ଅଭିଯୁକ୍ତଙ୍କୁ କେମିତି ମିଳିଲା ଜାମିନ? ସିବିଆଇ ତଦନ୍ତ ନେଇ ଉଠିଲା ପ୍ରଶ୍ନ, ତିନି ଅଭିଯୁକ୍ତଙ୍କ

କନକ ବ୍ୟୁରୋ: ଟେଣ୍ଡର ଫିକ୍ସିଂ ଓ ଲାଂଚ କାରବାର ମାମଲା ନୂଆମୋଡ ନେଇଛି। ତିନି ମୁଖ୍ୟ ଅଭିଯୁକ୍ତଙ୍କୁ ଗୋଟିଏ ପଟେ ଜାମିନ ମିଳି ଯାଇଛି, ଆଉ ଗୋଟିଏ ପଟେ ଦିଲ୍ଲୀରୁ ଆସିଥିବା ସିବିଆଇ ଟିମ ଫେରିଯାଇଥିବା ସୂଚନା ମିଳିଛି। ଗୋଟିଏ ସପ୍ତାହର ତମ୍ବିତୋଫାନ ପରେ ସିବିଆଇଆଇର ଏଭଳି ଆଭିମୁଖ୍ୟ ସନ୍ଦେହକୁ ବଢ଼ାଇ ଦେଇଛି।  ଚଂଚଲ ମୁଖାର୍ଜୀ, ଦେବଦତ୍ତ ମହାପାତ୍ର ଓ ସନ୍ତୋଷ ମହାରଣା। ୧୦ଲକ୍ଷ ଟଙ୍କା ଲାଂଚ କାରବାର ମାମଲାରେ ସିବିଆଇ ଦ୍ବାରା ଗିରଫ ହୋଇ ଜେଲ ଯାଇଥିଲେ ଏହି ତିନି ଅଭିଯୁକ୍ତ। ହେଲେ, ଦିନ କେଇଟା ନଯାଉଣୁ ସମସ୍ତଙ୍କୁ ମିଳି ଯାଇଛି ସର୍ତ୍ତମୂଳକ ଜାମିନ। ଯାହା ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯେଉଁ ମାମଲାକୁ ନେଇ ଏତେ ଦିନ ଧରି ରାଜ୍ୟ ରାଜନୀତି ଉଠୁଥିଲା ପଡୁଥିଲା, ଅଫିସର, ନେତା ଛାନିଆ ହୋଇପଡିଥିଲେ, ସେହି ମାମଲାର ଅଭିଯୁକ୍ତମାନଙ୍କୁ କେମିତି ମିଳିଲା ଜାମିନ? ସିବିଆଇ ଏମିତି କେଉଁ ଦଫା ଲଗାଇଥିଲା ଯେ ଅଭିଯୁକ୍ତମାନଙ୍କୁ କୋର୍ଟରେ ଅତି ସହଜରେ ମିଳିଗଲା ଜାମିନ? ସିବିଆଇ ଅଭିଯୁକ୍ତଙ୍କ ବିରୋଧରେ କୋହଳ ଦଫା ଲଗାଇଥିଲା କି?  ତେବେ କାରରୁ ମିଳିଥିବା ୧୦ଲକ୍ଷ ଟଙ୍କା ଲାଂଚ ଟଙ୍କା ବୋଲି ପ୍ରମାଣ କରି ନପାରିବାରୁ, କୋର୍ଟ ଅଭିଯୁକ୍ତମାନଙ୍କୁ ଜାମିନ ଦେଇଛନ୍ତି ବୋଲି କହିଛନ୍ତି ଆଇନଜୀବୀ।  ଟେଣ୍ଡର ଫିକ୍ସିଂ ଓ ଲାଂଚ କାରବାର ଅଭିଯୋଗ ପରେ ଜୋର ଧରିଛି ରାଜନୀତି। ଗଣଶିକ୍ଷା ବିଭାଗର ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍

ଅଭିଯୁକ୍ତଙ୍କୁ କେମିତି ମିଳିଲା ଜାମିନ? ସିବିଆଇ ତଦନ୍ତ ନେଇ ଉଠିଲା ପ୍ରଶ୍ନ, ତିନି ଅଭିଯୁକ୍ତଙ୍କ

କନକ ବ୍ୟୁରୋ: ଟେଣ୍ଡର ଫିକ୍ସିଂ ଓ ଲାଂଚ କାରବାର ମାମଲା ନୂଆମୋଡ ନେଇଛି। ତିନି ମୁଖ୍ୟ ଅଭିଯୁକ୍ତଙ୍କୁ ଗୋଟିଏ ପଟେ ଜାମିନ ମିଳି ଯାଇଛି, ଆଉ ଗୋଟିଏ ପଟେ ଦିଲ୍ଲୀରୁ ଆସିଥିବା ସିବିଆଇ ଟିମ ଫେରିଯାଇଥିବା ସୂଚନା ମିଳିଛି। ଗୋଟିଏ ସପ୍ତାହର ତମ୍ବିତୋଫାନ ପରେ ସିବିଆଇଆଇର ଏଭଳି ଆଭିମୁଖ୍ୟ ସନ୍ଦେହକୁ ବଢ଼ାଇ ଦେଇଛି। 

ଚଂଚଲ ମୁଖାର୍ଜୀ, ଦେବଦତ୍ତ ମହାପାତ୍ର ଓ ସନ୍ତୋଷ ମହାରଣା। ୧୦ଲକ୍ଷ ଟଙ୍କା ଲାଂଚ କାରବାର ମାମଲାରେ ସିବିଆଇ ଦ୍ବାରା ଗିରଫ ହୋଇ ଜେଲ ଯାଇଥିଲେ ଏହି ତିନି ଅଭିଯୁକ୍ତ। ହେଲେ, ଦିନ କେଇଟା ନଯାଉଣୁ ସମସ୍ତଙ୍କୁ ମିଳି ଯାଇଛି ସର୍ତ୍ତମୂଳକ ଜାମିନ। ଯାହା ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯେଉଁ ମାମଲାକୁ ନେଇ ଏତେ ଦିନ ଧରି ରାଜ୍ୟ ରାଜନୀତି ଉଠୁଥିଲା ପଡୁଥିଲା, ଅଫିସର, ନେତା ଛାନିଆ ହୋଇପଡିଥିଲେ, ସେହି ମାମଲାର ଅଭିଯୁକ୍ତମାନଙ୍କୁ କେମିତି ମିଳିଲା ଜାମିନ? ସିବିଆଇ ଏମିତି କେଉଁ ଦଫା ଲଗାଇଥିଲା ଯେ ଅଭିଯୁକ୍ତମାନଙ୍କୁ କୋର୍ଟରେ ଅତି ସହଜରେ ମିଳିଗଲା ଜାମିନ? ସିବିଆଇ ଅଭିଯୁକ୍ତଙ୍କ ବିରୋଧରେ କୋହଳ ଦଫା ଲଗାଇଥିଲା କି? 

ତେବେ କାରରୁ ମିଳିଥିବା ୧୦ଲକ୍ଷ ଟଙ୍କା ଲାଂଚ ଟଙ୍କା ବୋଲି ପ୍ରମାଣ କରି ନପାରିବାରୁ, କୋର୍ଟ ଅଭିଯୁକ୍ତମାନଙ୍କୁ ଜାମିନ ଦେଇଛନ୍ତି ବୋଲି କହିଛନ୍ତି ଆଇନଜୀବୀ। 

ଟେଣ୍ଡର ଫିକ୍ସିଂ ଓ ଲାଂଚ କାରବାର ଅଭିଯୋଗ ପରେ ଜୋର ଧରିଛି ରାଜନୀତି। ଗଣଶିକ୍ଷା ବିଭାଗର ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଏହା ଭିତରକୁ ଟାଣିଛି ବିଜେଡି। ନବରଂଗପୁରରେ ପ୍ରେମମିଟ୍ କରି ଗଣଶିକ୍ଷା ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଦାବି କରିଛନ୍ତି ବିଜେଡି ନେତା। 

ଏସବୁ ଘଟଣା ଭିତରେ ବିଷ୍ଣୁପଦଙ୍କ ଲିଙ୍କଙ୍କୁ ନେଇ ଚର୍ଚ୍ଚା ବଢ଼ିଛି। ବିଷ୍ଣୁପଦ କାହା ବଳରେ ଏତେ ବଡ ମାମଲାକୁ ବାଏଁ ବାଏଁ ଉଡାଇବାରେ ସକ୍ଷମ ହେଲେ? ତାହା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି।