ଅବକାରୀ ବିଭାଗ ପକ୍ଷରୁ ୧ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ଗଂଜେଇ ଜବତ
ବୌଦ୍ଧ/ହରଭଙ୍ଗା : ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣର ଗଂଜେଇ ଜବତ ହୋଇଛି । ବୌଦ୍ଧଥାନା ବଘିଆପଡା ଫାଣ୍ଡି ଅଞ୍ଚଳରେ ଜଙ୍ଗଲ ମଧ୍ୟରେ ଚୋରା ଚାଲାଣ ପାଇଁ ବିପୁଳ ପରିମାଣର ଗଂଜେଇ ରଖାଯାଇଥିବାବେଳେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଜବତ କରାଯାଇଛି । ମିଳିଥିବା ସୂଚନା ମୁତାବକ, ନିର୍ବାଚନକୁ ଦୃଷ୍ଟିରେ ରଖି ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ଯାଗାରେ ଚଢାଉ ଜାରି ରହିଥିବାବେଳେ ବଘିଆପଡା ଫାଣ୍ଡି ଅନ୍ତର୍ଗତ ଆଙ୍କୁନ ଓ ସାନବବଡା ଜଙ୍ଗଲରେ ଚୋରା ଚାଲାଣ […] The post ଅବକାରୀ ବିଭାଗ ପକ୍ଷରୁ ୧ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ଗଂଜେଇ ଜବତ appeared first on KNews Odisha.

ବୌଦ୍ଧ/ହରଭଙ୍ଗା : ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣର ଗଂଜେଇ ଜବତ ହୋଇଛି । ବୌଦ୍ଧଥାନା ବଘିଆପଡା ଫାଣ୍ଡି ଅଞ୍ଚଳରେ ଜଙ୍ଗଲ ମଧ୍ୟରେ ଚୋରା ଚାଲାଣ ପାଇଁ ବିପୁଳ ପରିମାଣର ଗଂଜେଇ ରଖାଯାଇଥିବାବେଳେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଜବତ କରାଯାଇଛି ।
ମିଳିଥିବା ସୂଚନା ମୁତାବକ, ନିର୍ବାଚନକୁ ଦୃଷ୍ଟିରେ ରଖି ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ଯାଗାରେ ଚଢାଉ ଜାରି ରହିଥିବାବେଳେ ବଘିଆପଡା ଫାଣ୍ଡି ଅନ୍ତର୍ଗତ ଆଙ୍କୁନ ଓ ସାନବବଡା ଜଙ୍ଗଲରେ ଚୋରା ଚାଲାଣ ପାଇଁ ବିପୁଳ ପରିମାଣର ଗଂଜେଇ ଗଛିତ ଥିବା ସୂଚନା ପାଇଁ ଚଢାଉ କରାଯାଇଥିଲା । ଆଙ୍କୁନ ଗ୍ରାମ ନିକଟସ୍ଥ ଜଙ୍ଗଲରୁ ୫୧୫ କିଲୋ ଓ ସାନବବଡା ନକଟସ୍ଥ ଜଙ୍ଗଲରୁ ୫୬୦ କିଲୋ ଗଂଜେଇ ଜବତ କରାଯିବା ସହିତ ଦୁଇଟି ବାଇକ୍ ( ଓଡି ୩୧- ୯୫୭୨/ ଓଡି ୨୭ ବି ୬୨୪୫) କୁ ଅବକାରୀ ବିଭାଗ ଜବତ କରିଥିବା ଜଣାଯାଇଛି ।
ଚାଲାଣକାରୀମାନେ ଫେରାର ହୋଇଯାଇଥିବାବେଳେ ଏ ସଂପର୍କରେ ତଦନ୍ତ ଚାଲିଥିବା ଜିଲ୍ଲା ଅବକାରୀ ଅଧିକ୍ଷକ ଶାନ୍ତିଲତା ମାରାଣ୍ଡି ସୂଚନା ଦେଇଛନ୍ତି । ଜବତ ଗଂଜେଇର ଆନୁମାନିକ ମୂଲ୍ୟ ୧ କୋଟି ୭୫ ଲକ୍ଷ ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଚଢାଉରେ ଅନ୍ୟମାନଙ୍କ ମଧ୍ୟରେ ଅବକାରୀ ଇନିସପେକ୍ଟର(ମୋବାଇଲ) ପ୍ରମୋଦ କୁମାର ବଣୁଆ,ସବଇନିସପେକ୍ଟର ସତ୍ୟନାରାୟଣ ପ୍ରଧାନ,ଏଏସଆଇ ଅସିତ କୁମାର ପ୍ରଧାନ,ପ୍ରିୟରଂଜନ କହଁର ଓ ରେଣୁପ୍ରିୟା ଦେହୁରୀଙ୍କ ସମେତ ଅବକାରୀ କର୍ମଚାରୀମାନେ ଉପସ୍ଥିତ ଥିଲେ ।
The post ଅବକାରୀ ବିଭାଗ ପକ୍ଷରୁ ୧ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ଗଂଜେଇ ଜବତ appeared first on KNews Odisha.