ଅଭିନବ ପ୍ରତିବାଦ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପଖାଳ ଖାଇଲେ ଗ୍ରାମବାସୀ

ମୟୁରଭଞ୍ଜ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀ ବସି ଖାଇଲେ ପଖାଳ, ଶୋଇଲେ ପିଣ୍ଡାରେ । ଜମି ବିବାଦ ସମାଧାନ ପାଇଁ କଲେ ଏଭଳି ଅଭିନବ ପ୍ରତିବାଦ । ସମସ୍ତଙ୍କ ନିଜ ନାମରେ ରହିଛି ଚାଷଜମି ଓ ଘରଡିହ । ମାତ୍ର ବାପ ଦାଦା ଅମଳରୁ ଥିବା ଜମିକୁ ଛଡ଼ାଇ ନେଇଛନ୍ତି ଅନ୍ୟ ଗାଁର ଲୋକେ । ବାଧ୍ୟ ହୋଇ ଜିଲ୍ଲାପାଳଙ୍କ ଦ୍ବାରସ୍ତ ହୋଇଛନ୍ତି ୪୫ରୁ ଉର୍ଦ୍ଧ୍ବ ପରିବାର । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲାପାଳଙ୍କ […] The post ଅଭିନବ ପ୍ରତିବାଦ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପଖାଳ ଖାଇଲେ ଗ୍ରାମବାସୀ appeared first on KNews Odisha.

ଅଭିନବ ପ୍ରତିବାଦ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପଖାଳ ଖାଇଲେ ଗ୍ରାମବାସୀ

ମୟୁରଭଞ୍ଜ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀ ବସି ଖାଇଲେ ପଖାଳ, ଶୋଇଲେ ପିଣ୍ଡାରେ । ଜମି ବିବାଦ ସମାଧାନ ପାଇଁ କଲେ ଏଭଳି ଅଭିନବ ପ୍ରତିବାଦ । ସମସ୍ତଙ୍କ ନିଜ ନାମରେ ରହିଛି ଚାଷଜମି ଓ ଘରଡିହ । ମାତ୍ର ବାପ ଦାଦା ଅମଳରୁ ଥିବା ଜମିକୁ ଛଡ଼ାଇ ନେଇଛନ୍ତି ଅନ୍ୟ ଗାଁର ଲୋକେ । ବାଧ୍ୟ ହୋଇ ଜିଲ୍ଲାପାଳଙ୍କ ଦ୍ବାରସ୍ତ ହୋଇଛନ୍ତି ୪୫ରୁ ଉର୍ଦ୍ଧ୍ବ ପରିବାର ।

ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ । ବର୍ଷ ପରେ ବର୍ଷ ବିତିଯାଉଛି ହେଲେ ସମାଧାନ ହୋଇ ପାରୁନି ଜମି ବିବାଦ । ବାଧ୍ୟ ହୋଇ ଦେଢ ଶହ କିଲୋମିଟର ଆସି ଏକ ମାସ ପୂର୍ବେ ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇଥିଲେ ଗ୍ରାମବାସୀ । ମାତ୍ର ସମସ୍ୟାର ସମାଧାନ ନହେବାରୁ ଏଭଳି ଅଭିନବ ପ୍ରତିବାଦ କରିଛନ୍ତି ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଳକ ଚାନ୍ଦିକୁମାର ଗାଁ ଲୋକେ । ନିଜ ନାମରେ ଜମି ପଟ୍ଟା ଥାଇ ମଧ୍ୟ ଅନ୍ୟ ପାଖରେ ମୂଲ ଲାଗୁଛନ୍ତି ଗ୍ରାମବାସୀ  । କାରଣ ତାଙ୍କ ଜମିରେ ବଳ ପୂର୍ବକ ଚାଷ କରୁଛନ୍ତି ଅନ୍ୟ ଗାଁର ଲୋକେ । ବାପ ଦାଦା ଅମଳରୁ ଏହି ଶିମିଳିପାଳ ପାଦଦେଶ ଚାନ୍ଦିକୁମାର ଗାଁରେ ରହି ଆସୁଛନ୍ତି ୪୫ରୁ ଉର୍ଦ୍ଧ୍ବ ପରିବାର । ସମସ୍ତଙ୍କ ନିଜ ନାମରେ ରହିଛି ଚାଷଜମି ଓ ଘରଡିହ । ମାତ୍ର ଏକ ବର୍ଷ ତଳୁ ପାହାଡ ଅପର ପାର୍ଶ୍ବ କେସଡିହା ଗ୍ରାମରୁ ଆସି କିଛି ଲୋକ ତାଙ୍କ ଜମି ଜବର ଦଖଲ କରି ଚାଷ କରି ଆସୁଛନ୍ତି । ଏପରିକି ଗାଁ ଲୋକଙ୍କୁ ସେ ଚାଷ ଜମିକୁ ଯିବାକୁ ମଧ୍ୟ ଦେଉ ନାହାନ୍ତି । ଯାହାକୁ ନେଇ ଉଭୟ ଗାଁର ଲୋକଙ୍କ ମଧ୍ୟରେ ଗୋଣ୍ଡଗୋଳ ମଧ୍ୟ ସୃଷ୍ଟି ହେଉଛି । ବାରମ୍ୱାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତହସିଲଦାର, ଉପ ଜିଲ୍ଲାପାଳଙ୍କୁ ବାରମ୍ୱାର ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । କୌଣସି ସମାଧାନ ନହେବାରୁ ବାଧ୍ୟ ହୋଇ ଜିଲ୍ଲାପାଳଙ୍କୁ ଭେଟି ଗୁହାରି ଜଣାଇଥିଲେ ଗ୍ରାମବାସୀ । ମାତ୍ର ଗୁହାରୀ କରିବାର ଏକମାସ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ  ବାଧ୍ୟ ହୋଇ ଏଭଳି ଆନ୍ଦୋଳନ କରିଥିବାର କହିଛନ୍ତି ଗ୍ରାମବାସୀ । ତେବେ ଏହି ମାମଲା କୋର୍ଟରେ ବଚାରଧୀନ ଅଛି ବୋଲି କହିଛନ୍ତି କରଞ୍ଜିଆ ପିଏ ଆଇଟିଡିଏ ।

ଗରିବଗୁରୁବା ଲୋକ ଏମାନେ । ମୁଣ୍ଡ ଝାଳ ତୁଣ୍ଡରେ ମାରି ପରିବାରର ପେଟ ପୋଷନ୍ତି ଏମାନେ । ନିଜ ନାମରେ ଜମି ପଟ୍ଟା ଥାଇ ମଧ୍ୟ ଅନ୍ୟ ପାଖରେ କେତେଦେିନ ମୂଲ ଲାଗିବେ ଏମାନେ । ସମସ୍ୟାର ସମାଧାନ କରିବା ପାଇଁ ଦାବି କରିଛନ୍ତି ଗାଁ ଲୋକେ ।

 

 

 

The post ଅଭିନବ ପ୍ରତିବାଦ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପଖାଳ ଖାଇଲେ ଗ୍ରାମବାସୀ appeared first on KNews Odisha.