ଅପ୍ରେଲ ୨୧ ରେ ସମ୍ୱଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଗୁରୁବାର ପଞ୍ଜିକରଣ 

ଭୁବନେଶ୍ବରତା,୧୬।୪: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ଅପ୍ରେଲ ୨୧ ତାରିଖ-ସୋମବାରରେ ସମ୍ବଲପୁରରେ ଜନସାଧାରଣଙ୍କର ବିଭିନ୍ନ ଅଭିଯୋଗର ଶୁଣାଣି କରିବେ। ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ, ଦୁର୍ଗାପାଲି ଠାରେ  ଏହି ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ। ଏଥିପାଇଁ ଆସନ୍ତାକାଲି ଅପ୍ରେଲ ୧୭ତାରିଖ ଦିବା ୧୧ ଘଟିକା ଠାରୁ ଜନଶୁଣାଣି ପୋର୍ଟାଲ ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେଶନ ମାଧ୍ୟମରେପଞ୍ଜୀକରଣ ଆରମ୍ଭ ହେବ ।ଏଥିପାଇଁ ସର୍ବାଧିକ ୧୦୦୦ ଜଣ ପଞ୍ଜୀକରଣ କରିପାରିବେ । ପଞ୍ଜୀକୃତ ଦରଖାସ୍ତକାରୀ ସେମାନଙ୍କର […] The post ଅପ୍ରେଲ ୨୧ ରେ ସମ୍ୱଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଗୁରୁବାର ପଞ୍ଜିକରଣ  appeared first on Dharitri Odia News.

ଅପ୍ରେଲ ୨୧ ରେ ସମ୍ୱଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଗୁରୁବାର ପଞ୍ଜିକରଣ 

ଭୁବନେଶ୍ବରତା,୧୬।୪: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ଅପ୍ରେଲ ୨୧ ତାରିଖ-ସୋମବାରରେ ସମ୍ବଲପୁରରେ ଜନସାଧାରଣଙ୍କର ବିଭିନ୍ନ ଅଭିଯୋଗର ଶୁଣାଣି କରିବେ। ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ, ଦୁର୍ଗାପାଲି ଠାରେ  ଏହି ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ।

ଏଥିପାଇଁ ଆସନ୍ତାକାଲି ଅପ୍ରେଲ ୧୭ତାରିଖ ଦିବା ୧୧ ଘଟିକା ଠାରୁ ଜନଶୁଣାଣି ପୋର୍ଟାଲ ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେଶନ ମାଧ୍ୟମରେପଞ୍ଜୀକରଣ ଆରମ୍ଭ ହେବ ।ଏଥିପାଇଁ ସର୍ବାଧିକ ୧୦୦୦ ଜଣ ପଞ୍ଜୀକରଣ କରିପାରିବେ ।

ପଞ୍ଜୀକୃତ ଦରଖାସ୍ତକାରୀ ସେମାନଙ୍କର ପଞ୍ଜୀକୃତ ପ୍ରାପ୍ତିପତ୍ର ଏବଂ ବ୍ୟକ୍ତିଗତ ପରିଚୟପତ୍ର ତଥା ନିଜ ନିଜର ଅଭିଯୋଗ ପତ୍ର ସହ ଦର୍ଶାଯାଇଥିବା ସ୍ଥାନ ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ, ଦୁର୍ଗାପାଲି ଠାରେ ୨୧ ତାରିଖ ଦିନ ସକାଳ ୮ଟା ସମୟରୁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ସେମାନଙ୍କର ଅଭିଯୋଗ ଜଣାଇ ପାରିବେ । ଏ ସଂପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

The post ଅପ୍ରେଲ ୨୧ ରେ ସମ୍ୱଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଗୁରୁବାର ପଞ୍ଜିକରଣ  appeared first on Dharitri Odia News.