ଅଫ୍‌ସ୍କ୍ରିନ୍‌ ବଣ୍ଡ୍‌ ଏବେ ଅନ୍‌ସ୍କ୍ରିନରେ

ଅନନ୍ୟା ପାଣ୍ଡେ ଓ ସାରା ଅଲ୍ଲୀ ଖାନ ନିଜର ବଣ୍ଡିଂ ପାଇଁ ବିଟାଉନ୍‌ରେ ଖୁବ ପରିଚିତ । ତେବେ ବର୍ତ୍ତମାନ ରିଅଲ ସହିତ ରିଲ୍‌ରେ ମଧ୍ୟ ଏହି ବଣ୍ଡିଂ ଦେଖିବାକୁ ମିଳିବ । ଖୁବ ଶୀଘ୍ର ଏହି ଦୁଇ ଷ୍ଟାରଙ୍କୁ ଏକାଠି ପରଦାରେ ଦେଖିବାକୁ ମିଳିବ । ୨୦୧୨ର ହିଟ୍‌ ଫିଲ୍ମ କକ୍‌ଟେଲ୍‌ର ଖୁବଶୀଘ୍ର ସିକୁଏଲ ନିର୍ମାଣ ହେବାକୁ ଯାଉଛି, ଯେଉଁଥିରେ ସାରା ଅଲ୍ଲୀ ଖାନ ଓ ଅନନ୍ୟା ପାଣ୍ଡେଙ୍କୁ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି […]

ଅଫ୍‌ସ୍କ୍ରିନ୍‌ ବଣ୍ଡ୍‌ ଏବେ ଅନ୍‌ସ୍କ୍ରିନରେ
ଅଫ୍‌ସ୍କ୍ରିନ୍‌ ବଣ୍ଡ୍‌ ଏବେ ଅନ୍‌ସ୍କ୍ରିନରେ

ଅନନ୍ୟା ପାଣ୍ଡେ ଓ ସାରା ଅଲ୍ଲୀ ଖାନ ନିଜର ବଣ୍ଡିଂ ପାଇଁ ବିଟାଉନ୍‌ରେ ଖୁବ ପରିଚିତ । ତେବେ ବର୍ତ୍ତମାନ ରିଅଲ ସହିତ ରିଲ୍‌ରେ ମଧ୍ୟ ଏହି ବଣ୍ଡିଂ ଦେଖିବାକୁ ମିଳିବ । ଖୁବ ଶୀଘ୍ର ଏହି ଦୁଇ ଷ୍ଟାରଙ୍କୁ ଏକାଠି ପରଦାରେ ଦେଖିବାକୁ ମିଳିବ । ୨୦୧୨ର ହିଟ୍‌ ଫିଲ୍ମ କକ୍‌ଟେଲ୍‌ର ଖୁବଶୀଘ୍ର ସିକୁଏଲ ନିର୍ମାଣ ହେବାକୁ ଯାଉଛି, ଯେଉଁଥିରେ ସାରା ଅଲ୍ଲୀ ଖାନ ଓ ଅନନ୍ୟା ପାଣ୍ଡେଙ୍କୁ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି । ଆଗକୁ ସାରା ଅଲ୍ଲୀ ଖାନ୍‌ଙ୍କୁ ଅନୁରାଗ ବାସୁଙ୍କର ମେଟ୍ରୋ ଇନ୍‌ ଦିନୋ ଫିଲ୍ମରେ ଦେଖିବାକୁ ମିଳିବ । ସେହିଭଳି ଅନନ୍ୟାଙ୍କ ହାତରେ ମଧ୍ୟ କିଛି ଏକ୍ସସାଇଟିଂ ପ୍ରୋଜେକଫ ରହିଛି । ଆଗକୁ ତାଙ୍କୁ ଅକ୍ଷୟ କୁମାରଙ୍କ ସହିତ ସ୍କ୍ରିନ ସେୟାର କରୁଥିବାର ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି । ତେବେ ଉଭୟଙ୍କ ଅଫ୍‌ସ୍କ୍ରିନ୍‌ ବଣ୍ଡ୍‌କୁ ପସନ୍ଦ କରୁଥିବା ଦର୍ଶକ ଅନ୍‌ସ୍କ୍ରିନରେ ମଧ୍ୟ ଏହି ବଣ୍ଡ୍‌କୁ ଦେଖିବାକୁ ଉତ୍ସାହ ପ୍ରକାଶ କରିଛନ୍ତି । ଫିଲ୍ମକୁ ନେଇ ସେଭଳି କିଛି ସବିଶେଷ ତଥ୍ୟ ଜଣାପଡିନାହିଁ ।