ଅବକାରୀ ଇନ୍ସପେକ୍ଟର ହଟହଟ୍ଟା, କର୍ମଚାରୀଙ୍କ ସହ ଅଟକ ରଖିଲେ ଗ୍ରାମବାସୀ

ସୋର ୨୪।୪: ଚୋରା ମଦ ଖୋଜିବାକୁ ଆସି ଅବକାରୀ ଇନ୍ସପେକ୍ଟର ଓ କର୍ମଚାରୀ ହଟହଟ୍ଟା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର କରିଛି l ବୁଧବାର ସକାଳେ ଜଳେଶ୍ୱର ଅବକାରୀ ସେଟଲାଇଟ ଥାନା ଇନ୍ସପେକ୍ଟର ଲକ୍ଷସାଧନ ପ୍ରଧାନ ଏକ ଟିମ୍ ନେଇ ଅନନ୍ତପୁର ଫାଣ୍ଡି ଅଧୀନ ଆମ୍ବତୋଟା ଗ୍ରାମର ଅବସରପ୍ରାପ୍ତ ପୋଲିସ ଅଧିକାରୀ ପର୍ଶୁରାମ ପରିଡା ଓ ତାଙ୍କ ଭାଇ ବୁଦ୍ଧିରାମ ପରିଡାଙ୍କ ଘର ଓ ବାଡ଼ିରେ ଚୋରା ମଦ ରଖି ବିକ୍ରି କରୁଥିବା ଅଭିଯୋଗ କରି ଖୋଜାଖୋଜି କରିଥିଲେ l ଯାହାକୁ ନେଇ ବୁଦ୍ଧିରାମ ଓ ପର୍ଶୁରାମ ବିରୋଧ କରି ଅବକାରୀ କର୍ମଚାରୀଙ୍କୁ ଅଟକ ରଖିଥିଲେ l ବୁଦ୍ଧିରାମ ଓ ତାଙ୍କ ସ୍ତ୍ରୀ ଅଭିଯୋଗ କରିଥିଲେ ଆମେ ପ୍ରତିଷ୍ଠିତ ପରିବାର ଅବକାରୀ ବିଭାଗ ମିଛ ଅଭିଯୋଗରେ ଆମ ଶୋଇବା ଘର ଓ ବାଡ଼ିରେ ମଦ ଖୋଜିବାରୁ ଆମ ସାମାଜିକ ସମ୍ମାନ କ୍ଷୂର୍ଣ୍ଣ ହୋଇଛି l ବୁଦ୍ଧିରାମ ନିକଟସ୍ଥ ଅନନ୍ତପୁର ଫାଣ୍ଡିକୁ ଖବର ଦେବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷକୁ ବୁଝାସୁଝା କରି ଅବକାରୀ କର୍ମଚାରୀଙ୍କୁ ବୁଦ୍ଧିରାମ ଓ ପର୍ଶୁରାମ ଘରୁ ନେଇଯାଇଥିଲା । You Can Read :ତାତିରୁ ନିସ୍ତାର ନାହିଁ, ସାଢେ ୧୧ଟା ସୁଦ୍ଧା ୪୧ ଟପିଲା ବାଲେଶ୍ବର ତାପମାତ୍ରା

ଅବକାରୀ ଇନ୍ସପେକ୍ଟର ହଟହଟ୍ଟା, କର୍ମଚାରୀଙ୍କ ସହ ଅଟକ ରଖିଲେ ଗ୍ରାମବାସୀ

ସୋର ୨୪।୪: ଚୋରା ମଦ ଖୋଜିବାକୁ ଆସି ଅବକାରୀ ଇନ୍ସପେକ୍ଟର ଓ କର୍ମଚାରୀ ହଟହଟ୍ଟା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର କରିଛି l 

ବୁଧବାର ସକାଳେ ଜଳେଶ୍ୱର ଅବକାରୀ ସେଟଲାଇଟ ଥାନା ଇନ୍ସପେକ୍ଟର ଲକ୍ଷସାଧନ ପ୍ରଧାନ ଏକ ଟିମ୍ ନେଇ ଅନନ୍ତପୁର ଫାଣ୍ଡି ଅଧୀନ ଆମ୍ବତୋଟା ଗ୍ରାମର ଅବସରପ୍ରାପ୍ତ ପୋଲିସ ଅଧିକାରୀ ପର୍ଶୁରାମ ପରିଡା ଓ ତାଙ୍କ ଭାଇ ବୁଦ୍ଧିରାମ ପରିଡାଙ୍କ ଘର ଓ ବାଡ଼ିରେ ଚୋରା ମଦ ରଖି ବିକ୍ରି କରୁଥିବା ଅଭିଯୋଗ କରି ଖୋଜାଖୋଜି କରିଥିଲେ l ଯାହାକୁ ନେଇ ବୁଦ୍ଧିରାମ ଓ ପର୍ଶୁରାମ ବିରୋଧ କରି ଅବକାରୀ କର୍ମଚାରୀଙ୍କୁ ଅଟକ ରଖିଥିଲେ l ବୁଦ୍ଧିରାମ ଓ ତାଙ୍କ ସ୍ତ୍ରୀ ଅଭିଯୋଗ କରିଥିଲେ ଆମେ ପ୍ରତିଷ୍ଠିତ ପରିବାର ଅବକାରୀ ବିଭାଗ ମିଛ ଅଭିଯୋଗରେ ଆମ ଶୋଇବା ଘର ଓ ବାଡ଼ିରେ ମଦ ଖୋଜିବାରୁ ଆମ ସାମାଜିକ ସମ୍ମାନ କ୍ଷୂର୍ଣ୍ଣ ହୋଇଛି l ବୁଦ୍ଧିରାମ ନିକଟସ୍ଥ ଅନନ୍ତପୁର ଫାଣ୍ଡିକୁ ଖବର ଦେବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷକୁ ବୁଝାସୁଝା କରି ଅବକାରୀ କର୍ମଚାରୀଙ୍କୁ ବୁଦ୍ଧିରାମ ଓ ପର୍ଶୁରାମ ଘରୁ ନେଇଯାଇଥିଲା । 

You Can Read :

ତାତିରୁ ନିସ୍ତାର ନାହିଁ, ସାଢେ ୧୧ଟା ସୁଦ୍ଧା ୪୧ ଟପିଲା ବାଲେଶ୍ବର ତାପମାତ୍ରା