ଅଫିସ ଯିବା ବେଳେ ଟ୍ରକ୍ ପଛରେ ପିଟିହେଲା କାର୍, ଚାଲିଗଲା ଇଞ୍ଜିନିୟରଙ୍କ ଜୀବନ
ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାସ୍ତାରେ ଶନିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍କୁ ଅନ୍ୟ ଏକ କାର୍ ପଛପଟୁ ଧକ୍କା ଦେବରୁ କାର୍ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ, ବରଗଡ଼ ଗଙ୍ଗାଧର ନଗର ନିବାସୀ ଇଞ୍ଜିନିୟର ତୁଷାର ଭଦ୍ର। ସୋହେଲା ବ୍ଲକ କାର୍ଯ୍ୟାଳୟରେ ସେ କାର୍ଯ୍ୟରତ ଥିଲେ। ଅନ୍ୟଦିନ ଭଳି ସେ କାର୍ ଯୋଗେ ବ୍ଲକ କାର୍ଯ୍ୟାଳୟକୁ ଯିବା ବାଟରେ ଏହି ସଡ଼କ ଦୁର୍ଘଟଣା ଘଟିଥିଲା। ସେ ବରଗଡ଼ ଧନୁଯାତ୍ରା ସାଂସ୍କୃତିକ କମିଟିର […] The post ଅଫିସ ଯିବା ବେଳେ ଟ୍ରକ୍ ପଛରେ ପିଟିହେଲା କାର୍, ଚାଲିଗଲା ଇଞ୍ଜିନିୟରଙ୍କ ଜୀବନ appeared first on Dharitri Odia News.
ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାସ୍ତାରେ ଶନିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍କୁ ଅନ୍ୟ ଏକ କାର୍ ପଛପଟୁ ଧକ୍କା ଦେବରୁ କାର୍ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ, ବରଗଡ଼ ଗଙ୍ଗାଧର ନଗର ନିବାସୀ ଇଞ୍ଜିନିୟର ତୁଷାର ଭଦ୍ର। ସୋହେଲା ବ୍ଲକ କାର୍ଯ୍ୟାଳୟରେ ସେ କାର୍ଯ୍ୟରତ ଥିଲେ। ଅନ୍ୟଦିନ ଭଳି ସେ କାର୍ ଯୋଗେ ବ୍ଲକ କାର୍ଯ୍ୟାଳୟକୁ ଯିବା ବାଟରେ ଏହି ସଡ଼କ ଦୁର୍ଘଟଣା ଘଟିଥିଲା। ସେ ବରଗଡ଼ ଧନୁଯାତ୍ରା ସାଂସ୍କୃତିକ କମିଟିର ଜଣେ ସକ୍ରିୟ ସଦସ୍ୟ ଥିଲେ। ତାଙ୍କ ଅକାଳ ବିୟୋଗରେ ବରଗଡ଼ରେ ଗଭୀର ଶୋକ ପ୍ରକାଶ ପାଇଛି।
The post ଅଫିସ ଯିବା ବେଳେ ଟ୍ରକ୍ ପଛରେ ପିଟିହେଲା କାର୍, ଚାଲିଗଲା ଇଞ୍ଜିନିୟରଙ୍କ ଜୀବନ appeared first on Dharitri Odia News.