ଅପହଞ୍ଚ ଜନଜାତି ଗାଁରେ ରଥ ଟାଣିବେ ଏମ୍‌ପି ସୁକାନ୍ତ

ଦାରିଙ୍ଗବାଡ଼ି,୬ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ଏକାଧିକ ସ୍ଥାନରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ଅଞ୍ଚଳ ଉତ୍ସବ ମୁଖର ହୋଇଥିବା ବେଳେ ରଥଯାତ୍ରା ମହାଆଡ଼ମ୍ବରରେ ପାଳନ କରାଯିବାକୁ ଜୋରଦାର ପ୍ରସ୍ତୁତି ଚାଲିଛି। ଅଞ୍ଚଳର ସିମନବାଡ଼ି ସମେତ ଗବାଟବାଡ଼ି, ଶ୍ରାନିକେତା ପଞ୍ଚାୟତ ସୁଗାନକେତା, ବ୍ରାହ୍ମଣୀଗାଁ ଥାନା ଗଦାପୁର ଏବଂ କାଟିଙ୍ଗିଆରେ ଏହି ଯାତ୍ରା ଅନୁଷ୍ଠିତ ହେବ। କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ବିଜୟ ଲାଭ କରିବା ପରେ ୨ ଦିନିଆ […] The post ଅପହଞ୍ଚ ଜନଜାତି ଗାଁରେ ରଥ ଟାଣିବେ ଏମ୍‌ପି ସୁକାନ୍ତ appeared first on Dharitri Odia News.

ଅପହଞ୍ଚ ଜନଜାତି ଗାଁରେ ରଥ ଟାଣିବେ ଏମ୍‌ପି ସୁକାନ୍ତ

ଦାରିଙ୍ଗବାଡ଼ି,୬ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ଏକାଧିକ ସ୍ଥାନରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ଅଞ୍ଚଳ ଉତ୍ସବ ମୁଖର ହୋଇଥିବା ବେଳେ ରଥଯାତ୍ରା ମହାଆଡ଼ମ୍ବରରେ ପାଳନ କରାଯିବାକୁ ଜୋରଦାର ପ୍ରସ୍ତୁତି ଚାଲିଛି। ଅଞ୍ଚଳର ସିମନବାଡ଼ି ସମେତ ଗବାଟବାଡ଼ି, ଶ୍ରାନିକେତା ପଞ୍ଚାୟତ ସୁଗାନକେତା, ବ୍ରାହ୍ମଣୀଗାଁ ଥାନା ଗଦାପୁର ଏବଂ କାଟିଙ୍ଗିଆରେ ଏହି ଯାତ୍ରା ଅନୁଷ୍ଠିତ ହେବ। କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ବିଜୟ ଲାଭ କରିବା ପରେ ୨ ଦିନିଆ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳ ଗସ୍ତରେ ଆସୁଛନ୍ତି। ସେ ରବିବାର ଉକ୍ତ ବ୍ଲକର ଅପହଞ୍ଚ ଅଞ୍ଚଳ ତଥା ଜନଜାତି ଅଧ୍ୟୁଷିତ ଗ୍ରାମ ଗବାଟବାଡ଼ି ରଥଯାତ୍ରାରେ ଯୋଗ ଦେଇ ରଥ ଟାଣିବା କାର୍ଯ୍ୟକ୍ରମ ରହିଛି। ସେ ସକାଳ ସାଢ଼େ ୧୦ଟାରେ ଗବାଟବାଡ଼ିରେ ପହଞ୍ଚି ଯୋଗଦେବା କାର୍ଯ୍ୟକ୍ରମ ରହିଛି। ସେହିପରି ଅପରାହ୍ନ ୨ଟାରେ ଶ୍ରାନିକେତା ପଞ୍ଚାୟତ ସୁଗାନକେତାରେ ପହଞ୍ଚି ରଥ ଟାଣିବା କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି। ସୁକାନ୍ତ ଏମ୍‌ପି ହେବା ପରେ ଏହା ପ୍ରଥମଥର ଦାରିଙ୍ଗବାଡ଼ି ଗସ୍ତ କାର୍ଯ୍ୟକ୍ରମ ରହିଥିବାରୁ ଅଞ୍ଚଳବାସୀ ଓ ଭାଜପା କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି। ସେହିପରି ସୋମବାର ଦାରିଙ୍ଗବାଡ଼ି ପକ୍ଷରୁ ଏମ୍‌ପିଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯିବା ସହ ସହର ପରିକ୍ରମା ଓ ବିଭିନ୍ନ କାର୍ଯ୍ୟକ୍ରମ ରହିଥିବା ଭାଜପା ପକ୍ଷରୁ ସୂଚନା ମିଳିଛି। କନ୍ଧମାଳ ଏମ୍‌ପି ଏହି ଗସ୍ତ ସମୟରେ ଲୋକଙ୍କ ଅଭିଯୋଗ ମଧ୍ୟ ଶୁଣିବେ ବୋଲି ଜଣାପଡ଼ିଛି।

The post ଅପହଞ୍ଚ ଜନଜାତି ଗାଁରେ ରଥ ଟାଣିବେ ଏମ୍‌ପି ସୁକାନ୍ତ appeared first on Dharitri Odia News.