ଅଭାବୀ ପରିବାରରେ ଅସରନ୍ତି ଦୁଃଖ । କଲବଲ କରୁଛି କ୍ୟାନସର, ସହଯୋଗର ହାତ ବଢାଇବାକୁ ପରିବାର ଲୋକଙ୍କ ଅନୁରୋଧ

କନକ ବ୍ୟୁରୋ : ଜୀବନ କାହାକୁ କେତେବେଳେ କେଉଁଠି ନେଇ ଛାଡ଼ିଦେବ ତାହା କେହି ଜାଣିନି। ତଥାପି ମଣିଷ ସ୍ୱପ୍ନରେ ବଂଚେ। ସ୍ୱପ୍ନକୁ ସାକାର କରିବାକୁ ସଂଘର୍ଷ କରେ। ଆଉ ଯେତେବେଳେ ସ୍ୱପ୍ନର ମଣିଷକୁ ପାଖରେ ପାଇଯାଏ, ସେତେବେଳେ ସେ ସ୍ୱପ୍ନରେ ଡେଣା ଲାଗିଯାଏ, ଯେଉଁଠି ଯେଉଁ ପରିସ୍ଥିତିରେ ରହିଲେ ବି ଜୀବନରେ ରଙ୍ଗ ଭରିଯାଏ। କିନ୍ତୁ ସମୟର ସ୍ରୋତ ଯଦି ଜୀବନ ବିପକ୍ଷରେ ଯାଏ, ତେବେ ସବୁ ସରିଯାଏ। ପାରାଦୀପ ଉପକଣ୍ଠ ଭୁତମୁଣ୍ଡାଇ ଗାଁର ବିଶ୍ୱଜିତ୍‌ ସ୍ୱାଇଁଙ୍କ ସ୍ୱପ୍ନ ଆକାଶକୁ ଢାଙ୍କି ଦେଇଛି ଦୁଃଖର କଳାବାଦଲ। ବିଶ୍ୱଜିତ୍‌-ବନ୍ୟାଙ୍କର ପ୍ରେମ ବିବାହ। ବିବାହର ଦୁଇ ବର୍ଷ ପରେ କୋଳକୁ ଆସିଲା ପୁଅ। ଖୁସି ହୋଇଗଲା ଦୁଇଗୁଣା। ବିଶ୍ୱଜିତ ଶ୍ରମିକ ଭାବେ କାମ କରି ସଂସାର ଚଳେଇ ନେଉଥିଲେ। ହେଲେ ହଠାତ ବନ୍ୟାଙ୍କ ହାତ ଫୁଲିବା ସହ ଯନ୍ତ୍ରଣା ହେଲା। ଡାକ୍ତରଖାନାକୁ ଯିବାରୁ ଜଣାପଡ଼ିଲା, ବନ୍ୟାଙ୍କୁ ବୋନ କ୍ୟାନ୍ସର। ତା'ପରଠାରୁ ଜୀବନ ଏକ ଭିନ୍ନ ମୋଡ ନେଲା। ଆରମ୍ଭ ହେଲା ସଂଘର୍ଷ। ଥରେ ଅପରେସନ କରାଇଛନ୍ତି ବନ୍ୟା, ତଥାପି କମୁନି ଯନ୍ତ୍ରଣା। ପୁଅର ଯତ୍ନ ନେବାକୁ ଆଉ କେହି ନାହାନ୍ତି। ପିଲାଟିକୁ ଘରେ ଛାଡ଼ି ଉଭୟ ସ୍ୱାମୀ-ସ୍ତ୍ରୀ ଏବେ ମେଡିକାଲରେ ଚକର କାଟୁଛନ୍ତି।   ଦଦରା ଘରେ ରହୁଥିବା ଏହି ଦୁଃଖି ପରିପାର ପାଇଁ ସରକାରୀ ଯୋଜନା ସତସପନ। ମୁଣ୍ଡ ଗୁଞ୍ଜିବା ପାଇଁ ଘରଟିଏ ନଥିବା ବେଳେ ରୋଗ ଦାଉ ସାଧୁଛି। ନୁଆଁଣିଆ ଚାଳଛପର ଘରେ ରହୁଛନ୍ତି

ଅଭାବୀ ପରିବାରରେ ଅସରନ୍ତି ଦୁଃଖ । କଲବଲ କରୁଛି କ୍ୟାନସର, ସହଯୋଗର ହାତ ବଢାଇବାକୁ ପରିବାର ଲୋକଙ୍କ ଅନୁରୋଧ

କନକ ବ୍ୟୁରୋ : ଜୀବନ କାହାକୁ କେତେବେଳେ କେଉଁଠି ନେଇ ଛାଡ଼ିଦେବ ତାହା କେହି ଜାଣିନି। ତଥାପି ମଣିଷ ସ୍ୱପ୍ନରେ ବଂଚେ। ସ୍ୱପ୍ନକୁ ସାକାର କରିବାକୁ ସଂଘର୍ଷ କରେ। ଆଉ ଯେତେବେଳେ ସ୍ୱପ୍ନର ମଣିଷକୁ ପାଖରେ ପାଇଯାଏ, ସେତେବେଳେ ସେ ସ୍ୱପ୍ନରେ ଡେଣା ଲାଗିଯାଏ, ଯେଉଁଠି ଯେଉଁ ପରିସ୍ଥିତିରେ ରହିଲେ ବି ଜୀବନରେ ରଙ୍ଗ ଭରିଯାଏ। କିନ୍ତୁ ସମୟର ସ୍ରୋତ ଯଦି ଜୀବନ ବିପକ୍ଷରେ ଯାଏ, ତେବେ ସବୁ ସରିଯାଏ। ପାରାଦୀପ ଉପକଣ୍ଠ ଭୁତମୁଣ୍ଡାଇ ଗାଁର ବିଶ୍ୱଜିତ୍‌ ସ୍ୱାଇଁଙ୍କ ସ୍ୱପ୍ନ ଆକାଶକୁ ଢାଙ୍କି ଦେଇଛି ଦୁଃଖର କଳାବାଦଲ।

ବିଶ୍ୱଜିତ୍‌-ବନ୍ୟାଙ୍କର ପ୍ରେମ ବିବାହ। ବିବାହର ଦୁଇ ବର୍ଷ ପରେ କୋଳକୁ ଆସିଲା ପୁଅ। ଖୁସି ହୋଇଗଲା ଦୁଇଗୁଣା। ବିଶ୍ୱଜିତ ଶ୍ରମିକ ଭାବେ କାମ କରି ସଂସାର ଚଳେଇ ନେଉଥିଲେ। ହେଲେ ହଠାତ ବନ୍ୟାଙ୍କ ହାତ ଫୁଲିବା ସହ ଯନ୍ତ୍ରଣା ହେଲା। ଡାକ୍ତରଖାନାକୁ ଯିବାରୁ ଜଣାପଡ଼ିଲା, ବନ୍ୟାଙ୍କୁ ବୋନ କ୍ୟାନ୍ସର। ତା'ପରଠାରୁ ଜୀବନ ଏକ ଭିନ୍ନ ମୋଡ ନେଲା। ଆରମ୍ଭ ହେଲା ସଂଘର୍ଷ। ଥରେ ଅପରେସନ କରାଇଛନ୍ତି ବନ୍ୟା, ତଥାପି କମୁନି ଯନ୍ତ୍ରଣା। ପୁଅର ଯତ୍ନ ନେବାକୁ ଆଉ କେହି ନାହାନ୍ତି। ପିଲାଟିକୁ ଘରେ ଛାଡ଼ି ଉଭୟ ସ୍ୱାମୀ-ସ୍ତ୍ରୀ ଏବେ ମେଡିକାଲରେ ଚକର କାଟୁଛନ୍ତି।  

ଦଦରା ଘରେ ରହୁଥିବା ଏହି ଦୁଃଖି ପରିପାର ପାଇଁ ସରକାରୀ ଯୋଜନା ସତସପନ। ମୁଣ୍ଡ ଗୁଞ୍ଜିବା ପାଇଁ ଘରଟିଏ ନଥିବା ବେଳେ ରୋଗ ଦାଉ ସାଧୁଛି। ନୁଆଁଣିଆ ଚାଳଛପର ଘରେ ରହୁଛନ୍ତି, ଠାକୁରଙ୍କୁ କାନ୍ଥରେ ରଖିଛନ୍ତି। ଅହରହ ତାଙ୍କ ପାଖରେ ଗୁହାରି କରୁଛନ୍ତି। ଭଗବାନ ଏ ପରିବାରକୁ ସାହା ହୁଅନ୍ତୁ। ଏହାସହ ସରକାରୀ ଓ ବେସରକାରୀ ସ୍ତରରୁ ମଧ୍ୟ ସହଯୋଗ ଲୋଡ଼ା। 


ବନ୍ୟାରାଣୀ ପ୍ରଧାନ
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ

AC-0575010359054

IFSC-PUNB0057520

Ph - 9337985090