ଅଭିଷେକଙ୍କ ୪୭ ବଲରେ ୧୦୦, ଭାରତ ଠାରୁ ଶହେ ରନରେ ହାରିଲା ଜିମ୍ବାେଓ୍ଵ
ହରାରେ : ପ୍ରଥମ ମ୍ୟାଚରେ ମାତ୍ ଖାଇଲା ପରେ ଜିମ୍ବାେଓ୍ଵ ବିପକ୍ଷରେ ଦ୍ୱିତୀୟ ଟି୨୦ ମ୍ୟାଚକୁ ୧୦୦ ରନରେ ଜିତିଛି । ଭାରତ ପକ୍ଷରୁ ଅଭିଷେକ ଶର୍ମା ମାତ୍ର ୪୭ ବଲରେ ୧୦୦ ରନ୍ (୭ ଚୌକା, ୮ ଛକା), ୠତୁରାଜ ଗାଏକ୍ୱାଡ଼ ୪୭ ବଲରେ ଅପରାଜିତ ୭୭ ଏବଂ ରିଙ୍କୁ ସିଂହ ୨୨ ବଲରେ ୪୮ ରନ୍ କରିଥିଲେ । ଫଳରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୦ ଓଭରରେ ମାତ୍ର ୨ ଓ୍ଵିକେଟ୍ ହରାଇ […] The post ଅଭିଷେକଙ୍କ ୪୭ ବଲରେ ୧୦୦, ଭାରତ ଠାରୁ ଶହେ ରନରେ ହାରିଲା ଜିମ୍ବାେଓ୍ଵ appeared first on KNews Odisha.

ହରାରେ : ପ୍ରଥମ ମ୍ୟାଚରେ ମାତ୍ ଖାଇଲା ପରେ ଜିମ୍ବାେଓ୍ଵ ବିପକ୍ଷରେ ଦ୍ୱିତୀୟ ଟି୨୦ ମ୍ୟାଚକୁ ୧୦୦ ରନରେ ଜିତିଛି । ଭାରତ ପକ୍ଷରୁ ଅଭିଷେକ ଶର୍ମା ମାତ୍ର ୪୭ ବଲରେ ୧୦୦ ରନ୍ (୭ ଚୌକା, ୮ ଛକା), ୠତୁରାଜ ଗାଏକ୍ୱାଡ଼ ୪୭ ବଲରେ ଅପରାଜିତ ୭୭ ଏବଂ ରିଙ୍କୁ ସିଂହ ୨୨ ବଲରେ ୪୮ ରନ୍ କରିଥିଲେ । ଫଳରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୦ ଓଭରରେ ମାତ୍ର ୨ ଓ୍ଵିକେଟ୍ ହରାଇ ୨୩୪ ରନର ବିଶାଳ ସ୍କୋର କରିଥିଲା ।
ଜବାବରେ ଘରୋଇ ଜିମ୍ବାେଓ୍ଵ ଦଳ ୧୮.୪ ଓଭରରେ ୧୩୪ ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ମାଧେଭିର ୪୩ ଓ ଜୋଙ୍ଗେଓ୍ଵ ୩୩ ରନ୍ କରିଥିଲେ । ଭାରତ ପକ୍ଷରୁ ମୁକେଶ କୁମାର, ଆଭେଶ ଖାନ୍ ୩ଟି ଲେଖାଏଁ ଏବଂ ରବି ବିଷ୍ଣୋଇ ୨ଟି ଓ୍ଵିକେଟ୍ ଦଖଲ କରିଛନ୍ତି ।
The post ଅଭିଷେକଙ୍କ ୪୭ ବଲରେ ୧୦୦, ଭାରତ ଠାରୁ ଶହେ ରନରେ ହାରିଲା ଜିମ୍ବାେଓ୍ଵ appeared first on KNews Odisha.