ଅଭିଭାବକ ଓ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ମୁଖ୍ୟ ଫାଟକ ସାମ୍ନାରେ ପାଳିଲେ ସରସ୍ଵତୀ ପୂଜା
ବାଲେଶ୍ୱର : ବନ୍ଧା ଯାଇଛି ଟେଣ୍ଟ । ବାଜୁଛି ଘଣ୍ଟି । ମନ୍ତ୍ର ପଢ଼ୁଛନ୍ତି ନନା । ସ୍କୁଲ ଗେଟ୍ ବାହାରେ ମନ୍ତ୍ର ଧ୍ବନିରେ କମ୍ପୁଛି ପରିବେଶ । ମା ସରସ୍ବତୀଙ୍କୁ ପୂଜା କରିବା ପାଇଁ ଧାଡ଼ିରେ ଠିଆ ହୋଇଛନ୍ତି ଛାତ୍ର ଛାତ୍ରୀ । ଏ ଚିତ୍ର ଦେଖି ଆପଣ ଆଶ୍ଚର୍ଯ୍ୟ ହେଉଛନ୍ତି ନାଁ । କିଛି ବୁଝି ପାରୁ ନାହାଁନ୍ତି ନା ପ୍ରକୃତରେ ଏଠି ଚାଲିଛି କଣ ? କାହିଁକି ପିଲାମାନେ ବିଦ୍ୟାଳୟରେ ମା ସରସ୍ବତୀଙ୍କ […] The post ଅଭିଭାବକ ଓ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ମୁଖ୍ୟ ଫାଟକ ସାମ୍ନାରେ ପାଳିଲେ ସରସ୍ଵତୀ ପୂଜା appeared first on KNews Odisha.

ବାଲେଶ୍ୱର : ବନ୍ଧା ଯାଇଛି ଟେଣ୍ଟ । ବାଜୁଛି ଘଣ୍ଟି । ମନ୍ତ୍ର ପଢ଼ୁଛନ୍ତି ନନା । ସ୍କୁଲ ଗେଟ୍ ବାହାରେ ମନ୍ତ୍ର ଧ୍ବନିରେ କମ୍ପୁଛି ପରିବେଶ । ମା ସରସ୍ବତୀଙ୍କୁ ପୂଜା କରିବା ପାଇଁ ଧାଡ଼ିରେ ଠିଆ ହୋଇଛନ୍ତି ଛାତ୍ର ଛାତ୍ରୀ । ଏ ଚିତ୍ର ଦେଖି ଆପଣ ଆଶ୍ଚର୍ଯ୍ୟ ହେଉଛନ୍ତି ନାଁ । କିଛି ବୁଝି ପାରୁ ନାହାଁନ୍ତି ନା ପ୍ରକୃତରେ ଏଠି ଚାଲିଛି କଣ ? କାହିଁକି ପିଲାମାନେ ବିଦ୍ୟାଳୟରେ ମା ସରସ୍ବତୀଙ୍କ ପୂଜା ନକରି ସ୍କୁଲ୍ ଗେଟ୍ ବାହାରେ ପୂଜା କରୁଛନ୍ତି ? ତେବେ ଘଟଣା କଣ ଆସନ୍ତୁ ଜାଣିବା….
ଦୁଇଟି ବିଦ୍ୟାଳୟରେ ପାଳିତ ହେଲାନି ବିଦ୍ୟାଦାତ୍ରୀ ମା ସରସ୍ଵତୀଙ୍କ ପୂଜା । ଶେଷରେ ବିଦ୍ୟାଳୟ ମୁଖ୍ୟ ଫାଟକ ସାମ୍ନାରେ ଅଭିଭାବକ ଓ ଛାତ୍ର ଛାତ୍ରୀ ମାନେ ଟେଣ୍ଟ ବାନ୍ଧି ବିଦ୍ୟାଦାତ୍ରି ମା’ ସରସ୍ଵତୀଙ୍କ ପୂଜାର୍ଚ୍ଚନା କରିଛନ୍ତି । ଏହି ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ହାତୀଗଡ ଉଚ୍ଚ ବିଦ୍ୟାଳୟ ଓ ହାତିଗଡ ମାଧ୍ୟମିକ ବିଦ୍ୟାଳୟରେ ସରସ୍ଵତୀ ପୂଜା ପାଳନ କରାଯାଇ ନାହିଁ । ତେଣୁ ଛାତ୍ର ଛାତ୍ରୀ ମାନେ ଅଭିଭାବକଙ୍କ ସହଯୋଗରେ ବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ମା ସରସ୍ବତୀଙ୍କ ପୂଜାର୍ଚ୍ଚନା କରିଛନ୍ତି । ତେବେ ବିଦ୍ଯାଳୟ ଗୁଡିକ ବନ୍ଦ ଥିବାରୁ କୌଣସି ଶିକ୍ଷକ ଶିକ୍ଷୟତ୍ରୀ ମଧ୍ଯ ଆସି ନାହାନ୍ତି । ମା’ ବିଦ୍ୟାଦାତ୍ରିଙ୍କ ପୂଜା ବନ୍ଦ ଥିବାରୁ ଅଭିଭାବକ ଏବଂ ଛାତ୍ର ଛାତ୍ରୀଙ୍କ ମଧ୍ଯରେ ଅସନ୍ତୋଷ ଦେଖା ଦେଇଛି ।
ଏବାବଦରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରାଚୀ ତନୟା ଗିରିଙ୍କ ସହ ମୋବାଇଲ ଯୋଗେ ଯୋଗାଯୋଗ କରିବାରୁ ଏହି ଦୁଇଟି ବିଦ୍ୟାଳୟ ସଂଖ୍ୟାଲଘୁ ବର୍ଗର ଥିବାରୁ ପୂଜା ଦୀର୍ଘ ଦିନ ଧରି ବନ୍ଦ ରହି ଆସୁଥିବା କହିଛନ୍ତି । ଅନ୍ୟପଟେ ଏହି ସ୍କୁଲଟି ୨୦୦୯ ମସିହାରୁ ସଂଖ୍ୟାଲଘୁ ବର୍ଗରୁ ସାଧାରଣ ବର୍ଗକୁ ଆସିଥିଲେ ସୁଦ୍ଧା କାହିଁକି ବିଦ୍ୟାଳୟରେ ସରସ୍ଵତୀ ପୂଜା ଓ ଗଣେଶ ପୂଜା ପାଳନ କରାଯାଉ ନାହିଁ ସେ ନେଇ ପ୍ରଶ୍ନ କରିଛନ୍ତି ଅଭିଭାବକ ?
The post ଅଭିଭାବକ ଓ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ମୁଖ୍ୟ ଫାଟକ ସାମ୍ନାରେ ପାଳିଲେ ସରସ୍ଵତୀ ପୂଜା appeared first on KNews Odisha.