ଅଭିଷେକଙ୍କ ଘର ଛାଡ଼ିବେ ଐଶ୍ୱର୍ଯ୍ୟା! ଝିଅଙ୍କ ସହ…
ବମ୍ବେ: ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ସ୍ବାମୀ ତଥା ଅଭିନେତା ଅଭିଷେକ ବଚ୍ଚନଙ୍କଠାରୁ ଅଲଗା ହେବା ଖବର ଗଣମାଧ୍ୟମର ଶିରୋନାମା ପାଲଟିଛି। ଏମିତିରେ ଐଶ୍ ଖୁବ୍ଶୀଘ୍ର ବଚ୍ଚନ ପରିବାରକୁ ସମ୍ପୂର୍ଣ୍ଣ ଭାବେ ଛାଡ଼ି ଝିଅ ସହ ଅଲଗା ବଙ୍ଗଳାରେ ରହିବାକୁ ଚାଲିଯିବେ ବୋଲି ଜଣାପଡ଼ିଛି। କିଛି ମାସ ଧରି ଲଗାତାର ଭାବେ ଅଭିଷେକ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ବିଭିନ୍ନ ଉତ୍ସବରେ ଏକାଠି ନଜର ଆସୁ ନ ଥିବାରୁ ପତ୍ନୀଙ୍କୁ ସେ ଛାଡ଼ପତ୍ର ଦେବେ ବୋଲି […] The post ଅଭିଷେକଙ୍କ ଘର ଛାଡ଼ିବେ ଐଶ୍ୱର୍ଯ୍ୟା! ଝିଅଙ୍କ ସହ… appeared first on Dharitri Odia News.
ବମ୍ବେ: ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ସ୍ବାମୀ ତଥା ଅଭିନେତା ଅଭିଷେକ ବଚ୍ଚନଙ୍କଠାରୁ ଅଲଗା ହେବା ଖବର ଗଣମାଧ୍ୟମର ଶିରୋନାମା ପାଲଟିଛି। ଏମିତିରେ ଐଶ୍ ଖୁବ୍ଶୀଘ୍ର ବଚ୍ଚନ ପରିବାରକୁ ସମ୍ପୂର୍ଣ୍ଣ ଭାବେ ଛାଡ଼ି ଝିଅ ସହ ଅଲଗା ବଙ୍ଗଳାରେ ରହିବାକୁ ଚାଲିଯିବେ ବୋଲି ଜଣାପଡ଼ିଛି।
କିଛି ମାସ ଧରି ଲଗାତାର ଭାବେ ଅଭିଷେକ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ବିଭିନ୍ନ ଉତ୍ସବରେ ଏକାଠି ନଜର ଆସୁ ନ ଥିବାରୁ ପତ୍ନୀଙ୍କୁ ସେ ଛାଡ଼ପତ୍ର ଦେବେ ବୋଲି କୁହାଯାଉଛି। ଇତି ମଧ୍ୟରେ ଅଭିନେତାଙ୍କ ନାମ ବଲିଉଡ୍ ଅଭିନେତ୍ରୀ ନିମ୍ରିତ କୌରଙ୍କ ସହ ଯୋଡ଼ା ଯାଉଛି। ଦୁହେଁ ଏକାଠି ‘ଦସ୍ବି’ରେ କାମ କରିଥିଲେ।
ନିମ୍ରିତଙ୍କ ସହ ଅଭିଷେକଙ୍କ ନାମ ଯୋଡ଼ି ହେବା ପରେ ଐଶ୍ ଭାଙ୍ଗି ପଡ଼ିଛନ୍ତି। ଆଗାମୀ ଦିନରେ ସେ ଅଭିନେତାଙ୍କ ଘର ଛାଡ଼ି ନୂଆ ବଙ୍ଗଳାକୁ ଚାଲିଯିବେ ବୋଲି ଖବର ପ୍ରକାଶ ପାଉଛି। ତେବେ ଏହା କେତେଦୂର ସତ ହେବ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।
The post ଅଭିଷେକଙ୍କ ଘର ଛାଡ଼ିବେ ଐଶ୍ୱର୍ଯ୍ୟା! ଝିଅଙ୍କ ସହ… appeared first on Dharitri Odia News.