ଅବୈଧ ପ୍ରବାସୀଙ୍କୁ ଆଉ ସାମରିକ ବିମାନରେ ପଠାଇବ ନି ଆମେରିକା, ଖର୍ଚ୍ଚରେ ଟ୍ରମ୍ପ ପ୍ରଶାସନ ଟେରା
ୱାସିଂଟନ ୬।୫: ଅବୈଧ ପ୍ରବାସୀଙ୍କୁ ନେଇ ଏବ ଟ୍ରମ୍ପ ପ୍ରଶାସନ ବ୍ୟାକ୍ ଫୁଟରେ। ସାମରିକ ବିମାନରେ ଭାରତ ସମେତ ବିଭିନ୍ନ ଦେଶଙ୍କୁ ପ୍ରବାସୀ ପଠାଇଥିବା ଆମେରିକା ଏବେ ଭିନ୍ନ ପଦକ୍ଷେପ ନେବାକୁ ଯାଉଛି। ଦୀର୍ଘ ଯାତ୍ରା ଓ ବିପୁଳ ବ୍ୟୟ ଯୋଗୁ ଟ୍ରମ୍ପ ପ୍ରଶାସନ ଏବେ ବିକଳ୍ପ ଚିନ୍ତା କରୁଛି। ଏହା ପୂର୍ବରୁ ମାର୍ଚ୍ଚ ୧ ତାରିଖ ଦିନ ଆମେରିକା ସାମରିକ ବିମାନ ଅବୈଧ ପ୍ରବାସୀଙ୍କୁ ନେଇ ଶେଷ ଉଡାଣ କରିଥିଲା। ଅବୈଧ ପ୍ରବାସୀଙ୍କୁ ବାହାର କରିବା ପାଇଁ ପରବର୍ତ୍ତୀ ବିକଳ୍ପ କଣ ହେବ ତାହା ଜଣାପଡି ନାହିଁ। ରିପୋର୍ଟ ଅନୁସାରେ ଆମେରିକା ସାମରିକ ବିମାନ ମେକ୍ସିକୋରୁ ଉଡାଣ କରୁ ନାହିଁ। ଏଣୁ ଦୀର୍ଘ ପଥ ଅତିକ୍ରମ କରିବାକୁ ପଡୁଛି। ବାଣିଜ୍ୟିକ ବିମାନ ଅପେକ୍ଷା ସାମରିକ ବିମାନରେ କମ ଲୋକେ ଯାଉଛନ୍ତି। ଏଣୁ ସାମରିକ ବିମାନରେ ପ୍ରବାସୀଙ୍କୁ ସ୍ୱଦେଶ ଛାଡିବା ଆମେରିକାର କରଦାତାଙ୍କ ଉପରେ ବୋଝ ହୋଇଛି। ଆମେରିକାରେ ଅବୈଧ ପ୍ରବାସୀଙ୍କ ଉପରେ ହୋମଲ୍ୟାଣ୍ଡ ସୁରକ୍ଷା ବିଭାଗ ନଜର ରଖୁଛି। ପୂର୍ବରୁ ଏହି ପ୍ରବାସୀମାନଙ୍କୁ କମର୍ସିଆଲ ଫ୍ଲାଇଟ୍ ରେ ସେମାନଙ୍କ ଦେଶକୁ ପଠାଯାଉଥିଲା। ତେବେ ଟ୍ରମ୍ପ ପ୍ରଶାସନ କଡ଼ା ବାର୍ତ୍ତା ଦେବା ପାଇଁ ଏଥି ନିମନ୍ତେ ସାମରିକ ବିମାନ ବ୍ୟବହାର କରିବା ଆରମ୍ଭ କରିଥିଲା। ଭାରତକୁ ପ୍ରବାସୀ ପହଞ୍ଚାଇବା ପାଇଁ ଆମେରିକାକୁ ୩ଟି ଉଡାଣ କରିବାକୁ ପଡିଥିଲା। ଏଥି ପାଇଁ ଆମେରିକା ୩୦ଲକ୍ଷ ଡଲାର ବ୍ୟୟ କରିଥିବା ଜଣାପଡ଼ିଛି। ସ
ୱାସିଂଟନ ୬।୫: ଅବୈଧ ପ୍ରବାସୀଙ୍କୁ ନେଇ ଏବ ଟ୍ରମ୍ପ ପ୍ରଶାସନ ବ୍ୟାକ୍ ଫୁଟରେ। ସାମରିକ ବିମାନରେ ଭାରତ ସମେତ ବିଭିନ୍ନ ଦେଶଙ୍କୁ ପ୍ରବାସୀ ପଠାଇଥିବା ଆମେରିକା ଏବେ ଭିନ୍ନ ପଦକ୍ଷେପ ନେବାକୁ ଯାଉଛି। ଦୀର୍ଘ ଯାତ୍ରା ଓ ବିପୁଳ ବ୍ୟୟ ଯୋଗୁ ଟ୍ରମ୍ପ ପ୍ରଶାସନ ଏବେ ବିକଳ୍ପ ଚିନ୍ତା କରୁଛି। ଏହା ପୂର୍ବରୁ ମାର୍ଚ୍ଚ ୧ ତାରିଖ ଦିନ ଆମେରିକା ସାମରିକ ବିମାନ ଅବୈଧ ପ୍ରବାସୀଙ୍କୁ ନେଇ ଶେଷ ଉଡାଣ କରିଥିଲା। ଅବୈଧ ପ୍ରବାସୀଙ୍କୁ ବାହାର କରିବା ପାଇଁ ପରବର୍ତ୍ତୀ ବିକଳ୍ପ କଣ ହେବ ତାହା ଜଣାପଡି ନାହିଁ।
ରିପୋର୍ଟ ଅନୁସାରେ ଆମେରିକା ସାମରିକ ବିମାନ ମେକ୍ସିକୋରୁ ଉଡାଣ କରୁ ନାହିଁ। ଏଣୁ ଦୀର୍ଘ ପଥ ଅତିକ୍ରମ କରିବାକୁ ପଡୁଛି। ବାଣିଜ୍ୟିକ ବିମାନ ଅପେକ୍ଷା ସାମରିକ ବିମାନରେ କମ ଲୋକେ ଯାଉଛନ୍ତି। ଏଣୁ ସାମରିକ ବିମାନରେ ପ୍ରବାସୀଙ୍କୁ ସ୍ୱଦେଶ ଛାଡିବା ଆମେରିକାର କରଦାତାଙ୍କ ଉପରେ ବୋଝ ହୋଇଛି। ଆମେରିକାରେ ଅବୈଧ ପ୍ରବାସୀଙ୍କ ଉପରେ ହୋମଲ୍ୟାଣ୍ଡ ସୁରକ୍ଷା ବିଭାଗ ନଜର ରଖୁଛି। ପୂର୍ବରୁ ଏହି ପ୍ରବାସୀମାନଙ୍କୁ କମର୍ସିଆଲ ଫ୍ଲାଇଟ୍ ରେ ସେମାନଙ୍କ ଦେଶକୁ ପଠାଯାଉଥିଲା।
ତେବେ ଟ୍ରମ୍ପ ପ୍ରଶାସନ କଡ଼ା ବାର୍ତ୍ତା ଦେବା ପାଇଁ ଏଥି ନିମନ୍ତେ ସାମରିକ ବିମାନ ବ୍ୟବହାର କରିବା ଆରମ୍ଭ କରିଥିଲା। ଭାରତକୁ ପ୍ରବାସୀ ପହଞ୍ଚାଇବା ପାଇଁ ଆମେରିକାକୁ ୩ଟି ଉଡାଣ କରିବାକୁ ପଡିଥିଲା। ଏଥି ପାଇଁ ଆମେରିକା ୩୦ଲକ୍ଷ ଡଲାର ବ୍ୟୟ କରିଥିବା ଜଣାପଡ଼ିଛି। ସେହିପରି ଗ୍ୱାନ୍ତାନାମୋ ପର୍ଯ୍ୟନ୍ତ ପ୍ରବାସୀଙ୍କୁ ପଠାଇବା ପାଇଁ ଆମେରିକାର ୨୦ ହଜାର ଡଲାର ବ୍ୟୟ ହେଉଛି। ସରକାରୀ ତଥ୍ୟ ଅନୁସାରେ ଏକ ଆମେରିକୀୟ ପ୍ରବାସୀ ଉଡାଣ ନିମନ୍ତେ ଘଣ୍ଟାପ୍ରତି ୮,୫୦୦ ଡଲାର ବ୍ୟୟ ହେଉଛି। ତେବେ ଅନ୍ତର୍ଜାତୀୟ ଯାତ୍ରାରେ ଏହି ବ୍ୟୟ ପାଖାପାଖି ୧୭ ହଜାର ଡଲାରକୁ ପହଞ୍ଚୁଛି ।
ଏଥିରେ ସି-୧୭ ସାମରିକ ବିମାନର ବ୍ୟୟ ପ୍ରତି ଘଣ୍ଟା ୨୮,୫୦୦ ଡଲାର ପଡୁଛି। ଟ୍ରମ୍ପ ପ୍ରଶାସନ ଅବୈଧ ପ୍ରବାସୀଙ୍କୁ ସେମାନଙ୍କ ଦେଶକୁ ପଠାଇବାକୁ ଏହି ବିମାନ ବ୍ୟବହାର କରୁଥିଲା। ଏଣୁ ବ୍ୟୟଭାର ସୀମା ଟପି ଯାଇଛି। ଫ୍ଲାଇଟ୍ ଟ୍ରାକିଂ ଡାଟା ଅନୁସାରେ ଅବୈଧ ପ୍ରବାସୀଙ୍କୁ ଦେଶରୁ କାଢିବା ପାଇଁ ଟ୍ରମ୍ପ ପ୍ରଶାସନ ସି-୧୭ର ୩୦ଟି ଓ ସି-୧୩୦ର ପାଖାପାଖି ୧୨ଟି ଉଡାଣ କରିଛି। ଏହି ସାମାରିକ ବିମାନରେ ଅବୈଧ ପ୍ରବାସୀଙ୍କୁ ପାନାମା, ଇକ୍ୱାଡର, ପେରୁ, ଭାରତ, ଗ୍ୱାଟାମେଲା, ହୋଣ୍ଡୁରାସ ଓ ଗ୍ୱାନ୍ତନାମୋ ପଠାଇଛି। ଏଥିରେ ଭାରତକୁ ଏ ପର୍ଯ୍ୟନ୍ତ ୩୪୪ ଜଣ ପ୍ରବାସୀ ପହଞ୍ଚିଛନ୍ତି। ତେବେ ମେକ୍ସିକୋ, କଲମ୍ବିୟା ଓ ଭେଞ୍ଜୁଏଲା ଆମେରିକୀୟ ବିମାନକୁ ନିଜ ଦେଶରେ ଅବତରଣ ଅନୁମତି ଦେଇ ନାହାନ୍ତି। ଏହି ଦେଶମାନେ ନିଜେ ନିଜ ବିମାନ ପଠାଇ ପ୍ରବାସୀମାନଙ୍କୁ ଫେରାଇ ଆଣିଛନ୍ତି। ଫେବୃଆରୀ ମାସରେ ଭେଞ୍ଜୁଏଲା ପ୍ରବାସୀଙ୍କୁ ଆଣିବା ପାଇଁ ଆମେରିକାକୁ ୨ଟି ବିମାନ ପଠାଇଥିଲା।
ଜାନୁୟାରୀରେ କଲମ୍ବିୟା ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋ ଆମେରିକୀୟ ବିମାନଙ୍କୁ ନିଜ କ୍ଷେତ୍ରରେ ଅବତରଣ ଅନୁମତି ଦେଇ ନଥିଲେ। ଏହା ପରେ ଟ୍ରମ୍ପ କଲମ୍ବିୟା ଉପରେ ଟାରିଫ ଲଗାଇବାକୁ ଧମକ ଦେଇଥିଲେ। ଏହା ସତ୍ତ୍ୱେ କଲମ୍ବିୟା ନିଜ ଦେଶରେ ଆମେରିକୀୟ ବିମାନଙ୍କୁ ଅବତରଣ ଅନୁମତି ଦେଇ ନାହିଁ।