ଅମରଙ୍କ ବିସ୍ଫୋରକ ବୟାନ: ଆଗକୁ ବହୁତ କିଛି ଘଟିବାକୁ ଯାଉଛି, କେବଳ BJP ନୁହେଁ…
ଭୁବନେଶ୍ୱର,୧୫।୧୦: ବିଜେଡ଼ିରେ ନ ଥିବା କହି ଚର୍ଚ୍ଚାର ପରିସରକୁ ଆସିଥିବା ଅମର ପ୍ରସାଦ ଶତପଥୀ ମଙ୍ଗଳବାର ପୁଣି ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ଆଗକୁ ଓଡ଼ିଶା ରାଜନୀତିରେ ଅନେକ ଘଟଣା ଘଟିବାକୁ ଯାଉଥିବା ସେ କହିଛନ୍ତି। ଏହାଛଡ଼ା ଭାଜପା ନେତା ରାମଚନ୍ଦ୍ର ପଣ୍ଡାଙ୍କ ଉପସ୍ଥିତିକୁ ନେଇ ସେ ପ୍ରତିକ୍ରିୟା ରଖି କେବଳ ଭାଜପା ନୁହେଁ ଅନ୍ୟ ଦଳ ବି ଯୋଗାଯୋଗରେ ଥିବା କହିଛନ୍ତି। ଅମର କହିଛନ୍ତି, ମୁଁ ଦେଇଥିବା ମନ୍ତବ୍ୟକୁ ବହୁ ବିଜେଡି ବନ୍ଧୁ ସମର୍ଥନ କରୁଛନ୍ତି। […] The post ଅମରଙ୍କ ବିସ୍ଫୋରକ ବୟାନ: ଆଗକୁ ବହୁତ କିଛି ଘଟିବାକୁ ଯାଉଛି, କେବଳ BJP ନୁହେଁ… appeared first on Dharitri Odia News.
ଭୁବନେଶ୍ୱର,୧୫।୧୦: ବିଜେଡ଼ିରେ ନ ଥିବା କହି ଚର୍ଚ୍ଚାର ପରିସରକୁ ଆସିଥିବା ଅମର ପ୍ରସାଦ ଶତପଥୀ ମଙ୍ଗଳବାର ପୁଣି ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ଆଗକୁ ଓଡ଼ିଶା ରାଜନୀତିରେ ଅନେକ ଘଟଣା ଘଟିବାକୁ ଯାଉଥିବା ସେ କହିଛନ୍ତି। ଏହାଛଡ଼ା ଭାଜପା ନେତା ରାମଚନ୍ଦ୍ର ପଣ୍ଡାଙ୍କ ଉପସ୍ଥିତିକୁ ନେଇ ସେ ପ୍ରତିକ୍ରିୟା ରଖି କେବଳ ଭାଜପା ନୁହେଁ ଅନ୍ୟ ଦଳ ବି ଯୋଗାଯୋଗରେ ଥିବା କହିଛନ୍ତି।
ଅମର କହିଛନ୍ତି, ମୁଁ ଦେଇଥିବା ମନ୍ତବ୍ୟକୁ ବହୁ ବିଜେଡି ବନ୍ଧୁ ସମର୍ଥନ କରୁଛନ୍ତି। ସେମାନେ ଖୋଲାଖୋଲି କହୁନାହାନ୍ତି । କିନ୍ତୁ ସେମାନଙ୍କ ଇଚ୍ଛା ଦଳ ସଜଡ଼ା ଯାଉ। ଭାଜପା ପରିସ୍ଥିତିର ସୁବିଧା ନେଇଛି । ଭାଜପା ଲୋକଙ୍କ ସମର୍ଥନ ପାଉଛି । ଆଗକୁ ଯିବାକୁ ବର୍ତ୍ତମାନ ଭାଜପା ପାଇଁ କ୍ଷେତ୍ର ପ୍ରସ୍ତୁତ ହେଉଛି। ରାଜନୈତିକ ଦୃଶ୍ୟପଟ୍ଟରେ ଆଗକୁ ଅନେକ ଘଟଣା ଘଟିବାକୁ ଯାଉଛି ବୋଲି ଅମର ପ୍ରସାଦ ଶପଥୀ କହିଛନ୍ତି ।
ଏହାଛଡ଼ା ଦଳ ଛାଡ଼ିବା ପ୍ରସଙ୍ଗରେ ଅମର କହିଛନ୍ତି, ମୁଁ ବିଜେଡିରେ ନାହିଁ। ମୁଁ ଏବେ ସ୍ବାଧୀନ। ସଭ୍ୟ ସଂଗ୍ରହ ଅଭିଯାନରେ ମୁଁ ମୋ ସଭ୍ୟପଦ ନବୀକରଣ କରିନାହିଁ। ସେଠାରେ ମୋର ଆବଶ୍ୟକତା ନଥିବା ଅନୁଭବ କରି ନବୀକରଣ କରିନାହିଁ। ସଭ୍ୟପଦ ନେଇନି ମାନେ ମୁଁ ଟେକ୍ନିକାଲି ବିଜେଡିରେ ନାହିଁ। ଦିନ ଥିଲା ମୁଁ ବିଜେଡିରେ ଟିକେଟ ବାଣ୍ଟୁଥିଲି। ଏବେ କିଛି ଦିନ ହେଲା ମୁଁ ସକ୍ରିୟ ରାଜନୀତିରୁ ନିବୃତ ରହିଛି। ଲେନିନ୍ଙ୍କ ଅପରିପକ୍ୱତା ପ୍ରତି ମୋର ଦୟା ଆସୁଛି। ମୋର କୌଣସି ପୁତୁରା ଭାଜପାକୁ ଯାଇ ନାହାନ୍ତି। ସେ ନାଁ କହିଲେ ଭଲ ହେବ। ଭାଜପା ସହ ଅନେକ ଦଳ ମୋ ସହ ଯୋଗାଯୋଗରେ ଅଛନ୍ତି।
The post ଅମରଙ୍କ ବିସ୍ଫୋରକ ବୟାନ: ଆଗକୁ ବହୁତ କିଛି ଘଟିବାକୁ ଯାଉଛି, କେବଳ BJP ନୁହେଁ… appeared first on Dharitri Odia News.