ଅବସର ନେଲେ ସିଇସି ରାଜୀବ କୁମାର

ନୂଆଦିଲ୍ଲୀ,୧୯।୨: ୨୦୨୪ ଲୋକ ସଭା ନିର୍ବାଚନ ସମେତ ଗୁରୁତ୍ୱପୂର୍ଣ୍ଣ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପରିଚାଳନାର ନେତୃତ୍ୱ ନେଇଥିବା ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର ମଙ୍ଗଳବାର ଅବସର ଗ୍ରହଣ କରିଛନ୍ତି। ସେ ୨୦୨୦ ସେପ୍ଟେମ୍ବର ୧ରେ ନିର୍ବାଚନ କମିଶନର ଭାବେ ଯୋଗଦେଇଥିବାବେଳେ ୨୦୨୨ ମେ’ ୧୫ରେ ୨୫ତମ ସିଇସି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ନିର୍ବାଚନ କମିଶନର ଭାବେ ସେ ଏହି ସଂସ୍ଥାର ଗଠନ, ବୈଷୟିକ, ସାମର୍ଥ୍ୟ ବିକାଶ, ଯୋଗଯୋଗ, ଅନ୍ତର୍ଜାତୀୟ ସହଯୋଗ ଏବଂ ପ୍ରଶାସନିକ […] The post ଅବସର ନେଲେ ସିଇସି ରାଜୀବ କୁମାର appeared first on Dharitri Odia News.

ଅବସର ନେଲେ ସିଇସି ରାଜୀବ କୁମାର

ନୂଆଦିଲ୍ଲୀ,୧୯।୨: ୨୦୨୪ ଲୋକ ସଭା ନିର୍ବାଚନ ସମେତ ଗୁରୁତ୍ୱପୂର୍ଣ୍ଣ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପରିଚାଳନାର ନେତୃତ୍ୱ ନେଇଥିବା ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର ମଙ୍ଗଳବାର ଅବସର ଗ୍ରହଣ କରିଛନ୍ତି। ସେ ୨୦୨୦ ସେପ୍ଟେମ୍ବର ୧ରେ ନିର୍ବାଚନ କମିଶନର ଭାବେ ଯୋଗଦେଇଥିବାବେଳେ ୨୦୨୨ ମେ’ ୧୫ରେ ୨୫ତମ ସିଇସି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ନିର୍ବାଚନ କମିଶନର ଭାବେ ସେ ଏହି ସଂସ୍ଥାର ଗଠନ, ବୈଷୟିକ, ସାମର୍ଥ୍ୟ ବିକାଶ, ଯୋଗଯୋଗ, ଅନ୍ତର୍ଜାତୀୟ ସହଯୋଗ ଏବଂ ପ୍ରଶାସନିକ ସଂସ୍କାର ଦିଗରେ କାର୍ଯ୍ୟ କରିଥିଲେ। ସେ ୩୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ନିର୍ବାଚନ ପରିଚାଳନା ସମେତ ୨୦୨୨ରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ, ୨୦୨୪ର ଲୋକ ସଭା ନିର୍ବାଚନ ଓ ରାଜ୍ୟ ସଭା ନିର୍ବାଚନ ପରିଚାଳନା କରିଥିଲେ। ତାଙ୍କ ସ୍ଥାନରେ ଜ୍ଞାନେଶ କୁମାର ପରବର୍ତ୍ତୀ ସିଇସି ଭାବେ ବୁଧବାର ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି।

The post ଅବସର ନେଲେ ସିଇସି ରାଜୀବ କୁମାର appeared first on Dharitri Odia News.