ଅବୁଝମାଡ଼ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ୬ ନକ୍ସଲ ନିହତ

ଛତିଶଗଡ ୧୯/୦୭: ଛତିଶଗଡର ନାରାୟଣପୁର ଜିଲ୍ଲା ଅବୁଝମାଡ଼ ଜଙ୍ଗଲରେ ଆଜି ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି । ଏଥିରେ ୬ ଜଣ ନକ୍ସଲ ନିହତ ହୋଇଛନ୍ତି । ବସ୍ତର ପୋଲିସ ଆଇଜି ପି. ସୁନ୍ଦରରାଜଙ୍କ ସୂଚନା ଅନୁସାରେ ଜଙ୍ଗଲରେ କିଛି ନକ୍ସଲ ଏକାଠି ହୋଇଥିବା ନେଇ ସୂଚନା ମିଳିଥିଲା । ଶୁକ୍ରବାର ସକାଳେ ସୁରକ୍ଷା ବାହିନୀକୁ ସେଠାକୁ  ପଠାଯାଇଥିଲା । ଯବାନମାନେ  ଜଙ୍ଗଲରେ ତଲାସୀ କରିବା ବେଳେ ଅପରାହ୍ନରେ ନକ୍ସଲଙ୍କ ସହ ମୁହାଁମୁହିଁ  ହୋଇଥିଲେ । ଯବାନଙ୍କୁ ଦେଖି ନକ୍ସଲ ଗୁଳିମାଡ଼ କରିବାରୁ ଯବାନମାନେ  ପାଲଟା ଗୁଳି ଚଳାଇଥିଲେ । ପରେ  ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିଲେ । ଯବାନମାନେ ସେଠାରେ ତଲାସୀ କରିବା ବେଳେ ୬ ଜଣ ନକ୍ସଲଙ୍କ  ମୃତଦେହ ଉଦ୍ଧାର କରିଥିଲେ ।  ଏଥିସହ ସେଠାରୁ ଏକେ-୪୭  ରାଇଫଲ, ଏସ୍‌ଏଲ୍‌ଆର, ଅନ୍ୟ  ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଓ ନିତ୍ୟ  ବ୍ୟବହାର୍ଯ୍ୟ ସାମଗ୍ରୀ ଜବତ  କରିଛନ୍ତି । ଏବେ ବି ଗୁଳି ବିନିମୟ  ଜାରି ରହିଥିବା ଆଇଜି କହିଛନ୍ତି ।

ଅବୁଝମାଡ଼ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ୬ ନକ୍ସଲ ନିହତ

ଛତିଶଗଡ ୧୯/୦୭: ଛତିଶଗଡର ନାରାୟଣପୁର ଜିଲ୍ଲା ଅବୁଝମାଡ଼ ଜଙ୍ଗଲରେ ଆଜି ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି । ଏଥିରେ ୬ ଜଣ ନକ୍ସଲ ନିହତ ହୋଇଛନ୍ତି । ବସ୍ତର ପୋଲିସ ଆଇଜି ପି. ସୁନ୍ଦରରାଜଙ୍କ ସୂଚନା ଅନୁସାରେ ଜଙ୍ଗଲରେ କିଛି ନକ୍ସଲ ଏକାଠି ହୋଇଥିବା ନେଇ ସୂଚନା ମିଳିଥିଲା । 

ଶୁକ୍ରବାର ସକାଳେ ସୁରକ୍ଷା ବାହିନୀକୁ ସେଠାକୁ  ପଠାଯାଇଥିଲା । ଯବାନମାନେ  ଜଙ୍ଗଲରେ ତଲାସୀ କରିବା ବେଳେ ଅପରାହ୍ନରେ ନକ୍ସଲଙ୍କ ସହ ମୁହାଁମୁହିଁ  ହୋଇଥିଲେ । ଯବାନଙ୍କୁ ଦେଖି ନକ୍ସଲ ଗୁଳିମାଡ଼ କରିବାରୁ ଯବାନମାନେ  ପାଲଟା ଗୁଳି ଚଳାଇଥିଲେ । ପରେ  ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିଲେ । ଯବାନମାନେ ସେଠାରେ ତଲାସୀ କରିବା ବେଳେ ୬ ଜଣ ନକ୍ସଲଙ୍କ  ମୃତଦେହ ଉଦ୍ଧାର କରିଥିଲେ ।  ଏଥିସହ ସେଠାରୁ ଏକେ-୪୭  ରାଇଫଲ, ଏସ୍‌ଏଲ୍‌ଆର, ଅନ୍ୟ  ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଓ ନିତ୍ୟ  ବ୍ୟବହାର୍ଯ୍ୟ ସାମଗ୍ରୀ ଜବତ  କରିଛନ୍ତି । ଏବେ ବି ଗୁଳି ବିନିମୟ  ଜାରି ରହିଥିବା ଆଇଜି କହିଛନ୍ତି ।