ଅବସରକୁ ନେଇ ଅଶ୍ୱିନଙ୍କ ବଡ଼ ବୟାନ, କହିଲେ ‘ମୁଁ ଆହୁରି ଖେଳିବାକୁ ଚାହୁଁଥିଲି ହେଲେ…’
ନୂଆଦିଲ୍ଲୀ,୧୫।୧: ଭାରତୀୟ କ୍ରିକେଟ ଟିମ୍ର ଭେଟେରାନ୍ ବୋଲର୍ ରବିଚନ୍ଦ୍ରନ ଅଶ୍ୱିନ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ବର୍ଡର ଗାଭାସ୍କର ଟ୍ରଫି ମଝିରେ ହଠାତ ସନ୍ନ୍ୟାସ ନେଇ ସମସ୍ତଙ୍କୁ ଚମକାଇଥିଲେ। ତାଙ୍କର ଏଭଳି ବଡ଼ ନିଷ୍ପତ୍ତି ପଛରେ କ’ଣ କାରଣ ଥିଲା ଏହାକୁ ନେଇ ଲଗାତାର ଭିନ୍ନ ଚର୍ଚ୍ଚା ହେଉଥିଲା। ଏବେ ସେ ନେଇ ମୁହଁ ଖୋଲିଛନ୍ତି ଅଶ୍ୱିନ। ଅବସର ନେବାକୁ ଏହା ଭଲ ସମୟ ଥିଲା। ଏହାପରଠାରୁ ତାଙ୍କୁ ସୁଯୋଗ ମିଳିବା କଷ୍ଟକର ଥିଲା ବୋଲି ସେ କହିଛନ୍ତି। […] The post ଅବସରକୁ ନେଇ ଅଶ୍ୱିନଙ୍କ ବଡ଼ ବୟାନ, କହିଲେ ‘ମୁଁ ଆହୁରି ଖେଳିବାକୁ ଚାହୁଁଥିଲି ହେଲେ…’ appeared first on Dharitri Odia News.
ନୂଆଦିଲ୍ଲୀ,୧୫।୧: ଭାରତୀୟ କ୍ରିକେଟ ଟିମ୍ର ଭେଟେରାନ୍ ବୋଲର୍ ରବିଚନ୍ଦ୍ରନ ଅଶ୍ୱିନ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ବର୍ଡର ଗାଭାସ୍କର ଟ୍ରଫି ମଝିରେ ହଠାତ ସନ୍ନ୍ୟାସ ନେଇ ସମସ୍ତଙ୍କୁ ଚମକାଇଥିଲେ। ତାଙ୍କର ଏଭଳି ବଡ଼ ନିଷ୍ପତ୍ତି ପଛରେ କ’ଣ କାରଣ ଥିଲା ଏହାକୁ ନେଇ ଲଗାତାର ଭିନ୍ନ ଚର୍ଚ୍ଚା ହେଉଥିଲା। ଏବେ ସେ ନେଇ ମୁହଁ ଖୋଲିଛନ୍ତି ଅଶ୍ୱିନ। ଅବସର ନେବାକୁ ଏହା ଭଲ ସମୟ ଥିଲା। ଏହାପରଠାରୁ ତାଙ୍କୁ ସୁଯୋଗ ମିଳିବା କଷ୍ଟକର ଥିଲା ବୋଲି ସେ କହିଛନ୍ତି।
ନିଜର ୟୁଟ୍ୟୁବ୍ ଚ୍ୟାନେଲ୍ ‘ଅଶ କି ବାତ୍’ରେ ଅଶ୍ୱିନ କହିଛନ୍ତି, ମୁଁ ବହୁତ ଭାବୁଝି। ଜୀବନରେ କ’ଣ କରିବାର ଅଛି। ଯେତେବେଳେ ଏହା ସ୍ପଷ୍ଟ ହୋଇଯାଏ ଯେ କାମ ଶେଷ ହୋଇ ସାରିଛି, ତେବେ ତାହାକୁ ଅନ୍ତ ବୋଲି ଭାବି ନେବା ଉଚିତ। ମୁଁ ପ୍ରଥମ ଟେଷ୍ଟ ଖେଳି ନ ଥିଲି। ଦ୍ୱିତୀୟ ଖେଳିଥିଲି, ତୃତୀୟ ନୁହେଁ। ଆଗକୁ ଖେଳିଥାନ୍ତି ନଚେତ ଖେଳି ନ ଥାନ୍ତି, ଜଣା ନ ଥିଲା। ମୋର ସୃଜନଶୀଳତା ଶେଷ ହୋଇଯାଇଥିଲା। ଏଣୁ ମୁଁ ଏହାକୁ ଶେଷ କରିବାକୁ ଚିନ୍ତା କରିଥିଲି। ତେବେ ଏହା ସେତେ ବଡ଼ କଥା ନୁହେଁ। ସେ ଏହାକୁ ବହୁତ ସହଜରେ ନେଇଥିଲେ। ସେ ତାଙ୍କ କ୍ୟାରିୟରକୁ ନେଇ ଖୁସି ଏବଂ ସେ ଯାହା କଳ୍ପନା କରି ନ ଥିଲେ, ତାହା କରିପାରିଛନ୍ତି ବୋଲି ସେ କହିଛନ୍ତି।
ଏହାଛଡ଼ା ଅଶ୍ୱିନ ନିଜର ବିଦାୟକାଳୀନ ଟେଷ୍ଟ ଖେଳି ନ ପାରିବାକୁ ନେଇ କହିଛନ୍ତି, ଯଦି ମୁଁ ଏକ ବିଦାୟକାଳୀନ ଟେଷ୍ଟ ଖେଲିଥାନ୍ତି, ହେଲେ ତାର ଯୋଗ୍ୟ ନ ଥାନ୍ତି, ତେବେ କିଭଳି ଅନୁଭବ ହୋଇଥାନ୍ତା? ମୁଁ କେବଳ ବିଦାୟ ଦେବା ଲାଗି ଦଳରେ ସାମିଲ ହେବାକୁ ଚାହୁଁ ନ ଥିଲି। ମୁଁ ଭାବୁଛି ଯେ ମୋ ଭିତରେ ଆହୁରି କ୍ରିକେଟ ବାକି ଥିଲା, ହେଲେ ଏହା ସବୁବେଳେ ଭଲ ଯେ ଲୋକେ କାହିଁକି ବୋଲି ପଚାରନ୍ତୁ। ମୁଁ ସଚ୍ଚୋଟତାର ସହ କ୍ରିକେଟ ଖେଳିବାକୁ ଚାହେଁ। ଏହି ନିଷ୍ପତ୍ତି ମୋ ଖୁସିର ଏକ ଅଂଶ ବୋଲି ସେ କହିଛନ୍ତି।
ଅଶ୍ୱିନ ୧୦୬ ଟେଷ୍ଟ ମ୍ୟାଚ୍ରେ ୫୩୭ ଉଇକେଟ ନେଇଥିଲେ, ଯାହାକି ଭାରତ ପକ୍ଷରୁ ଟେଷ୍ଟରେ ଦ୍ୱିତୀୟ ସର୍ବାଧିକ ଥିଲା। ଅନ୍ତର୍ଜାତୀୟ କ୍ରିକେଟରେ ସେ ମୋଟ ୭୬୫ ଉଇକେଟ ନେଇଥିଲେ। ତାଙ୍କ ଆଗରେ କେବଳ ଅନିଲ କୁମ୍ବଲେ ୯୫୩ ଉଇକେଟ ନେଇ ରହିଥିଲେ।
The post ଅବସରକୁ ନେଇ ଅଶ୍ୱିନଙ୍କ ବଡ଼ ବୟାନ, କହିଲେ ‘ମୁଁ ଆହୁରି ଖେଳିବାକୁ ଚାହୁଁଥିଲି ହେଲେ…’ appeared first on Dharitri Odia News.