ଅବସର ନେବାର ଦିନକ ପରେ ବୃନ୍ଦାବନରେ ବିରାଟ-ଅନୁଷ୍କା

ବୃନ୍ଦାବନ,୧୩।୫: ଟିମ୍‌ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବାର ଦିନକ ପରେ ମଙ୍ଗଳବାର ବୃନ୍ଦାବନରେ ପହଞ୍ଚିଛନ୍ତି। ସ୍ତ୍ରୀ ଅନୁଷ୍କାଙ୍କ ସହିତ ବିରାଟ ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରୟ ସ୍ଥଳରେ ପହଞ୍ଚି ତାଙ୍କୁ ସାକ୍ଷାତ କରିଛନ୍ତି। ଏହାର ଭିଡିଓ ଏବଂ ଫଟୋ ବର୍ତ୍ତମାନ ଭାଇରାଲ ହେଉଛି। ସୂଚନା ଯୋଗ୍ୟ, କିଛି ଦିନ ପୂର୍ବରୁ କୋହଲି ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିଥିଲେ ଏବଂ ସେଠାରୁ ଆଶୀର୍ବାଦ ନେବା ପରେ, କୋହଲି ଚାମ୍ପିୟନ୍ସ ଟ୍ରଫିରେ ଚମତ୍କାର […] The post ଅବସର ନେବାର ଦିନକ ପରେ ବୃନ୍ଦାବନରେ ବିରାଟ-ଅନୁଷ୍କା appeared first on Dharitri Odia News.

ଅବସର ନେବାର ଦିନକ ପରେ ବୃନ୍ଦାବନରେ ବିରାଟ-ଅନୁଷ୍କା

ବୃନ୍ଦାବନ,୧୩।୫: ଟିମ୍‌ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବାର ଦିନକ ପରେ ମଙ୍ଗଳବାର ବୃନ୍ଦାବନରେ ପହଞ୍ଚିଛନ୍ତି। ସ୍ତ୍ରୀ ଅନୁଷ୍କାଙ୍କ ସହିତ ବିରାଟ ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରୟ ସ୍ଥଳରେ ପହଞ୍ଚି ତାଙ୍କୁ ସାକ୍ଷାତ କରିଛନ୍ତି। ଏହାର ଭିଡିଓ ଏବଂ ଫଟୋ ବର୍ତ୍ତମାନ ଭାଇରାଲ ହେଉଛି।

ସୂଚନା ଯୋଗ୍ୟ, କିଛି ଦିନ ପୂର୍ବରୁ କୋହଲି ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିଥିଲେ ଏବଂ ସେଠାରୁ ଆଶୀର୍ବାଦ ନେବା ପରେ, କୋହଲି ଚାମ୍ପିୟନ୍ସ ଟ୍ରଫିରେ ଚମତ୍କାର ବ୍ୟାଟିଂ କରି ଭାରତକୁ ବିଜୟୀ କରାଇଥିଲେ। ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ କୋହଲି ଶତକ ମାରିଥିଲେ। ଏବେ ପୁଣି ଥରେ କୋହଲି ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମରେ ପହଞ୍ଚିଛନ୍ତି। ଏଥର ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ। କୋହଲି ଏବଂ ତାଙ୍କ ସ୍ତ୍ରୀ ପ୍ରେମାନନ୍ଦ ମହାରାଜଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି।

କିଙ୍ଗ କୋହଲି ସୋମବାର ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ବିରାଟ ଟେଷ୍ଟ ଜର୍ସି ପିନ୍ଧିଥିବା ଏକ ଫଟୋ ଶେୟାର କରି ଲେଖିଥିଲେ, ସତ କହିବାକୁ ଗଲେ, ଏହି ଫର୍ମାଟ ମୋତେ ଏତେ ଦୂରକୁ ନେଇଯିବ ତାହା ମୁଁ କେବେ କଳ୍ପନା କରି ନ ଥିଲି। ଏହା ମୋର ପରୀକ୍ଷା ନେଇଛି, ମୋତେ ଗଠନ କରିଛି ଏବଂ ମୋତେ ଏପରି ଶିକ୍ଷା ଦେଇଛି ଯାହାକୁ ମୁଁ ଜୀବନ ସାରା ବହନ କରିବି।’

କୋହଲି ଆହୁରି ଲେଖିଥିଲେ, ହ୍ବାଇଟ ଜର୍ସି ପିନ୍ଧି ଖେଳିବା ଏକ ବ୍ୟକ୍ତିଗତ ଅଭିଜ୍ଞତା। ନୀରବ କଠିନ ପରିଶ୍ରମ, ଲମ୍ବା ଦିନ, ଛୋଟ ଛୋଟ ମୁହୂର୍ତ୍ତକୁ କେହି ଦେଖନ୍ତି ନାହିଁ କିନ୍ତୁ ଏହା ସବୁଦିନ ପାଇଁ ଆପଣଙ୍କ ସହିତ ରହିଥାଏ। ଯେତେବେଳେ ମୁଁ ଏହି ଫର୍ମାଟରୁ ଦୂରେଇ ଯାଉଛି, ଏହା ସହଜ ନୁହେଁ, କିନ୍ତୁ ଏହା ଠିକ ଅନୁଭବ ହୁଏ। ମୁଁ ଏଥିରେ ମୋର ସର୍ବସ୍ବ ଦେଇଛି ଏବଂ ଏହା ମୋତେ ଆଶାଠାରୁ ଅଧିକ ଦେଇଛି ବୋଲି ଉଲ୍ଲେଖ କରିଥିଲେ।

ବିରାଟ କୋହଲି ୨୦ ଜୁନ ୨୦୧୧ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ତାଙ୍କର ଟେଷ୍ଟ ଡେବ୍ୟୁ ମ୍ୟାଚ ଖେଳିଥିଲେ। ସେ ତାଙ୍କର ଡେବ୍ୟୁୁ ଟେଷ୍ଟର ପ୍ରଥମ ଇନିଂସରେ ୪ ରନ ଏବଂ ଦ୍ୱିତୀୟ ଇନିଂସରେ ୧୫ ରନ୍‌ କରିଥିଲେ।

The post ଅବସର ନେବାର ଦିନକ ପରେ ବୃନ୍ଦାବନରେ ବିରାଟ-ଅନୁଷ୍କା appeared first on Dharitri Odia News.