ଅଭିମନ୍ୟୁ ଈଶ୍ୱରନ ଭାରତ ‘ଏ’ ଅଧିନାୟକ
ମୁମ୍ବାଇ, ୭ା୧(ପି.ଟି.): ଭ୍ରମଣକାରୀ ଇଂଲଣ୍ଡ ଲାୟନ୍ସ ବିପକ୍ଷ ୪ ଦିନିଆ ମ୍ୟାଚ ପାଇଁ ଶନିବାର ୧୩ ଜଣିଆ ଭାରତ ‘ଏ’ କ୍ରିକେଟ ଦଳ ଘୋଷଣା କରାଯାଇଛି। ବେଙ୍ଗଲ ଭେଟେରାନ ଅଭିମନ୍ୟୁ ଈଶ୍ୱରନଙ୍କୁ ଦଳର ଅଧିନାୟକ ଭାବେ ମନୋନୀତ କରାଯାଇଛି। ଦୁଇ ଦଳ ମଧ୍ୟରେ ଏକ ଦୁଇଦିନିଆ ମ୍ୟାଚ ଜାନୁୟାରୀ ୧୨-୧୩ରେ ଅହମଦାବାଦରେ ଖେଳାଯିବ। ପରେ ଜାନୁୟାରୀ ୧୭ରୁ ୨୦ ଚାରିଦିନିଆ ମ୍ୟାଚ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆୟୋଜନ କରାଯାଇଛି। ଭାରତୀୟ ଦଳରେ ସ୍ଥାନ ପାଇଥିବା ଅନ୍ୟ ଖେଳାଳିଙ୍କ […] The post ଅଭିମନ୍ୟୁ ଈଶ୍ୱରନ ଭାରତ ‘ଏ’ ଅଧିନାୟକ appeared first on Dharitri Odia News.
ମୁମ୍ବାଇ, ୭ା୧(ପି.ଟି.): ଭ୍ରମଣକାରୀ ଇଂଲଣ୍ଡ ଲାୟନ୍ସ ବିପକ୍ଷ ୪ ଦିନିଆ ମ୍ୟାଚ ପାଇଁ ଶନିବାର ୧୩ ଜଣିଆ ଭାରତ ‘ଏ’ କ୍ରିକେଟ ଦଳ ଘୋଷଣା କରାଯାଇଛି। ବେଙ୍ଗଲ ଭେଟେରାନ ଅଭିମନ୍ୟୁ ଈଶ୍ୱରନଙ୍କୁ ଦଳର ଅଧିନାୟକ ଭାବେ ମନୋନୀତ କରାଯାଇଛି। ଦୁଇ ଦଳ ମଧ୍ୟରେ ଏକ ଦୁଇଦିନିଆ ମ୍ୟାଚ ଜାନୁୟାରୀ ୧୨-୧୩ରେ ଅହମଦାବାଦରେ ଖେଳାଯିବ। ପରେ ଜାନୁୟାରୀ ୧୭ରୁ ୨୦ ଚାରିଦିନିଆ ମ୍ୟାଚ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆୟୋଜନ କରାଯାଇଛି। ଭାରତୀୟ ଦଳରେ ସ୍ଥାନ ପାଇଥିବା ଅନ୍ୟ ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ସାଇ ସୁଦର୍ଶନ, ରଜତ ପଟିଦାର, କେ.ଏସ୍. ଭରତ ଓ ନବଦୀପ ସଇନି। ଭାରତ ‘ଏ’ ଦଳ ଦକ୍ଷିଣ ଆଫ୍ରିକା ଟୁର୍ରୁ ଫେରିଛି। ଦଳ ସେଠାରେ ଦୁଇଟି ଅନ୍ ଅଫିସିଆଲ ଟେଷ୍ଟ ମ୍ୟାଚ ଖେଳିଛି। ଉଭୟ ମ୍ୟାଚ ଡ୍ର’ ଭାବେ ଶେଷ ହୋଇଛି। ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିବା ସିରିଜରେ ଭରତଙ୍କୁ ଅଧିନାୟକ ମନୋନୀତ କରାଯାଇଥିଲା। ଏହି ଦଳରେ ଈଶ୍ୱରନ ମଧ୍ୟ ଅନ୍ୟତମ ସଦସ୍ୟ ଥିଲେ। ସେ କେବଳ ଗୋଟିଏ ଗେମ୍ ଖେଳିବାର ସୁଯୋଗ ପାଇଥିଲେ ଏବଂ ୧୮ ରନ କରିଥିବାବେଳେ ଭରତ ମାତ୍ର ୬ ରନ ସ୍କୋର କରିଥିଲେ। ଦକ୍ଷିଣ ଆଫ୍ରିକାରେ ଭାରତ ‘ଏ’ର ଟପ୍ ସ୍କୋରର ଥିଲେ ପ୍ରଦୋଷ ରଞ୍ଜନ ପଲ୍। ସେ ୧୬୩ ରନ କରିଥିଲେ। ତାଙ୍କୁ ଇଂଲଣ୍ଡ ଲାୟନ୍ସ ବିପକ୍ଷ ସିରିଜ ପାଇଁ ମନୋନୀତ କରାଯାଇଛି। ଏହି ସିରିଜରେ ତାଙ୍କର ପ୍ରଦର୍ଶନ କିପରି ରହୁଛି ତାହା ଲକ୍ଷ୍ୟ କରିବାର କଥା।
ଭାରତ ‘ଏ’ ଦଳ: ଅଭିମନ୍ୟୁ ଈଶ୍ୱରନ (ଅଧିନାୟକ), ସାଇ ସୁଦର୍ଶନ, ରଜତ ପଟିଦାର, ସର୍ଫରାଜ ଖାନ୍, ପ୍ରଦୋଷ ରଞ୍ଜନ ପଲ୍, କେ.ଏସ୍. ଭରତ (ଉଇକେଟକିପର), ମାନବ ସୁଥର, ପୁଲକିତ ନାରଙ୍ଗ, ନବଦୀପ ସଇନି, ତୁଷାର ଦେଶପାଣ୍ଡେ, ବିଦ୍ୟାଥ କାଭେରାପ୍ପା, ଧ୍ରୁବ ଜୁରେଲ୍ (ଉଇକେଟକିପର) ଓ ଆକାଶ ଦୀପ।
The post ଅଭିମନ୍ୟୁ ଈଶ୍ୱରନ ଭାରତ ‘ଏ’ ଅଧିନାୟକ appeared first on Dharitri Odia News.