ଅଭିନେତା ନୀତୀନଙ୍କ ପରଲୋକ, ସୁଇସାଇଡ୍‌ କରିଥିବା ଆଶଙ୍କା

ମୁମ୍ବାଇ: ରିଆଲିଟି ଶୋ ସ୍ପ୍ଲିଟ୍ସଭିଲ୍ଲା ଏବଂ କ୍ରାଇମ ପେଟ୍ରୋଲରୁ ପ୍ରସିଦ୍ଧ ହୋଇଥିବା ଅଭିନେତା ନୀତୀନ ଚୌହାନଙ୍କର ଦେହାନ୍ତ ହୋଇଛି। ୩୫ ବର୍ଷ ବୟସରେ ନୀତୀନ ଏହି ଦୁନିଆକୁ ବିଦାୟ ଦେଇଛନ୍ତି। ତାଙ୍କ ସହ କାମ କରିଥିବା ଅଭିନେତା ଏବଂ ବନ୍ଧୁମାନେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି । ହେଲେ ନୀତୀନଙ୍କ ପରିବାର କିମ୍ବା ପୋଲିସ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇନାହି। ନୀତୀନଙ୍କୁ ଶେଷ ଥର ପାଇଁ ୨୦୨୨ରେ SAB ଟିଭିର ଡେଲି ସପ୍‌ […] The post ଅଭିନେତା ନୀତୀନଙ୍କ ପରଲୋକ, ସୁଇସାଇଡ୍‌ କରିଥିବା ଆଶଙ୍କା appeared first on Dharitri Odia News.

ଅଭିନେତା ନୀତୀନଙ୍କ ପରଲୋକ, ସୁଇସାଇଡ୍‌ କରିଥିବା ଆଶଙ୍କା

ମୁମ୍ବାଇ: ରିଆଲିଟି ଶୋ ସ୍ପ୍ଲିଟ୍ସଭିଲ୍ଲା ଏବଂ କ୍ରାଇମ ପେଟ୍ରୋଲରୁ ପ୍ରସିଦ୍ଧ ହୋଇଥିବା ଅଭିନେତା ନୀତୀନ ଚୌହାନଙ୍କର ଦେହାନ୍ତ ହୋଇଛି। ୩୫ ବର୍ଷ ବୟସରେ ନୀତୀନ ଏହି ଦୁନିଆକୁ ବିଦାୟ ଦେଇଛନ୍ତି। ତାଙ୍କ ସହ କାମ କରିଥିବା ଅଭିନେତା ଏବଂ ବନ୍ଧୁମାନେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି । ହେଲେ ନୀତୀନଙ୍କ ପରିବାର କିମ୍ବା ପୋଲିସ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇନାହି।

ନୀତୀନଙ୍କୁ ଶେଷ ଥର ପାଇଁ ୨୦୨୨ରେ SAB ଟିଭିର ଡେଲି ସପ୍‌ ତେରା ୟାର୍‌ ହୁଁ ମେଁରେ ଦେଖାଯାଇଥିଲା । ଏହି ଶୋ’ର ସହ-ଅଭିନେତା ସୁଦୀପ ସାହିର ଏବଂ ସାୟନ୍ତନି ଘୋଷ ତାଙ୍କ ଦେହାନ୍ତ ଖବର ନିଶ୍ଚିତ କରିଛନ୍ତି ଏବଂ ସେମାନଙ୍କ ପୋଷ୍ଟରୁ ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ ଅଭିନେତା ଆତ୍ମହତ୍ୟା କରିଛନ୍ତି।

The post ଅଭିନେତା ନୀତୀନଙ୍କ ପରଲୋକ, ସୁଇସାଇଡ୍‌ କରିଥିବା ଆଶଙ୍କା appeared first on Dharitri Odia News.