ଅବସାଦ ଦୂର କରିବାର ସହଜ ଉପାୟ
ଅବ୍ୟବସ୍ଥିତ ଜୀବନଶୈଳୀ, ଅଧିକ କାମର ବୋଝ ଆଦି କାରଣରୁ କେତେକ ବ୍ୟକ୍ତି ଅବସାଦ ବା ଡିପ୍ରେସନର ଶିକାର ହୋଇଥାଆନ୍ତି। ତେବେ ଏହାଠାରୁ ନିଜକୁ ଦୂରେଇ ରଖିବାର ଏକ ସରଳ ତଥା ସହଜ ଉପାୟ ରହିଛି। ତାହା ପୁଣି ହାତ ପାଆନ୍ତାରେ। ଯଦି ଜଣେ ବ୍ୟକ୍ତି ସବୁବେଳେ ଉତ୍ତମ ଖାଦ୍ୟ ଖାଆନ୍ତି ତେବେ ସେ ନିଜକୁ କେତେକାଂଶରେ ଅବସାଦଠାରୁ ଦୂରେଇ ରଖିପାରିବେ ବୋଲି ଟୋକିଓ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନୀମାନେ ମତ ଦେଇଛନ୍ତି। ସେମାନଙ୍କ ଦ୍ୱାରା ହୋଇଥିବା ସଦ୍ୟତମ ଗବେଷଣାରୁ ଜଣାପଡ଼ିଛି […] The post ଅବସାଦ ଦୂର କରିବାର ସହଜ ଉପାୟ appeared first on Dharitri Odia News.
ଅବ୍ୟବସ୍ଥିତ ଜୀବନଶୈଳୀ, ଅଧିକ କାମର ବୋଝ ଆଦି କାରଣରୁ କେତେକ ବ୍ୟକ୍ତି ଅବସାଦ ବା ଡିପ୍ରେସନର ଶିକାର ହୋଇଥାଆନ୍ତି। ତେବେ ଏହାଠାରୁ ନିଜକୁ ଦୂରେଇ ରଖିବାର ଏକ ସରଳ ତଥା ସହଜ ଉପାୟ ରହିଛି। ତାହା ପୁଣି ହାତ ପାଆନ୍ତାରେ। ଯଦି ଜଣେ ବ୍ୟକ୍ତି ସବୁବେଳେ ଉତ୍ତମ ଖାଦ୍ୟ ଖାଆନ୍ତି ତେବେ ସେ ନିଜକୁ କେତେକାଂଶରେ ଅବସାଦଠାରୁ ଦୂରେଇ ରଖିପାରିବେ ବୋଲି ଟୋକିଓ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନୀମାନେ ମତ ଦେଇଛନ୍ତି। ସେମାନଙ୍କ ଦ୍ୱାରା ହୋଇଥିବା ସଦ୍ୟତମ ଗବେଷଣାରୁ ଜଣାପଡ଼ିଛି ଯେ, ଭିଟାମିନ୍ଯୁକ୍ତ ଖାଦ୍ୟ ନ ଖାଇଲେ ଜଣେ ଅବସାଦଗ୍ରସ୍ତ ହେବାର ଆଶଙ୍କା ରହିଛି। ପୁଣି ଅବଦାସଗ୍ରସ୍ତତା ଯୋଗୁ କେତେକ ଆବଶ୍ୟକତାଠାରୁ ଅଧିକ ଖାଦ୍ୟ ଖାଇଥାନ୍ତି, ଫଳରେ ପରବର୍ତ୍ତୀ ସମୟରେ ସେମାନେ ମେଦ ବହୁଳତାର ଶିକାର ହୋଇଥାନ୍ତି। ତେଣୁ ଆମେ ପ୍ରତିଦିନ ସନ୍ତୁଳିତ ଓ ଉତ୍ତମ ଖାଦ୍ୟ ଠିକ୍ ପରିମାଣରେ ଖାଇବା ନିହାତି ଜରୁରୀ। ପ୍ରତିଦିନ ପ୍ରୋଟିନ୍, ଓମେଗା ୩ ଫ୍ୟାଟି ଏସିଡ୍ ଏବଂ ଆଣ୍ଟି ଅକ୍ସିଡାଣ୍ଟଯୁକ୍ତ ଖାଦ୍ୟ ଖାଇଲେ ତାହା ଅବସାଦଠାରୁ କେତେକାଂଶରେ ଦୂରେଇ ରଖିଥାଏ ବୋଲି ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସବୁଜ ପନିପରିବା, ପାଳଙ୍ଗ ଶାଗ, ଚିନାବାଦାମ, ଟମାଟୋ, କମଳା ଆଦି ଖାଦ୍ୟ ଶରୀର ପାଇଁ ବେଶ୍ ଉପକାରୀ। ଏଭଳି ଖାଦ୍ୟ ତାଲିକାରେ ସାମିଲ କରନ୍ତୁ। ପ୍ରୋଟିନ୍ଯୁକ୍ତ ଖାଦ୍ୟ ପ୍ରତିଦିନ ଖାଇବା ଦ୍ୱାରା ଆମ ହାଡ଼ ଓ ମାଂସପେଶୀ ଶକ୍ତ ହେବା ସହ ସ୍ମରଣଶକ୍ତି ବଢ଼ାଇବାରେ ସାହାଯ୍ୟ କରେ।
The post ଅବସାଦ ଦୂର କରିବାର ସହଜ ଉପାୟ appeared first on Dharitri Odia News.