ଅଭିଯୁକ୍ତଙ୍କ ପାଖରେ ଥିଲା ୪୦ ରାଉଣ୍ଡ ଗୁଳି, ସଲମାନଙ୍କ ଘର ବାହାରେ ଫାୟାରିଂ ପରେ ୩ ଥର ବଦଳାଇ ଥିଲେ ପୋଷାକ
ନୂଆଦିଲ୍ଲୀ: ସଲମାନ ଖାନଙ୍କ ଘର ବାହାରେ ହୋଇଥିବା ଫାୟାରିଂ ଘଟଣାରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗୁରୁବାର ହାଇକୋର୍ଟରେ ହାଜର କରିଥିଲା । ଅଭିଯୁକ୍ତ ସାଗର ପାଲ୍ ଏବଂ ଭିକି ଗୁପ୍ତାକୁ ଚାରି ଦିନିଆ ରିମାଣ୍ଡରେ ନେବା ପାଇଁ ପୋଲିସ ନିବେଦନ କରିଥିଲା । ପୋଲିସ ଉଭୟଙ୍କୁ ଏପ୍ରିଲ୍ ୨୯ ଯାଏ ପୋଲିସ ରିମାଣ୍ଡରେ ପଠାଇଛନ୍ତି । ମୁମ୍ୱାଇ କ୍ରାଇମ୍ ବ୍ରାଞ୍ଚ କୋର୍ଟରେ କହିଛି ଯେ ଘଟଣା ପରେ ଦୁଇ ଅଭିଯୁକ୍ତ ନିଜ ପୋଷାକକୁ ତିନି ଥର ବଦଳାଇଥିଲେ । ଅଭିଯୁକ୍ତମାନେ ମୁମ୍ୱାଇରେ ଗୁଳି ମାଡ଼ କରି ଫେରାର ହେବା ବେଳେ ପ୍ରଥମେ ବାନ୍ଦ୍ରାରେ, ପରେ ସାନ୍ତାକ୍ରୁଜ୍ ଏବଂ ଶେଷରେ ସୁରଟରେ ପୋଷାକ ବଦଳାଇଥିଲେ । ସେମାନେ ନିଜ ଚେହେରା ମଧ୍ୟ ବଦଳାଇବା ପାଇଁ ଉଦ୍ୟମ କରିଥିଲେ । ଏହି ଦୁଇ ଅଭିଯୁକ୍ତ ସଲମାନଙ୍କ ବାନ୍ଦ୍ରା ସ୍ଥିତ ଗ୍ୟାଲେକ୍ସି ଆପାର୍ଟମେଣ୍ଟ ସାମନାରେ ଏପ୍ରିଲ ୧୪ ସକାଳ ୫ଟାରେ ଫାୟାରିଂ କରିଥିଲେ । ଦୁହେଁ ବାଇକରେ ଆସି ୫ ରାଉଣ୍ଡ ଫାୟାର କରିଥିଲେ । ଏହି ସମୟରେ ସଲମାନ ଖାନ ନିଜ ଘରେ ଥିଲେ । ଘଟଣା ପରେ ସଲମାନଙ୍କ ଘର ବାହାରେ ସୁରକ୍ଷାକୁ ବଢାଯାଇଥିଲା ।ପୋଲିସ ସୂଚନା ଅନୁସାରେ ଦୁଇ ଅଭିଯୁକ୍ତଙ୍କ ପାଖରେ ମୋଟ ୪୦ ରାଉଣ୍ଡ ଗୁଳି ଥିଲା । ଏଥିରୁ ୫ଟି ଫାୟାର କରାଯାଇଛି । ୧୭ଟି ଜୀବନ୍ତ ଗୁଳି ଜବତ କରାଯାଇଥିବା ବେଳେ ବଳକା ୧୮ଟି ଗୁଳିର ସନ୍ଧାନ କରାଯାଉଛି । ସରକାରୀ ଓକିଲ କହିଛନ୍ତି ଯେ ଏହି ଅଭିଯୁକ୍ତଙ୍କୁ କିଏ ଫଣ୍ଡିଂ କରୁଥିଲା, ତା
ନୂଆଦିଲ୍ଲୀ: ସଲମାନ ଖାନଙ୍କ ଘର ବାହାରେ ହୋଇଥିବା ଫାୟାରିଂ ଘଟଣାରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗୁରୁବାର ହାଇକୋର୍ଟରେ ହାଜର କରିଥିଲା । ଅଭିଯୁକ୍ତ ସାଗର ପାଲ୍ ଏବଂ ଭିକି ଗୁପ୍ତାକୁ ଚାରି ଦିନିଆ ରିମାଣ୍ଡରେ ନେବା ପାଇଁ ପୋଲିସ ନିବେଦନ କରିଥିଲା । ପୋଲିସ ଉଭୟଙ୍କୁ ଏପ୍ରିଲ୍ ୨୯ ଯାଏ ପୋଲିସ ରିମାଣ୍ଡରେ ପଠାଇଛନ୍ତି । ମୁମ୍ୱାଇ କ୍ରାଇମ୍ ବ୍ରାଞ୍ଚ କୋର୍ଟରେ କହିଛି ଯେ ଘଟଣା ପରେ ଦୁଇ ଅଭିଯୁକ୍ତ ନିଜ ପୋଷାକକୁ ତିନି ଥର ବଦଳାଇଥିଲେ । ଅଭିଯୁକ୍ତମାନେ ମୁମ୍ୱାଇରେ ଗୁଳି ମାଡ଼ କରି ଫେରାର ହେବା ବେଳେ ପ୍ରଥମେ ବାନ୍ଦ୍ରାରେ, ପରେ ସାନ୍ତାକ୍ରୁଜ୍ ଏବଂ ଶେଷରେ ସୁରଟରେ ପୋଷାକ ବଦଳାଇଥିଲେ । ସେମାନେ ନିଜ ଚେହେରା ମଧ୍ୟ ବଦଳାଇବା ପାଇଁ ଉଦ୍ୟମ କରିଥିଲେ ।
ଏହି ଦୁଇ ଅଭିଯୁକ୍ତ ସଲମାନଙ୍କ ବାନ୍ଦ୍ରା ସ୍ଥିତ ଗ୍ୟାଲେକ୍ସି ଆପାର୍ଟମେଣ୍ଟ ସାମନାରେ ଏପ୍ରିଲ ୧୪ ସକାଳ ୫ଟାରେ ଫାୟାରିଂ କରିଥିଲେ । ଦୁହେଁ ବାଇକରେ ଆସି ୫ ରାଉଣ୍ଡ ଫାୟାର କରିଥିଲେ । ଏହି ସମୟରେ ସଲମାନ ଖାନ ନିଜ ଘରେ ଥିଲେ । ଘଟଣା ପରେ ସଲମାନଙ୍କ ଘର ବାହାରେ ସୁରକ୍ଷାକୁ ବଢାଯାଇଥିଲା ।
ପୋଲିସ ସୂଚନା ଅନୁସାରେ ଦୁଇ ଅଭିଯୁକ୍ତଙ୍କ ପାଖରେ ମୋଟ ୪୦ ରାଉଣ୍ଡ ଗୁଳି ଥିଲା । ଏଥିରୁ ୫ଟି ଫାୟାର କରାଯାଇଛି । ୧୭ଟି ଜୀବନ୍ତ ଗୁଳି ଜବତ କରାଯାଇଥିବା ବେଳେ ବଳକା ୧୮ଟି ଗୁଳିର ସନ୍ଧାନ କରାଯାଉଛି । ସରକାରୀ ଓକିଲ କହିଛନ୍ତି ଯେ ଏହି ଅଭିଯୁକ୍ତଙ୍କୁ କିଏ ଫଣ୍ଡିଂ କରୁଥିଲା, ତାର ତଦନ୍ତ କରାଯିବାର ଅଛି । ସରକାରୀ ଓକିଲ କହିଛନ୍ତି, 'ଏହି ଦୁଇ ଜଣଙ୍କର ସଲମାନ ଖାନଙ୍କ ସହ କୌଣସି ଶତ୍ରୁତା ନଥିଲା, ତେଣୁ ଏହି ଦୁଇ ତାଙ୍କ ଘର ବାହାରେ କାହିଁକି ଫାୟାରିଂ କଲେ । ସେମାନଙ୍କୁ କିଏ ଏବଂ କିପରି ଆଦେଶ ଦେଉଥିଲେ...ତାହା ତଦନ୍ତ କରାଯିବାର ଅଛି ।'