ଅବକାରୀ ଦୁର୍ନୀତି ମାମଲା, କେଜ୍ରିୱାଲଙ୍କୁ ଷଷ୍ଠ ଥର ସମନ୍ କଲା ଇଡି
ନୂଆଦିଲ୍ଲୀ : ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ସମନ୍ କରିଛି। ଷଷ୍ଠ ଥର ପାଇଁ ଇଡି କେଜ୍ରିୱାଲଙ୍କୁ ସମନ କରିଛି। ସୋମବାର କେଜ୍ରିୱାଲଙ୍କୁ ଜେରା ପାଇଁ ଦିଲ୍ଲୀ ସ୍ଥିତ ଇଡି ମୁଖ୍ୟାଳୟରେ ହାଜର ହେବାକୁ କୁହାଯାଇଛି। ପୂର୍ବରୁ କେଜ୍ରିୱାଲଙ୍କୁ ୫ ଥର ସମନ୍ କରାଯାଇଥିଲେ ସୁଦ୍ଧା ସେ ଇଡିରେ ହାଜର ହୋଇନଥିଲେ। । ଉକ୍ତ ମାମଲାରେ ଇଢି କେଜ୍ରିୱାଲଙ୍କୁ ଗିରଫ କରିପାରେ। ଯଦି ଇଡି କେଜ୍ରିୱାଲଙ୍କୂ ଗିରଫ […]

ନୂଆଦିଲ୍ଲୀ : ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ସମନ୍ କରିଛି। ଷଷ୍ଠ ଥର ପାଇଁ ଇଡି କେଜ୍ରିୱାଲଙ୍କୁ ସମନ କରିଛି। ସୋମବାର କେଜ୍ରିୱାଲଙ୍କୁ ଜେରା ପାଇଁ ଦିଲ୍ଲୀ ସ୍ଥିତ ଇଡି ମୁଖ୍ୟାଳୟରେ ହାଜର ହେବାକୁ କୁହାଯାଇଛି। ପୂର୍ବରୁ କେଜ୍ରିୱାଲଙ୍କୁ ୫ ଥର ସମନ୍ କରାଯାଇଥିଲେ ସୁଦ୍ଧା ସେ ଇଡିରେ ହାଜର ହୋଇନଥିଲେ। । ଉକ୍ତ ମାମଲାରେ ଇଢି କେଜ୍ରିୱାଲଙ୍କୁ ଗିରଫ କରିପାରେ। ଯଦି ଇଡି କେଜ୍ରିୱାଲଙ୍କୂ ଗିରଫ କରେ ତେବେ ସେ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ କ୍ଷମତାରେ ଥାଇ ଗିରଫ ହେବେ। ତେବେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କେଜ୍ରିୱାଲଙ୍କୁ ବିଜେପି ଟାର୍ଗେଟ୍ କରିଛି ବୋଲି ଆପ୍ ଅଭିଯୋଗ କରିଛି। ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଫେବ୍ରୁଆରି ୨, ଜାନୁଆରି ୩୧, ଜାନୁଆରି ୨୯, ଡିସେମ୍ବର ୨୧, ନଭେମ୍ବର ୨ରେ କେଜ୍ରିୱାଲଙ୍କୁ ସମନ୍ କରାଯାଇଥିଲା। ଉଲ୍ଳେଖଯୋଗ୍ୟ ଯେ କେଜ୍ରିୱାଲଙ୍କୁ ପ୍ରଥମେ ଗତ ଏପ୍ରିଲରେ ସିବିଆଇ ଜେରା କରିଥିଲା। କେଜ୍ରିୱାଲ କହିଛନ୍ତି, ଉକ୍ତ ଘଟଣାରେ ସେ ଅଭିଯୁକ୍ତ ନୁହନ୍ତି। ସିବିଆଇ ତାଙ୍କୁ ୫୬ ପ୍ରଶ୍ନ କରିଛି। କିନ୍ତୁ ସବୁକିଛି ନକଲି।