକ ସ୍ଵାସ୍ଥ୍ୟ ସେବା ସୁବିଧା । କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭାରତର ପ୍ରମୁଖ ମହାରତ୍ନ କମ୍ପାନୀ ଗେଲ ଇଣ୍ଡିଆ ତରଫରୁ ଏକ ଅତ୍ୟାଧୁନିକ ଚିକିତ୍ସାସେବା ସୁବିଧା ଥିବା ଆମ୍ବୁଲାନ୍ସ ଉଦଘାଟିତ ହୋଇ ଯାଇଛି ।
କେନ୍ଦୁଝରର ମାନ୍ୟବର ସାଂସଦ ଶ୍ରୀଯୁକ୍ତ ଅନନ୍ତ ନାୟକ ଏହି ଅତ୍ୟାଧୁନିକ ଆମ୍ବୁଲାନ୍ସକୁ ଉଦଘାଟିତ କରିଛନ୍ତି । ଏହି ଆମ୍ବୁଲାନ୍ସ କେନ୍ଦୁଝର ଜିଲାରେ ଅପହଞ୍ଚ ଇଲାକାରେ ଉତ୍କୃଷ୍ଟ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ରେ ସହାୟକ ହେବ ବୋଲି ସେ ମତ ବ୍ୟକ୍ତ କରିଥିଲେ । ଏହି ଆମ୍ବୁଲାନ୍ସର ଜଣେ ଡାକ୍ତର ଙ୍କ ସହ ମହିଳା ଓ ପୁରୁଷ ସ୍ୱାସ୍ଥ୍ୟକର୍ମୀ ନିୟୋଜିତ ହେବେ ।
ଏହି ଭ୍ରାମ୍ୟମାଣ ଆମ୍ବୁଲାନ୍ସ ଭିତରେ ଏକ ଓପିଡ଼ି ସହ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଆବଶ୍ୟକୀୟ ପରୀକ୍ଷା ନିରୀକ୍ଷା ସହ ଔଷଧ ମଧ୍ୟ ଉପଲବ୍ଧ ରହିଥିବା ନିୟୋଜିତ ଡାକ୍ତର ବ୍ରିଜେଶ ସିଂ ପ୍ରକାଶ କରିଛନ୍ତି । ଅପହଞ୍ଚ ଗ୍ରାମ ମାନଙ୍କରେ ଏହି ଯାନ ଯାଇ ଲୋକଙ୍କ ଘର ପାଖରେ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିବ ।
ଏହି ଭ୍ରାମ୍ୟମାଣ ଆମ୍ବୁଲାନ୍ସର ଉପଯୋଗୀତା କୁ ଉପଲବ୍ଧି କରି ଆଗାମୀ ଦିନରେ ଅଧିକ ସଂଖ୍ୟାରେ ଏହିଭଳି ଅତ୍ୟାଧୁନିକ ଆମ୍ବୁଲାନ୍ସ ଯୋଗାଇ ଦିଆଯିବ ବୋଲି ମାନ୍ୟବର ସାଂସଦ ଶ୍ରୀ ନାୟକ ପ୍ରକାଶ କରିଛନ୍ତି ।