ଅଭାବନୀୟ ! ରିଲ୍‌ସ କରିବାକୁ ଯାଇ ଟ୍ରେନରେ କଟି ଯୁବକ ମୃତ୍ୟୁ

ବାଲେଶ୍ବର: ଟ୍ରେନ୍‌ ଟ୍ରାକ୍‌ରେ ରିଲ୍‌ସ କରିବା ପଡ଼ିଛି ଯୁବକଙ୍କ ଭାରି। ଟ୍ରେନ୍‌ରେ କଟି ଚାଲିଗଲା ଜୀବନ। ଏଭଳି ଏକ ଅଭାବନୀୟ ଘଟଣା  ଘଟିଛି ସୋର ଥାନା ସବିରା ଷ୍ଟେସନରେ। ମୃତ ଯୁବକ ହେଉଛନ୍ତି ଭଦ୍ରକ ବାରିସିଆ ଗ୍ରାମର ଅକ୍ଷୟ ପାତ୍ର(୩୦)।ସୂଚନା ଅନୁଯାୟୀ, ଅକ୍ଷୟ ଏକ ଯାତ୍ରା ପାର୍ଟୀରେ ଡାନ୍ସର ଭାବରେ କାମ କରୁଥିଲେ। ଆଉ ‌ଷ୍ଟେସନ ନିକଟସ୍ଥ ଗ୍ରାମକୁ ନାଟକ ପାଇଁ ଆସିଥିଲେ। ତେବେ ସୋମବାର ଅପରାହ୍ନରେ ଅକ୍ଷୟଙ୍କ ସହିତ ୪ରୁ ୫ ଯୁବକ ମିଶି ରିଲ୍ସ ସୁଟିଂ ପାଇଁ ସବିରା ଷ୍ଟେସନକୁ ଆସିଥିଲେ। ଆଉ ଷ୍ଟେସନ ଠାରୁ ୨ ଶହ ଶହ ମିଟର ଦୂରରେ ବାଲେଶ୍ଵର ଭଦ୍ରକ ଅପ ଲାଇନରେ ଏକ ଚଳନ୍ତା ଯାତ୍ରୀବାହୀ ଟ୍ରେନ ସମ୍ମୁଖରେ ରିଲସ କରୁଥିଲେ। ଏହି ସମୟରେ ଯାତ୍ରୀବାହୀ ଟ୍ରେନ ଅକ୍ଷୟକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଅକ୍ଷୟ ମୃତ୍ୟୁବରଣ କରିଥିଲେ। ସେପଟେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଅଭାବନୀୟ ! ରିଲ୍‌ସ କରିବାକୁ ଯାଇ ଟ୍ରେନରେ କଟି ଯୁବକ ମୃତ୍ୟୁ

ବାଲେଶ୍ବର: ଟ୍ରେନ୍‌ ଟ୍ରାକ୍‌ରେ ରିଲ୍‌ସ କରିବା ପଡ଼ିଛି ଯୁବକଙ୍କ ଭାରି। ଟ୍ରେନ୍‌ରେ କଟି ଚାଲିଗଲା ଜୀବନ। ଏଭଳି ଏକ ଅଭାବନୀୟ ଘଟଣା  ଘଟିଛି ସୋର ଥାନା ସବିରା ଷ୍ଟେସନରେ। ମୃତ ଯୁବକ ହେଉଛନ୍ତି ଭଦ୍ରକ ବାରିସିଆ ଗ୍ରାମର ଅକ୍ଷୟ ପାତ୍ର(୩୦)।

ସୂଚନା ଅନୁଯାୟୀ, ଅକ୍ଷୟ ଏକ ଯାତ୍ରା ପାର୍ଟୀରେ ଡାନ୍ସର ଭାବରେ କାମ କରୁଥିଲେ। ଆଉ ‌ଷ୍ଟେସନ ନିକଟସ୍ଥ ଗ୍ରାମକୁ ନାଟକ ପାଇଁ ଆସିଥିଲେ। ତେବେ ସୋମବାର ଅପରାହ୍ନରେ ଅକ୍ଷୟଙ୍କ ସହିତ ୪ରୁ ୫ ଯୁବକ ମିଶି ରିଲ୍ସ ସୁଟିଂ ପାଇଁ ସବିରା ଷ୍ଟେସନକୁ ଆସିଥିଲେ। ଆଉ ଷ୍ଟେସନ ଠାରୁ ୨ ଶହ ଶହ ମିଟର ଦୂରରେ ବାଲେଶ୍ଵର ଭଦ୍ରକ ଅପ ଲାଇନରେ ଏକ ଚଳନ୍ତା ଯାତ୍ରୀବାହୀ ଟ୍ରେନ ସମ୍ମୁଖରେ ରିଲସ କରୁଥିଲେ। 

ଏହି ସମୟରେ ଯାତ୍ରୀବାହୀ ଟ୍ରେନ ଅକ୍ଷୟକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଅକ୍ଷୟ ମୃତ୍ୟୁବରଣ କରିଥିଲେ। ସେପଟେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।