ଅଭାବନୀୟ ଘଟଣା, ସ୍ବାମୀକୁ ପଥରରେ ଛେଚି ହତ୍ୟା କଲା ପତ୍ନୀ

ପାଟଣା: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା କାଶିବେଡ଼ା ଗାଁରେ ଅଭାବନୀୟ ଘଟଣା। ସ୍ବାମୀକୁ ପଥରରେ ଛେଚି ହତ୍ୟା କରିଛି ସ୍ତ୍ରୀ । ମୃତ ସ୍ବାମୀ ସୁନାରାମ ମୁଣ୍ଡା । ସୂଚନା ଅନୁଯାୟୀ, ସନ୍ଧ୍ୟାରେ ସୁନାରାମ ମଦ ନିଶାରେ ସ୍ତ୍ରୀ  ସୁକୁମତି ମୁଣ୍ଡାଙ୍କୁ  ମାରପିଟ୍ କରିବା ସହ ଗାଳି ଗୁଳଜ କରିଥିଲା । ଏଥିରେ ଉତ୍ୟକ୍ତ ହୋଇ ସ୍ତ୍ରୀ ଘରଠାରୁ କିଛି ଦୁରରେ ସ୍ବାମୀ ଶୋଇଥିବା ସମୟରେ ମୁଣ୍ଡକୁ ପଥରରେ ଛେଚି ଦେଇଥିଲା । ରକ୍ତସ୍ରାବ ହେବାରୁ ଆମ୍ବୁଲାନ୍ସ ସହାୟତାରେ ସ୍ତ୍ରୀ   ସ୍ବାମୀକୁ  ପାଟଣା ମେଡିକାଲକୁ ଆଣିଥିଲେ ହେଁ ସେଠାରେ ଡାକ୍ତର ସୁନାରାମଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ପାଇ ଘଟଣାସ୍ଥଳରେ ଘଟଗାଁ ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।

ଅଭାବନୀୟ ଘଟଣା, ସ୍ବାମୀକୁ ପଥରରେ ଛେଚି ହତ୍ୟା କଲା ପତ୍ନୀ

ପାଟଣା: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା କାଶିବେଡ଼ା ଗାଁରେ ଅଭାବନୀୟ ଘଟଣା। ସ୍ବାମୀକୁ ପଥରରେ ଛେଚି ହତ୍ୟା କରିଛି ସ୍ତ୍ରୀ । ମୃତ ସ୍ବାମୀ ସୁନାରାମ ମୁଣ୍ଡା । ସୂଚନା ଅନୁଯାୟୀ, ସନ୍ଧ୍ୟାରେ ସୁନାରାମ ମଦ ନିଶାରେ ସ୍ତ୍ରୀ  ସୁକୁମତି ମୁଣ୍ଡାଙ୍କୁ  ମାରପିଟ୍ କରିବା ସହ ଗାଳି ଗୁଳଜ କରିଥିଲା ।

 ଏଥିରେ ଉତ୍ୟକ୍ତ ହୋଇ ସ୍ତ୍ରୀ ଘରଠାରୁ କିଛି ଦୁରରେ ସ୍ବାମୀ ଶୋଇଥିବା ସମୟରେ ମୁଣ୍ଡକୁ ପଥରରେ ଛେଚି ଦେଇଥିଲା । ରକ୍ତସ୍ରାବ ହେବାରୁ ଆମ୍ବୁଲାନ୍ସ ସହାୟତାରେ ସ୍ତ୍ରୀ   ସ୍ବାମୀକୁ  ପାଟଣା ମେଡିକାଲକୁ ଆଣିଥିଲେ ହେଁ ସେଠାରେ ଡାକ୍ତର ସୁନାରାମଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ପାଇ ଘଟଣାସ୍ଥଳରେ ଘଟଗାଁ ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।