ଅଭ୍ୟାସ ବେଳେ ନଦୀରେ ଭାସିଗଲା ସେନା ଟ୍ୟାଙ୍କ, ଜେସିଓ ସମେତ ୫ ଯବାନ ସହିଦ !

ନୂଆଦିଲ୍ଲୀ: ଲଦାଖରେ ବଡ଼ ଦୁର୍ଘଟଣା । ନଦୀରେ ଟ୍ୟାଙ୍କ୍ ପାର୍ କରାଇବା ନେଇ ସୈନ୍ୟ ଅଭ୍ୟାସ ସମୟରେ ବଡ଼ ଦୁର୍ଘଟଣା ଘଟିଛି । ଜଳସ୍ତର ହଠାତ୍ ବୃଦ୍ଧି ପାଇବାରୁ ପ୍ରଖର ସ୍ରୋତରେ ଟ୍ୟାଙ୍କ୍ ଭାସିଯାଇଛି । ଫଳରେ ଏଥିରେ ଥିବା ୫ ଜଣ ଯବାନ ସହିଦ ହୋଇଥିବା ସୂଚନା ମିଳିଛି। ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ଦୌଲତବାଗ ଓଲ୍ଡି ଅଞ୍ଚଳରେ ସେନାର ଯବାନ ଟ୍ୟାଙ୍କ ଅଭ୍ୟାସ କରୁଥିବା ବେଳେ ନଦୀରେ ଅଚାନକ ଜଳସ୍ତର ବଢ଼ିଥିଲା। ପାଣି ବଢିବା ଯୋଗୁ ଟ୍ୟାଙ୍କ୍ ନଦୀରେ ଭାସି ଯାଇଛି। ଏହି ଦୁର୍ଘଟଣାରେ ସେନାର ୫ ଜଣ ଯବାନ ସହିଦ ହୋଇଥିବା କୁହାଯାଉଛି। ସହିଦ ଯବାନଙ୍କ ମଧ୍ୟରେ ଜଣେ ଜେସିଓ ରହିଛନ୍ତି । ଦୁର୍ଘଟଣାରେ T-72  ଟ୍ୟାଙ୍କ ଭାସିଯାଇଛି । ଶୁକ୍ରବାର ସଂଧ୍ୟାରେ ଲଦାଖର ଏଲଏସି ନିକଟରେ ଏହି ଦୁର୍ଘଟଣା ଘଟିଛି ।ପ୍ରତିରକ୍ଷା ଅଧିକାରୀଙ୍କ କହିବା ଅନୁଯାୟୀ, ଲଦାଖର ଚୁସୁଲ୍ କ୍ଷେତ୍ରରେ ଶୁଖିଲା ନଦୀରେ ସୈନ୍ୟ ଅଭ୍ୟାସ କରାଯାଉଥିଲା । ହେଲେ ହଠାତ୍ ନଦୀରେ ପ୍ରଖର ସ୍ରୋତ ଆସିବା ଯୋଗୁ T-72  ଟ୍ୟାଙ୍କକୁ ଭସାଇ ନେଇ ଯାଇଥିଲା । ଏଥିରେ ଥିବା ପାଞ୍ଚ ଜଣ ଯବାନ ମଧ୍ୟ ଭାସିଯାଇଥିଲେ ।   

ଅଭ୍ୟାସ ବେଳେ ନଦୀରେ ଭାସିଗଲା ସେନା ଟ୍ୟାଙ୍କ, ଜେସିଓ ସମେତ ୫ ଯବାନ ସହିଦ !

ନୂଆଦିଲ୍ଲୀ: ଲଦାଖରେ ବଡ଼ ଦୁର୍ଘଟଣା । ନଦୀରେ ଟ୍ୟାଙ୍କ୍ ପାର୍ କରାଇବା ନେଇ ସୈନ୍ୟ ଅଭ୍ୟାସ ସମୟରେ ବଡ଼ ଦୁର୍ଘଟଣା ଘଟିଛି । ଜଳସ୍ତର ହଠାତ୍ ବୃଦ୍ଧି ପାଇବାରୁ ପ୍ରଖର ସ୍ରୋତରେ ଟ୍ୟାଙ୍କ୍ ଭାସିଯାଇଛି । ଫଳରେ ଏଥିରେ ଥିବା ୫ ଜଣ ଯବାନ ସହିଦ ହୋଇଥିବା ସୂଚନା ମିଳିଛି। 

ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ଦୌଲତବାଗ ଓଲ୍ଡି ଅଞ୍ଚଳରେ ସେନାର ଯବାନ ଟ୍ୟାଙ୍କ ଅଭ୍ୟାସ କରୁଥିବା ବେଳେ ନଦୀରେ ଅଚାନକ ଜଳସ୍ତର ବଢ଼ିଥିଲା। ପାଣି ବଢିବା ଯୋଗୁ ଟ୍ୟାଙ୍କ୍ ନଦୀରେ ଭାସି ଯାଇଛି। ଏହି ଦୁର୍ଘଟଣାରେ ସେନାର ୫ ଜଣ ଯବାନ ସହିଦ ହୋଇଥିବା କୁହାଯାଉଛି। ସହିଦ ଯବାନଙ୍କ ମଧ୍ୟରେ ଜଣେ ଜେସିଓ ରହିଛନ୍ତି । ଦୁର୍ଘଟଣାରେ T-72  ଟ୍ୟାଙ୍କ ଭାସିଯାଇଛି । ଶୁକ୍ରବାର ସଂଧ୍ୟାରେ ଲଦାଖର ଏଲଏସି ନିକଟରେ ଏହି ଦୁର୍ଘଟଣା ଘଟିଛି ।

ପ୍ରତିରକ୍ଷା ଅଧିକାରୀଙ୍କ କହିବା ଅନୁଯାୟୀ, ଲଦାଖର ଚୁସୁଲ୍ କ୍ଷେତ୍ରରେ ଶୁଖିଲା ନଦୀରେ ସୈନ୍ୟ ଅଭ୍ୟାସ କରାଯାଉଥିଲା । ହେଲେ ହଠାତ୍ ନଦୀରେ ପ୍ରଖର ସ୍ରୋତ ଆସିବା ଯୋଗୁ T-72  ଟ୍ୟାଙ୍କକୁ ଭସାଇ ନେଇ ଯାଇଥିଲା । ଏଥିରେ ଥିବା ପାଞ୍ଚ ଜଣ ଯବାନ ମଧ୍ୟ ଭାସିଯାଇଥିଲେ ।