ଅବସରପ୍ରାପ୍ତ ପୋଲିସ ସଂଗଠନ ପକ୍ଷରୁ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ
ବଲାଙ୍ଗିର,୨୬/୧(ସୁନିଲ କୁମାର ମହାନ୍ତି): ୭୬ତମ ସାଧାରଣତନ୍ତ୍ର ଦିବସ ଅବସରପ୍ରାପ୍ତ ପୋଲିସ ସଂଗଠନ, ବଲାଙ୍ଗିର ତରଫରୁ ତୁଳସୀନଗର ଠାରେ ମହାସମାରୋହ ସାଧାରଣନ୍ତ୍ର ଦିବସ ପାଳିତ ହୋଇଯାଇଛି।ଏଥିରେ ଶତାଧିକ ଅବସରପ୍ରାପ୍ତ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ଉକ୍ତ ଉତ୍ସବରେ ସର୍ବାଧିକ ବୟୋଜେଷ୍ଟ ଋଷ୍ୟଶୃଙ୍ଗ ରଣା ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି କାର୍ଯକ୍ରମରେ ଅବସରପ୍ରାପ୍ତ ପୋଲିସ ସଂଗଠନର ସମସ୍ତ ସଭ୍ୟ/ସଭ୍ୟାମାନେ ଉପସ୍ଥିତ ରହି ପୂର୍ଣ ସହଯୋଗ କରିଥିଲେ । ପରେ ଏକ ସଭା ଅନୁଷ୍ଟିତ ହୋଇଥିଲା ଓ ସଭାରେ ସର୍ବସମ୍ମତି […] The post ଅବସରପ୍ରାପ୍ତ ପୋଲିସ ସଂଗଠନ ପକ୍ଷରୁ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ appeared first on Dharitri Odia News.
ବଲାଙ୍ଗିର,୨୬/୧(ସୁନିଲ କୁମାର ମହାନ୍ତି): ୭୬ତମ ସାଧାରଣତନ୍ତ୍ର ଦିବସ ଅବସରପ୍ରାପ୍ତ ପୋଲିସ ସଂଗଠନ, ବଲାଙ୍ଗିର ତରଫରୁ ତୁଳସୀନଗର ଠାରେ ମହାସମାରୋହ ସାଧାରଣନ୍ତ୍ର ଦିବସ ପାଳିତ ହୋଇଯାଇଛି।ଏଥିରେ ଶତାଧିକ ଅବସରପ୍ରାପ୍ତ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ଉକ୍ତ ଉତ୍ସବରେ ସର୍ବାଧିକ ବୟୋଜେଷ୍ଟ ଋଷ୍ୟଶୃଙ୍ଗ ରଣା ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି କାର୍ଯକ୍ରମରେ ଅବସରପ୍ରାପ୍ତ ପୋଲିସ ସଂଗଠନର ସମସ୍ତ ସଭ୍ୟ/ସଭ୍ୟାମାନେ ଉପସ୍ଥିତ ରହି ପୂର୍ଣ ସହଯୋଗ କରିଥିଲେ । ପରେ ଏକ ସଭା ଅନୁଷ୍ଟିତ ହୋଇଥିଲା ଓ ସଭାରେ ସର୍ବସମ୍ମତି କ୍ରମେ ପରବର୍ତ୍ତୀ ସମୟରେ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରିବା ପାଇଁ ନିଷ୍ପତି ନିଆଯାଇଥିଲା। ସଭାପତି ବିଦେଶୀ ପ୍ରଧାନ ଓ ସମ୍ପାଦକ ଦେବାର୍ଚନ ସ୍ଵାଇଁ କାର୍ଯକ୍ରମକୁ ପରିଚାଳନା କରିଥିଲେ। ସଭା ଶେଷରେ ସହ ସମ୍ପାଦକ ଅଷ୍ଟମ ସୁନା ଧନ୍ୟବାଦ ଅର୍ପଣ କରିଥିଲେ।
The post ଅବସରପ୍ରାପ୍ତ ପୋଲିସ ସଂଗଠନ ପକ୍ଷରୁ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ appeared first on Dharitri Odia News.