ଅବତରଣ ପରେ ବିମାନରେ ଲାଗିଗଲା ନିଆଁ, ଥିଲେ ୮୯ ଜଣ ଯାତ୍ରୀ

ଜୀବନ ବିକଳରେ କେମିତି ଯାତ୍ରୀ ଓ କ୍ରୁ ସଦସ୍ୟ ବିମାନରୁ ଜରୁରିକାଳୀନ ଦ୍ୱାର ଦେଇ ବାହାରକୁ ଆସୁଛନ୍ତି, ତା’ର ଦୃଶ୍ୟ ଭିଡିଓରେ ରହିଛି।

ଅବତରଣ ପରେ ବିମାନରେ ଲାଗିଗଲା ନିଆଁ, ଥିଲେ ୮୯ ଜଣ ଯାତ୍ରୀ

ରୁଷ ନିର୍ମିତ ଗୋଟିଏ ଯାତ୍ରୀବାହୀ ବିମାନ ସହ ଘଟିଛି ବଡ଼ ଅଘଟଣ। ବିମାନଟି ତୁର୍କୀର ଆନ୍ତାଲୟା ଏୟାରପୋର୍ଟରେ ଅବତରଣ କରିବା ପରେ ଏଥିରେ ହଠାତ୍‌ ନିଆଁ ଲାଗି ଯାଇଛି। ବିମାନରେ ନିଆଁ ଲାଗିଥିବା ବେଳେ ଏହା ମଧ୍ୟରେ ୮୯ ଜଣ ଯାତ୍ରୀ ଓ ୬ ଜଣ କ୍ରୁ ସଦସ୍ୟ ରହିଥିଲେ। ତେବେ ଜରୁରିକାଳୀନ ବ୍ୟବସ୍ଥା ଦ୍ୱାରା ସମସ୍ତଙ୍କୁ ଜଳନ୍ତା ବିମାନରୁ ବାହାର କରାଯାଇଛି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ଜୀବନ ବିକଳରେ କେମିତି ଯାତ୍ରୀ ଓ କ୍ରୁ ସଦସ୍ୟ କେମିତି ବିମାନରୁ ଜରୁରିକାଳୀନ ଦ୍ୱାର ଦେଇ ବାହାରକୁ ଆସୁଛନ୍ତି, ତା’ର ଦୃଶ୍ୟ ଭିଡିଓରେ ରହିଛି।

ତୁର୍କୀର ପରିବହନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଘଟଣା ସାମ୍ନାକୁ ଆସିବା ପରେ ବିମାନବନ୍ଦରରେ ସମସ୍ତ ପ୍ରକାରର ସେବାକୁ ବନ୍ଦ କରି ଦିଆଯାଇଥିଲେ। ଅଧିକାରୀମାନେ ପ୍ରଥମେ ନିଆଁକୁ ନିୟନ୍ତ୍ରଣ କରିଥିଲେ।

ଏହାପରେ ସ୍ଥିତି ସ୍ୱାଭାବିକ ହୋଇଥିଲା। ସୁଖୋଇ ସୁପରଜେଟର କ୍ଷମତା ୧୦୦। ଏହା ଅଜିମୁତ ଏୟାରଲାଇନ୍ସ ମାଲିକାନରେ ରହିଛି। ଘଟଣା ବେଳେ ବିମାନରେ ୮୯ ଜଣ ଯାତ୍ରୀ ଓ ୬ ଜଣ କ୍ରୁ ସଦସ୍ୟ ରହିଥିଲେ। ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।