ଅଭିନେତ୍ରୀ ରିୟା ସେନଙ୍କ ବାପାଙ୍କ ଦେହାନ୍ତ, ଟ୍ଵିଟ୍ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ମମତା ବାନାର୍ଜୀ

ମୁମ୍ଵାଇ ୨୦।୧୧; ବଲିଉଡ ଅଭିନେତ୍ରୀ ରିୟା ସେନ୍ । ବର୍ତ୍ତମାନ ତାଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼ । ଅଭିନେତ୍ରୀଙ୍କ ବାପା ଆଉ ଏହି ଦୁନିଆରେ ନାହାନ୍ତି।  ୮୩ବର୍ଷ ବୟସରେ ଭରତ ଦେବ ବର୍ମାଙ୍କ ଦୁନିଆରୁ ବିଦାୟ ନେଇଛନ୍ତି। ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ତାଙ୍କ ଦେହାନ୍ତ ଖବର ପାଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୋକ ପ୍ରକାଶ କରିଛନ୍ତି।ସେ କୋଲକାତାରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଜଣାଯାଇଛି। ଏନେଇ କୋଲକତା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଭରତ ଦେବ ବର୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ଲେଖିଛନ୍ତି- 'ଚଳଚ୍ଚିତ୍ର ତାରକା ମୁନ୍ମୁନ୍ ସେନଙ୍କ ସ୍ୱାମୀ ଏବଂ ମୋର ଶୁଭେଚ୍ଛୁ ଭରତ ଦେବ ବର୍ମାଙ୍କ ଦେହାନ୍ତ ଖବରରେ ଦୁଃଖିତ। ସେ ମୋତେ ତାଙ୍କ ପରିବାରର ସଦସ୍ୟ ଭାବେ ଭଲପାଇବା ଦେଉଥିଲେ । ମୁଁ ତାଙ୍କ ସ୍ମୃତିକୁ ସର୍ବଦା ସାଇତି ରଖିବି ।Saddened by the demise of Bharat Dev Varma, the husband of filmstar Moon Moon Sen, and himself a great well-wisher of mine.He was indeed very loving and affectionate to me and I shall always treasure his memories. He truly considered me as part of his family and his demise is…— Mamata Banerjee (@MamataOfficial) November

ଅଭିନେତ୍ରୀ ରିୟା ସେନଙ୍କ ବାପାଙ୍କ ଦେହାନ୍ତ, ଟ୍ଵିଟ୍ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ମମତା ବାନାର୍ଜୀ

ମୁମ୍ଵାଇ ୨୦।୧୧; ବଲିଉଡ ଅଭିନେତ୍ରୀ ରିୟା ସେନ୍ । ବର୍ତ୍ତମାନ ତାଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼ । ଅଭିନେତ୍ରୀଙ୍କ ବାପା ଆଉ ଏହି ଦୁନିଆରେ ନାହାନ୍ତି।  ୮୩ବର୍ଷ ବୟସରେ ଭରତ ଦେବ ବର୍ମାଙ୍କ ଦୁନିଆରୁ ବିଦାୟ ନେଇଛନ୍ତି। ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ତାଙ୍କ ଦେହାନ୍ତ ଖବର ପାଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୋକ ପ୍ରକାଶ କରିଛନ୍ତି।

ସେ କୋଲକାତାରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଜଣାଯାଇଛି। ଏନେଇ କୋଲକତା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଭରତ ଦେବ ବର୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ଲେଖିଛନ୍ତି- 'ଚଳଚ୍ଚିତ୍ର ତାରକା ମୁନ୍ମୁନ୍ ସେନଙ୍କ ସ୍ୱାମୀ ଏବଂ ମୋର ଶୁଭେଚ୍ଛୁ ଭରତ ଦେବ ବର୍ମାଙ୍କ ଦେହାନ୍ତ ଖବରରେ ଦୁଃଖିତ। ସେ ମୋତେ ତାଙ୍କ ପରିବାରର ସଦସ୍ୟ ଭାବେ ଭଲପାଇବା ଦେଉଥିଲେ । ମୁଁ ତାଙ୍କ ସ୍ମୃତିକୁ ସର୍ବଦା ସାଇତି ରଖିବି ।

ଭରତ ଦେବ ବର୍ମାଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଥିଲା, ପରେ ପରିବାର ଲୋକ ଆମ୍ବୁଲାନ୍ସକୁ ଡାକିଥିଲେ ଯଥାଶୀଘ୍ର ତାଙ୍କୁ ଡାକ୍ତରଖାନା ନିଆଯାଇପାରିବ। ପରିବାର ଆମ୍ବୁଲାନ୍ସକୁ ଅପେକ୍ଷା କରିଥିବାବେଳେ ତାଙ୍କର ଦେହାନ୍ତ ହୋଇଥିଲା । ଭରତ ଦେବ ବର୍ମା ବଲିଉଡ ଅଭିନେତ୍ରୀ ରିୟା ସେନ ଏବଂ ରାଇମା ସେନଙ୍କ ପିତା ଥିଲେ।

ଭାରତ ଦେବ ବର୍ମା କିଏ?

କହିବାକୁ ଗଲେ ଭାରତ ଦେବ ତ୍ରିପୁରାର ରୟାଲ ଫ୍ୟାମିଲି ସହିତ ଜଡିତ ଥିଲେ । ତାଙ୍କ ମାଆ ଇଲା ଦେବୀ କୁଚ ବିହାରର ରାଣୀ ଏବଂ ଜୟପୁରର ମହାରାଣୀ ଗାୟତ୍ରୀ ଦେବୀଙ୍କ ବଡ଼ ଭଉଣୀ ଥିଲେ। ତାଙ୍କ ଜେଜେମା ଇନ୍ଦିରା ବଡୋଦରାର ମହାରାଜା ଥିଲେ । 

ଭାରତ ଦେବ ବର୍ମା ୧୯୭୮ ମସିହାରେ ପ୍ରସିଦ୍ଧ ବଙ୍ଗୀୟ ସିନେମା ଅଭିନେତ୍ରୀ ମୁମୁନ ସେନଙ୍କୁ ବିବାହ କରିଥିଲେ।  ଉଭୟଙ୍କର ସୁନ୍ଦରୀ ଝିଅ ରିୟା ସେନ ଏବଂ ରାଇମା ସେନ ଅଛନ୍ତି। ମୁମୁନ୍ ସେନ୍ ମଧ୍ୟ ରୟ ପରିବାରର ଅଟନ୍ତି ।ସେ ପ୍ରସିଦ୍ଧ ବଙ୍ଗୀୟ ସିନେମା ଅଭିନେତ୍ରୀ ସୁଚିତ୍ରା ସେନ୍ ଏବଂ ଦିବାନାଥ ସେନଙ୍କ ଝିଅ। ଦିବାନାଥ ସେନ କୋଲକାତାର ଜଣେ ଜଣାଶୁଣା ବ୍ୟବସାୟୀ ଥିଲେ।