ଅଭିନେତ୍ରୀଙ୍କଠାରୁ ୮.୨୫ ଲକ୍ଷ ଟଙ୍କା ଠକି ନେଇ ଗିରଫ ହେଲେ ଯାତ୍ରା ପାର୍ଟି ମାଲିକ
ଭୁବନେଶ୍ୱର,୨୩ା୧୨(ସୂର୍ଯ୍ୟକାନ୍ତ ବେହେରା): ଅଭିନେତ୍ରୀଙ୍କୁ ମିଥ୍ୟା ଆଶ୍ୱାସନା ଦେବା ସହ ପ୍ରତାରଣା କରି ୮ ଲକ୍ଷରୁ ଅଧିକ ଟଙ୍କା ଠକିବା ମାମଲାରେ ଲିଙ୍ଗରାଜ ପୋଲିସ ଜଣେ ଯାତ୍ରା ପାର୍ଟିର ମାଲିକଙ୍କୁ ଗିରଫ କରିଛି। ସେ ହେଲେ ଶିବଶକ୍ତି ଲୋକନାଟ୍ୟର ମାଲିକ ତଥା କଟକ ଚାଉଳିଆଗଞ୍ଜ ଥାନାଞ୍ଚଳରେ ରହୁଥିବା ଟାଙ୍ଗୀ ଅଞ୍ଚଳର ଅମରେଶ ଚନ୍ଦ୍ର ସାହୁ। ଢେଙ୍କାନାଳର ଅଭିନେତ୍ରୀ ମନୋରମା ଦାଶଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ଅପରେଶଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ […] The post ଅଭିନେତ୍ରୀଙ୍କଠାରୁ ୮.୨୫ ଲକ୍ଷ ଟଙ୍କା ଠକି ନେଇ ଗିରଫ ହେଲେ ଯାତ୍ରା ପାର୍ଟି ମାଲିକ appeared first on Dharitri Odia News.
ଭୁବନେଶ୍ୱର,୨୩ା୧୨(ସୂର୍ଯ୍ୟକାନ୍ତ ବେହେରା): ଅଭିନେତ୍ରୀଙ୍କୁ ମିଥ୍ୟା ଆଶ୍ୱାସନା ଦେବା ସହ ପ୍ରତାରଣା କରି ୮ ଲକ୍ଷରୁ ଅଧିକ ଟଙ୍କା ଠକିବା ମାମଲାରେ ଲିଙ୍ଗରାଜ ପୋଲିସ ଜଣେ ଯାତ୍ରା ପାର୍ଟିର ମାଲିକଙ୍କୁ ଗିରଫ କରିଛି। ସେ ହେଲେ ଶିବଶକ୍ତି ଲୋକନାଟ୍ୟର ମାଲିକ ତଥା କଟକ ଚାଉଳିଆଗଞ୍ଜ ଥାନାଞ୍ଚଳରେ ରହୁଥିବା ଟାଙ୍ଗୀ ଅଞ୍ଚଳର ଅମରେଶ ଚନ୍ଦ୍ର ସାହୁ। ଢେଙ୍କାନାଳର ଅଭିନେତ୍ରୀ ମନୋରମା ଦାଶଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ଅପରେଶଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଥିଲା। ଜାମିନ ନ ମିଳିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ଅଭିଯୋଗ ଅନୁସାରେ, ମନୋରମାଙ୍କୁ ମାସିକ ୮୦ ହଜାର ଟଙ୍କା ଦେବାକୁ ଯାତ୍ରା ପାର୍ଟି ମାଲିକ ଅମରେଶ କହିଥିଲେ। ତେଣୁ ସେ ଅନ୍ୟ ଯାତ୍ରାପାର୍ଟି ଛାଡ଼ି ଅମରେଶଙ୍କ ଯାତ୍ରା ପାର୍ଟିରେ କାମ କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଅମରେଶ ମାସିକ ୫୦ ହଜାର ଟଙ୍କା ପ୍ରଦାନ କରିଥିଲେ। ଏପରିକି ମନୋରମା ଅଭିନୟ କରିବାର ଏକ ମାସ ପରେ ଅମରେଶ ତାଙ୍କୁ ତାଙ୍କ ପାର୍ଟିର ଅଂଶୀଦାର ହେବାକୁ ଆଶ୍ୱାସନା ଦେବା ସହ ବୁଝାଶୁଝା କରିବାକୁ କହିଥିଲେ। ଯାହା ଲାଭ ହେବ ୫୦% ପରସ୍ପର ମଧ୍ୟରେ ବାଣ୍ଟି ନେବାକୁ ପ୍ରତିଶ୍ରୁତି ଦେଇଥିଲେ। ଅଭିନେତ୍ରୀ ଜଣକ ତାଙ୍କ ପ୍ରସ୍ତାବରେ ରାଜି ହୋଇ ୫ ମାସ କାର୍ଯ୍ୟ କରିଥିଲେ। ଏହି ସମୟ ମଧ୍ୟରେ ଅମରେଶଙ୍କ କଥା ଅନୁସାରେ, ମନୋରମା ନିଜ ହାତରୁ ମଧ୍ୟ ଅନ୍ୟ କର୍ମଚାରୀଙ୍କୁ ପାରିଶ୍ରମିକ ପ୍ରଦାନ କରିଥିଲେ। ଏହାସହ ଅମରେଶ ମଧ୍ୟ ନିଜର ଆବଶ୍ୟକତା ପାଇଁ ତାଙ୍କଠାରୁ ଟଙ୍କା ଉଧାର ନେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ପାରିଶ୍ରମିକ, ଲାଭ ଏବଂ ଉଧାର ଟଙ୍କା ବାବଦକୁ ମୋଟ ୮.୨୫ ଲକ୍ଷ ଟଙ୍କା ଫେରାଇ ନ ଥିଲେ। ତେଣୁ ବାଧ୍ୟହୋଇ ସେ ଉକ୍ତ ଯାତ୍ରା ପାର୍ଟି ଛାଡ଼ି ଦେଇଥିଲେ। ସେ ବକେୟା ଟଙ୍କା ମାଗିବାରୁ ଅଭିଯୁକ୍ତ ଅମରେଶ ତାଙ୍କୁ ଗାଳିଗୁଳଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏନେଇ ମନୋରମା ଲିଙ୍ଗରାଜ ଥାନାରେ ଅଭିଯୋଗ କରିବାରୁ ପୋଲିସ ମାମଲା ନମ୍ବର ୨୪୮/୨୦୨୪ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।
The post ଅଭିନେତ୍ରୀଙ୍କଠାରୁ ୮.୨୫ ଲକ୍ଷ ଟଙ୍କା ଠକି ନେଇ ଗିରଫ ହେଲେ ଯାତ୍ରା ପାର୍ଟି ମାଲିକ appeared first on Dharitri Odia News.