ଅବସରକୁ ନେଇ ଶେଷରେ ମୁହଁ ଖୋଲିଲେ ରୋହିତ ଶର୍ମା: କଲେ ଆଶ୍ଚର୍ଯ୍ୟଜନକ ଖୁଲାସା

ସିଡନୀ,୪।୧୨: ସିଡନୀ ଟେଷ୍ଟର ଦ୍ୱିତୀୟ ଦିନରେ ଅବସର ନେବା ଉପରେ ରୋହିତ ଶର୍ମା ମୁହଁ ଖୋଲିଛନ୍ତି। ଖରାପ ଫର୍ମ ସହ ସଂଘର୍ଷ କରୁଥିବା ରୋହିତଙ୍କୁ ସିଡନୀରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ର ପଞ୍ଚମ ତଥା ଶେଷ ଟେଷ୍ଟରୁ ଡ୍ରପ କରାଯାଇଥିଲା।ଏହା ପରେ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା ଯେ ବର୍ତ୍ତମାନ ହିଟମ୍ୟାନ ଅବସର ନେବାକୁ ଯାଉଛନ୍ତି। ବର୍ତ୍ତମାନ ରୋହିତ ଅବସର ନେଇ ଏକ ଆଶ୍ଚର୍ଯ୍ୟଜନକ ପ୍ରକାଶ କରିଛନ୍ତି। ସିଡନୀ ଟେଷ୍ଟ ମଧ୍ୟରେ ସେ ସ୍ପଷ୍ଟ କରିଛନ୍ତି, ଯେ ତାଙ୍କର […] The post ଅବସରକୁ ନେଇ ଶେଷରେ ମୁହଁ ଖୋଲିଲେ ରୋହିତ ଶର୍ମା: କଲେ ଆଶ୍ଚର୍ଯ୍ୟଜନକ ଖୁଲାସା appeared first on Dharitri Odia News.

ଅବସରକୁ ନେଇ ଶେଷରେ ମୁହଁ ଖୋଲିଲେ ରୋହିତ ଶର୍ମା: କଲେ ଆଶ୍ଚର୍ଯ୍ୟଜନକ ଖୁଲାସା

ସିଡନୀ,୪।୧୨: ସିଡନୀ ଟେଷ୍ଟର ଦ୍ୱିତୀୟ ଦିନରେ ଅବସର ନେବା ଉପରେ ରୋହିତ ଶର୍ମା ମୁହଁ ଖୋଲିଛନ୍ତି। ଖରାପ ଫର୍ମ ସହ ସଂଘର୍ଷ କରୁଥିବା ରୋହିତଙ୍କୁ ସିଡନୀରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ର ପଞ୍ଚମ ତଥା ଶେଷ ଟେଷ୍ଟରୁ ଡ୍ରପ କରାଯାଇଥିଲା।ଏହା ପରେ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା ଯେ ବର୍ତ୍ତମାନ ହିଟମ୍ୟାନ ଅବସର ନେବାକୁ ଯାଉଛନ୍ତି। ବର୍ତ୍ତମାନ ରୋହିତ ଅବସର ନେଇ ଏକ ଆଶ୍ଚର୍ଯ୍ୟଜନକ ପ୍ରକାଶ କରିଛନ୍ତି।

ସିଡନୀ ଟେଷ୍ଟ ମଧ୍ୟରେ ସେ ସ୍ପଷ୍ଟ କରିଛନ୍ତି, ଯେ ତାଙ୍କର ଅବସର ଗ୍ରହଣ କରିବାର କୌଣସି ଯୋଜନା ନାହିଁ। ସେ ବର୍ତ୍ତମାନ ଅବସର ନେବାକୁ ଚିନ୍ତା କରୁନାହାଁନ୍ତି। ଏହାର ଅର୍ଥ ସେ ଅବସର ନେବେ ନାହିଁ। ଏହା ବ୍ୟତୀତ ରୋହିତ ତାଙ୍କ ପ୍ରତ୍ୟାବର୍ତ୍ତନ ଆଶା ମଧ୍ୟ ପ୍ରକାଶ କରିଛନ୍ତି। ସେ ଫର୍ମରେ ଫେରିବେ ବୋଲି ସେ କହିଛନ୍ତି।

ସିଡନୀ ଟେଷ୍ଟର ଦ୍ୱିତୀୟ ଦିନର ପ୍ରଥମ ଅଧିବେଶନ ପରେ ରୋହିତ କହିଛନ୍ତି, ଲାପଟପ, ପେନ ଏବଂ କାଗଜ ଧରି ବାହାରେ ବସିଥିବା ଲୋକମାନେ ସ୍ଥିର କରିବେ ନାହିଁ ଯେ ଅବସର କେବେ ନିଆଯିବ ଏବଂ ମୁଁ କେଉଁ ନିଷ୍ପତ୍ତି ନେବି।
ସିଡନୀ ଟେଷ୍ଟରୁ ଓହରିଯିବା ପରେ ବାହାରିଥିବା ସମସ୍ତ ରିପୋର୍ଟରେ ଚୟନକର୍ତ୍ତା ରୋହିତଙ୍କୁ କହିଛନ୍ତି, ବର୍ଡର-ଗାଭାସ୍କର ଟ୍ରଫି ପରେ ସେ ଟେଷ୍ଟରେ ଟିମ ଇଣ୍ଡିଆର ଅଂଶ ହେବେ ନାହିଁ। ତେବେ ରୋହିତ ସମ୍ପୂର୍ଣ୍ଣ ବିପରୀତ ବିବୃତ୍ତି ଦେଇଛନ୍ତି। ଏବେ ଭାରତ-ଅଷ୍ଟ୍ରେଲିଆ ସିରିଜ ପରେ କ’ଣ ଘଟିବ ତାହା ଦେଖିବା ମଜାଦାର ହେବ।
ସୂଚନାଯୋଗ୍ୟ ଯେ, ସିଡନୀ ଟେଷ୍ଟରେ ରୋହିତ ଶର୍ମାଙ୍କ ଡ୍ରପ ପରେ ଉପ-ଅଧିନାୟକ ଜସପ୍ରୀତ ବୁମ୍‌ରାଙ୍କୁ ଟିମ ଇଣ୍ଡିଆର ଦାୟିତ୍ୱ ଦିଆଯାଇଥିଲା।

The post ଅବସରକୁ ନେଇ ଶେଷରେ ମୁହଁ ଖୋଲିଲେ ରୋହିତ ଶର୍ମା: କଲେ ଆଶ୍ଚର୍ଯ୍ୟଜନକ ଖୁଲାସା appeared first on Dharitri Odia News.