ଅବସରପ୍ରାପ୍ତ IPS ଅଫିସର ସନ୍ତୋଷ ଉପାଧ୍ୟାୟଙ୍କୁ ନୂଆ ଦାୟିତ୍ୱ
OPRB ଅଧ୍ୟକ୍ଷ ଭାବେ ଏବେ ଅତିରିକ୍ତ ଦାୟିତ୍ୱରେ ଅଛନ୍ତି ରାଜେଶ କୁମାର।
ଅବସରପ୍ରାପ୍ତ IPS ଅଫିସର ସନ୍ତୋଷ ଉପାଧ୍ୟାୟଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର। ତାଙ୍କୁ ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ(OPRB)ର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ଏନେଇ ଗୃହ ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ଜାରି କରାଯାଇଛି।
ଦୁଇ ବର୍ଷ ପାଇଁ ସନ୍ତୋଷ ଉପାଧ୍ୟାୟ ଏହି ଦାୟିତ୍ୱରେ ରହିବେ। ସେ ଗୃହ ବିଭାଗକୁ ରିପୋର୍ଟ କରିବେ। OPRB ଅଧ୍ୟକ୍ଷ ଭାବେ ଏବେ ଅତିରିକ୍ତ ଦାୟିତ୍ୱରେ ଅଛନ୍ତି ଆଇପିଏସ୍ ରାଜେଶ କୁମାର।
ସନ୍ତୋଷ ଉପାଧ୍ୟାୟ ୧୯୮୮ ବ୍ୟାଚ୍ର ଆଇପିଏସ୍ ଅଫିସର ଥିଲେ। ୨୦୨୩ ଏପ୍ରିଲ ୩୦ରେ ସେ ଅବସର ଗ୍ରହଣ କରିଥିଲେ। ହୋମଗାର୍ଡ ଓ ଅଗ୍ନିଶମ ଡିଜି ପଦରେ ଥିବା ବେଳେ ତାଙ୍କ ଚାକିରି ସମାପ୍ତ ହୋଇଥିଲା।