ଅବକାରୀ ସାମଗ୍ରୀ ବିକ୍ରି ଉପରେ ନିଷେଧାଦେଶ
କଟକ,୨୨ା୫(କାର୍ତ୍ତିକ ସାହୁ): ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ କଟକ ଲୋକ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାରବାଟୀ-କଟକ, ଚୌଦ୍ୱାର-କଟକ, କଟକ ସଦର, ଆଠଗଡ଼, ବାଙ୍କୀ ଓ ବଡ଼ମ୍ବା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଶାନ୍ତିପୂର୍ଣ୍ଣ ଭୋଟଗ୍ରହଣକୁ ଗୁରୁତ୍ୱ ଦିଆଯାଇଛି। ଶାନ୍ତିପୂର୍ଣ୍ଣ ଭୋଟଗ୍ରହଣକୁ ସୁନିଶ୍ଚିତ କରିବା ପାଇଁ ସମସ୍ତ ପ୍ରକାର ଅବକାରୀ ସାମଗ୍ରୀ ବିକ୍ରି ଉପରେ ନିଷେଧାଦେଶ ଜାରି କରାଯାଇଛି। ଏପରିକି ଏହିସବୁ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କଟକ ଜିଲାର ୧୦ କିଲୋମିଟର ପରିସୀମାରେ ଅବସ୍ଥିତ ସମସ୍ତ ଅବକାରୀ ସାମଗ୍ରୀ ବିକ୍ରୟ ଦୋକାନକୁ […] The post ଅବକାରୀ ସାମଗ୍ରୀ ବିକ୍ରି ଉପରେ ନିଷେଧାଦେଶ appeared first on Dharitri Odia News.
କଟକ,୨୨ା୫(କାର୍ତ୍ତିକ ସାହୁ): ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ କଟକ ଲୋକ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାରବାଟୀ-କଟକ, ଚୌଦ୍ୱାର-କଟକ, କଟକ ସଦର, ଆଠଗଡ଼, ବାଙ୍କୀ ଓ ବଡ଼ମ୍ବା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଶାନ୍ତିପୂର୍ଣ୍ଣ ଭୋଟଗ୍ରହଣକୁ ଗୁରୁତ୍ୱ ଦିଆଯାଇଛି। ଶାନ୍ତିପୂର୍ଣ୍ଣ ଭୋଟଗ୍ରହଣକୁ ସୁନିଶ୍ଚିତ କରିବା ପାଇଁ ସମସ୍ତ ପ୍ରକାର ଅବକାରୀ ସାମଗ୍ରୀ ବିକ୍ରି ଉପରେ ନିଷେଧାଦେଶ ଜାରି କରାଯାଇଛି। ଏପରିକି ଏହିସବୁ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କଟକ ଜିଲାର ୧୦ କିଲୋମିଟର ପରିସୀମାରେ ଅବସ୍ଥିତ ସମସ୍ତ ଅବକାରୀ ସାମଗ୍ରୀ ବିକ୍ରୟ ଦୋକାନକୁ ବନ୍ଦ ରଖାଯିବ। ସେଥିପାଇଁ ସେଗୁଡ଼ିକୁ ସିଲ୍ କରାଯିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ଏଥିସହ କଟକ ଜିଲାରେ ୨୩ ତାରିଖ ଅପରାହ୍ନ ୪ଟାରୁ ୨୫ ତାରିଖ ମତଦାନ ଶେଷ ହେବା ପର୍ଯ୍ୟନ୍ତ ଏବଂ ୪ ତାରିଖ ଭୋଟ୍ ଗଣତି ବେଳେ ସାରାଦିନ ଅବକାରୀ ସାମଗ୍ରୀ ଦୋକାନଗୁଡିକ ବନ୍ଦ ରହିବ।
ସ୍ବଚ୍ଛ ଓ ନିରପେକ୍ଷ ନିର୍ବାଚନ ତଥା ଭୋଟଗଣତି ନିମନ୍ତେ ନିର୍ବାଚନ ଶେଷ ହେବାର ୪୮ ଘଣ୍ଟା ପୂର୍ବରୁ କଟକଣା ଜାରି କରାଯାଇଛି। ଏହି ୪୮ ଘଣ୍ଟା ପୂର୍ବର ସମୟ ସମେତ ଭୋଟଗଣତି ଦିନ କୌଣସି ସ୍ପିରିଟଯୁକ୍ତ ପାନୀୟ, ଫର୍ମମେଣ୍ଟେଡ୍ ବା ବିଷାକ୍ତ ମଦ୍ୟ କିମ୍ବା ଏହିଭଳି ଅନ୍ୟ କୌଣସି ପଦାର୍ଥ କୌଣସି ହୋଟେଲ୍, ଖାଇବା ଘର, ମଧୁଶାଳା, ଦୋକାନ, କୌଣସି ସରକାରୀ ବା ବେସରକାରୀ ସ୍ଥାନରେ ବିକ୍ରୟ କିମ୍ବା ବଣ୍ଟନ କରାଯାଇପାରିବ ନାହିଁ। ଏହି ନିଷିଦ୍ଧ ସମୟ ମଧ୍ୟରେ ମଦ୍ୟ ପ୍ରସ୍ତୁତକାରୀ କମ୍ପାନୀମାନେ କେବଳ ମଦ୍ୟ ପ୍ରସ୍ତୁତ କରିପାରିବେ। ଏହାକୁ ରପ୍ତାନୀ କିମ୍ବା ସ୍ଥାନାନ୍ତରଣ କରିପାରିବେ ନାହିଁ। ଲାଇସେନସ୍ପ୍ରାପ୍ତ ମଦ୍ୟ ବିକ୍ରେତାମାନେ ଏହି ନିଷିଦ୍ଧ ସମୟ ମଧ୍ୟରେ ଷ୍ଟକ୍ ଉଠାଇ ପାରିବେ ନାହିଁ। ଏହି ନିର୍ଦ୍ଦେଶନାମା ପାଳନରେ ଖିଲାପ କଲେ ଆଇନ୍ ଅନୁଯାୟୀ ଦଣ୍ଡବିଧାନ କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।
The post ଅବକାରୀ ସାମଗ୍ରୀ ବିକ୍ରି ଉପରେ ନିଷେଧାଦେଶ appeared first on Dharitri Odia News.