ଅଭିନେତ୍ରୀ ତଥା ପୂର୍ବତନ ସାଂସଦ ଜୟାପ୍ରଦାଙ୍କୁ ପଳାତକ ଘୋଷଣା କଲେ କୋର୍ଟ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତଥା ପୂର୍ବତନ ସାଂସଦ ଜୟାପ୍ରଦାଙ୍କୁ କୋର୍ଟ ପଳାତକ ଘୋଷଣା କରିଛନ୍ତି। କୋର୍ଟ ବାରମ୍ବାର ହାଜର ହେବାକୁ ନିର୍ଦ୍ଦେଶ ଦେବା ସତ୍ତ୍ବେ ଜୟପ୍ରଦା ହାଜର ନହେବାରୁ କୋର୍ଟ ତାଙ୍କୁ ପଳାତକ ଘୋଷଣା କରିଛନ୍ତି।ୟାଙ୍କ ବି‌ରୋଧରେ ୮୨ସିଆରପିସିର କାର୍ୟ୍ୟାନୁଷ୍ଠାନ କରି ପୁଲିସ ଅଧ୍ୟକ୍ଷକଙ୍କୁ ଡେପୁଟି ଏସପିଙ୍କ ନେତୃତ୍ବରେ ଏକ ଟିମ ଗଠନ କରି ୨୦୨୪ ମାର୍ଚ୍ଚ ୬ ସୁଦ୍ଧା ହାଜର କରିବାକୁ ନିର୍ଦ୍ଦେଶ ଦିଅଯାଇଛି। ବାସ୍ତବରେ, ୨୦୧୯ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପୂର୍ବତନ ସାଂସଦ ତଥା […]

ଅଭିନେତ୍ରୀ ତଥା ପୂର୍ବତନ ସାଂସଦ ଜୟାପ୍ରଦାଙ୍କୁ ପଳାତକ ଘୋଷଣା କଲେ କୋର୍ଟ
Jaya Prada declared absconder by Rampur court

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତଥା ପୂର୍ବତନ ସାଂସଦ ଜୟାପ୍ରଦାଙ୍କୁ କୋର୍ଟ ପଳାତକ ଘୋଷଣା କରିଛନ୍ତି। କୋର୍ଟ ବାରମ୍ବାର ହାଜର ହେବାକୁ ନିର୍ଦ୍ଦେଶ ଦେବା ସତ୍ତ୍ବେ ଜୟପ୍ରଦା ହାଜର ନହେବାରୁ କୋର୍ଟ ତାଙ୍କୁ ପଳାତକ ଘୋଷଣା କରିଛନ୍ତି।ୟାଙ୍କ ବି‌ରୋଧରେ ୮୨ସିଆରପିସିର କାର୍ୟ୍ୟାନୁଷ୍ଠାନ କରି ପୁଲିସ ଅଧ୍ୟକ୍ଷକଙ୍କୁ ଡେପୁଟି ଏସପିଙ୍କ ନେତୃତ୍ବରେ ଏକ ଟିମ ଗଠନ କରି ୨୦୨୪ ମାର୍ଚ୍ଚ ୬ ସୁଦ୍ଧା ହାଜର କରିବାକୁ ନିର୍ଦ୍ଦେଶ ଦିଅଯାଇଛି।

ବାସ୍ତବରେ, ୨୦୧୯ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପୂର୍ବତନ ସାଂସଦ ତଥା ଅଭିନେତ୍ରୀ ଜୟାପ୍ରଦାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ସେ ଆଚରଣ ବିଧି ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲା ରାମପୁରର MPMLA କୋର୍ଟରେ ବିଚାରାଧୀନ ଅଛି। ତାରିଖ ଉପରେ ତାରିଖ ଗଡ଼ି ଚାଲିଥିଲେ ସୁଦ୍ଧା ଏହି ମାମଲାରେ ଜୟାପ୍ରଦା କୋର୍ଟରେ ହାଜର ହେଉନାହାନ୍ତି।

କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଜୟାଙ୍କୁ ଫେବୃଆରି ୧୨ରେ ଶୁଣାଣି ପାଇଁ କୋର୍ଟରେ ପହଞ୍ଚିବାକୁ କୁହାଯାଇଥିଲା। କିନ୍ତୁ ଅଭିନେତ୍ରୀ କୋର୍ଟରେ ପହଞ୍ଚି ନ ଥିଲେ। ଏହାପରେ କୋର୍ଟ ସମନ ଜାରି କରି ଉଭୟ ମାମଲାରେ ଜୟାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଥିଲେ। ତାଙ୍କୁ ଗିରଫ କରାଯାଇ ପରବର୍ତ୍ତୀ ଶୁଣାଣିରେ କୋର୍ଟରେ ହାଜର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ବାରମ୍ବାର ନିର୍ଦ୍ଦେଶ ସତ୍ତ୍ବେ କୋର୍ଟରେ ହାଜର ନହେବାରୁ ଏହି ମାମଲାକୁ ନେଇ କୋର୍ଟ ମଙ୍ଗଳବାର ପୂର୍ବତନ ସାଂସଦ ଜୟପ୍ରଦାଙ୍କୁ ଫେରାର ଘୋଷଣା କରିଛନ୍ତି।