ଅଭାବନୀୟ ଘଟଣା, ଶ୍ୱଶୁର ଘରେ ସ୍ତ୍ରୀ ଓ ପୁତୁରାକୁ ହାଣିଲା ଜ୍ୱାଇଁ
ବ୍ରହ୍ମଗିରି ୧୬।୧୦ : ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା କୁସୁବେଣ୍ଟି ଗାଁରେ ଅଭାବନୀୟ ଘଟଣା ଘଟିଯାଇଛି । ନିଜ ଶଶୁର ଘରେ ସ୍ତ୍ରୀ ଓ ଦେଢ଼ଶାଶୁର ପୁଅକୁ ହାଣିଲା ଜ୍ଵାଇଁ । ଗ୍ରାମବାସୀଙ୍କ ଦ୍ବାରା ଅଭିଯୁକ୍ତକୁ ଅଟକ କରିବା ପରେ ପୋଲିସ ଜିମା ଦେଇଛନ୍ତି। ପୋଲିସ ଘଟଣାର ଛାନ୍ଭିନ୍ ଜାରି ରଖିଛି ।ଖବର ଅନୁଯାୟୀ, ଅଭିଯୁକ୍ତ ଗୁଣ୍ଡିଚା ପ୍ରଧାନ ଓରଫ କାଳୁ। ଦୁଇ ବର୍ଷ ହେବ ଶଶୁର ଘରେ ରହୁଥିଲେ ଜ୍ଵାଇଁ କାଳୁ।ମଙ୍ଗଳବାର ରାତିରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହକୁ ନେଇ ଉତ୍ତେଜନା ଲାଗି ରହିଥିଲା । ଏହାପରେ ଜ୍ୱାଇଁ ରାଗିଯାଇ ସ୍ତ୍ରୀ ଓ ପୁତୁରା ହାଣି ପକାଇଛି ।ସେପଟେ ସ୍ତ୍ରୀର ଚିତ୍କାର ଶୁଣି ଗାଁ ଲୋକେ କାଳୁକୁ ବାନ୍ଧି ଅଟକ ରଖିଥିଲେ । ଏହାସହିତ ସ୍ତ୍ରୀ ଓ ପୁତୁରାକୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ଉଭୟଙ୍କ ଅବସ୍ଥା ଗୁରୁତର ରହିଛି। ବାକି ଗାଁ ଲୋକଙ୍କ ଠାରୁ ଖବର ପାଇଁ କୁସୁବେଣ୍ଟି ଗାଁରେ ପୋଲିସ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।
ବ୍ରହ୍ମଗିରି ୧୬।୧୦ : ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା କୁସୁବେଣ୍ଟି ଗାଁରେ ଅଭାବନୀୟ ଘଟଣା ଘଟିଯାଇଛି । ନିଜ ଶଶୁର ଘରେ ସ୍ତ୍ରୀ ଓ ଦେଢ଼ଶାଶୁର ପୁଅକୁ ହାଣିଲା ଜ୍ଵାଇଁ । ଗ୍ରାମବାସୀଙ୍କ ଦ୍ବାରା ଅଭିଯୁକ୍ତକୁ ଅଟକ କରିବା ପରେ ପୋଲିସ ଜିମା ଦେଇଛନ୍ତି। ପୋଲିସ ଘଟଣାର ଛାନ୍ଭିନ୍ ଜାରି ରଖିଛି ।
ଖବର ଅନୁଯାୟୀ, ଅଭିଯୁକ୍ତ ଗୁଣ୍ଡିଚା ପ୍ରଧାନ ଓରଫ କାଳୁ। ଦୁଇ ବର୍ଷ ହେବ ଶଶୁର ଘରେ ରହୁଥିଲେ ଜ୍ଵାଇଁ କାଳୁ।ମଙ୍ଗଳବାର ରାତିରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହକୁ ନେଇ ଉତ୍ତେଜନା ଲାଗି ରହିଥିଲା । ଏହାପରେ ଜ୍ୱାଇଁ ରାଗିଯାଇ ସ୍ତ୍ରୀ ଓ ପୁତୁରା ହାଣି ପକାଇଛି ।
ସେପଟେ ସ୍ତ୍ରୀର ଚିତ୍କାର ଶୁଣି ଗାଁ ଲୋକେ କାଳୁକୁ ବାନ୍ଧି ଅଟକ ରଖିଥିଲେ । ଏହାସହିତ ସ୍ତ୍ରୀ ଓ ପୁତୁରାକୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ଉଭୟଙ୍କ ଅବସ୍ଥା ଗୁରୁତର ରହିଛି। ବାକି ଗାଁ ଲୋକଙ୍କ ଠାରୁ ଖବର ପାଇଁ କୁସୁବେଣ୍ଟି ଗାଁରେ ପୋଲିସ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।