ଅମରନାଥ ଯାତ୍ରୀଙ୍କ ସୁରକ୍ଷା ପ୍ରତ୍ୟେକ କାଶ୍ମୀର ବାସୀର ଦାୟିତ୍ୱ, ଏଥି ପାଇଁ ଶପଥ କର: ମେହବୁବା ମୁଫ୍ତି

ଶ୍ରୀନଗର ୧୧।୬: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ଓ ଏହାକୁ ନେଇ ‘ଅପରେସନ ସିନ୍ଦୂର’ ପରେ ଏବେ ଜମ୍ମୁ-କାଶ୍ମୀରରେ ଅମରନାଥ ଯାତ୍ରା ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ୨୦୨୫ଅମରନାଥ ଯାତ୍ରା ଜୁଲାଇ ୩ ତାରିଖରୁ ଆରମ୍ଭ ହେବ। ଏଥି ମଧ୍ୟରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫ୍ତିଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ମେହବୁବା ମୁଫ୍ତି ତୀର୍ଥ ଯାତ୍ରୀଙ୍କ ସୁରକ୍ଷା ସ୍ଥାନୀୟ ଲୋକଙ୍କ ଉପରେ ନ୍ୟସ୍ତ କରୁଥିବାର ଦେଖା ଯାଉଛି। ଭିଡିଓରେ ମେହବୁବା ମୁଫ୍ତିଙ୍କୁ ଏହା କହୁଥିବାର ଦେଖାଯାଉଛି ଅମରନାଥ ଯାତ୍ରା ନିମନ୍ତେ ଜମ୍ମୁ-କାଶ୍ମୀର ଆସୁଥିବା ପ୍ରତ୍ୟେକ ତୀର୍ଥ ଯାତ୍ରୀର ଦାୟିତ୍ୱ ଏଠାକାର ଘୋଡ଼ା ଚାଳକ ଓ ଦୋକାନୀଙ୍କ କର୍ତ୍ତବ୍ୟ ହେବା ଉଚିତ। ଏହି ଅବସରରେ ମେହବୁବା ମୁଫ୍ତି ଲୋକଙ୍କୁ ଏଥି ପାଇଁ ଶପଥ ପାଠ କରାଉଥିବାର ମଧ୍ୟ ଦେଖାଯାଉଛି। ଏହା ପରେ ମେହବୁବା ମୁଫ୍ତି ପହଲଗାଁବର ସବୁ ଉଦ୍ୟାନ ଓ ପାର୍କ ପୁଣି ଖୋଲିଦେବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି। ମୁଫ୍ତିଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମେହବୁବା ମୁଫ୍ତି ଏହି ଭିଡିଓରେ ରାଜ୍ୟର ଅତିଥିଙ୍କ ଦାୟିତ୍ୱ ରାଜ୍ୟବାସୀଙ୍କର ବୋଲି କହିଛନ୍ତି। ସେ କହିଛନ୍ତି ଯେ ଏହି ଦାୟିତ୍ୱ ପ୍ରତ୍ୟେକ ଘୋଡାବାଲାର, ପ୍ରତ୍ୟେକ ଦୋକାନୀର, ଏଠାକାର ଶ୍ରମିକଙ୍କର ଓ ହୋଟେଲ ମାଲିକଙ୍କର ମଧ୍ୟ ଏହି ଭାବନା ରହିବା ଦରକାର, ପ୍

ଅମରନାଥ ଯାତ୍ରୀଙ୍କ ସୁରକ୍ଷା ପ୍ରତ୍ୟେକ କାଶ୍ମୀର ବାସୀର ଦାୟିତ୍ୱ, ଏଥି ପାଇଁ ଶପଥ କର: ମେହବୁବା ମୁଫ୍ତି

ଶ୍ରୀନଗର ୧୧।୬: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ଓ ଏହାକୁ ନେଇ ‘ଅପରେସନ ସିନ୍ଦୂର’ ପରେ ଏବେ ଜମ୍ମୁ-କାଶ୍ମୀରରେ ଅମରନାଥ ଯାତ୍ରା ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ୨୦୨୫ଅମରନାଥ ଯାତ୍ରା ଜୁଲାଇ ୩ ତାରିଖରୁ ଆରମ୍ଭ ହେବ। ଏଥି ମଧ୍ୟରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫ୍ତିଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ମେହବୁବା ମୁଫ୍ତି ତୀର୍ଥ ଯାତ୍ରୀଙ୍କ ସୁରକ୍ଷା ସ୍ଥାନୀୟ ଲୋକଙ୍କ ଉପରେ ନ୍ୟସ୍ତ କରୁଥିବାର ଦେଖା ଯାଉଛି। 

ଭିଡିଓରେ ମେହବୁବା ମୁଫ୍ତିଙ୍କୁ ଏହା କହୁଥିବାର ଦେଖାଯାଉଛି ଅମରନାଥ ଯାତ୍ରା ନିମନ୍ତେ ଜମ୍ମୁ-କାଶ୍ମୀର ଆସୁଥିବା ପ୍ରତ୍ୟେକ ତୀର୍ଥ ଯାତ୍ରୀର ଦାୟିତ୍ୱ ଏଠାକାର ଘୋଡ଼ା ଚାଳକ ଓ ଦୋକାନୀଙ୍କ କର୍ତ୍ତବ୍ୟ ହେବା ଉଚିତ। ଏହି ଅବସରରେ ମେହବୁବା ମୁଫ୍ତି ଲୋକଙ୍କୁ ଏଥି ପାଇଁ ଶପଥ ପାଠ କରାଉଥିବାର ମଧ୍ୟ ଦେଖାଯାଉଛି। ଏହା ପରେ ମେହବୁବା ମୁଫ୍ତି ପହଲଗାଁବର ସବୁ ଉଦ୍ୟାନ ଓ ପାର୍କ ପୁଣି ଖୋଲିଦେବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି। ମୁଫ୍ତିଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

ମେହବୁବା ମୁଫ୍ତି ଏହି ଭିଡିଓରେ ରାଜ୍ୟର ଅତିଥିଙ୍କ ଦାୟିତ୍ୱ ରାଜ୍ୟବାସୀଙ୍କର ବୋଲି କହିଛନ୍ତି। ସେ କହିଛନ୍ତି ଯେ ଏହି ଦାୟିତ୍ୱ ପ୍ରତ୍ୟେକ ଘୋଡାବାଲାର, ପ୍ରତ୍ୟେକ ଦୋକାନୀର, ଏଠାକାର ଶ୍ରମିକଙ୍କର ଓ ହୋଟେଲ ମାଲିକଙ୍କର ମଧ୍ୟ ଏହି ଭାବନା ରହିବା ଦରକାର, ପ୍ରତ୍ୟେକ ଯୁବକ ମଧ୍ୟ ଏଥି ପାଇଁ ନିଜକୁ ପ୍ରସ୍ତୁତ କରିବା ଦରାକର ବୋଲି ସେ କହିଛନ୍ତି। ମେହବୁବା ମୁଫ୍ତି ଏତିକିରେ ସୀମିତ ରହୁ ନାହାନ୍ତି, କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକଙ୍କୁ ଏଥି ପାଇଁ ହାତ ଉଠାଇ ଶପଥ ପାଠ ମଧ୍ୟ କରାଉଛନ୍ତି ଯେ ଆପଣମାନେ ଅମରନାଥ ତୀର୍ଥ ଯାତ୍ରୀଙ୍କ ସୁରକ୍ଷା କରିବେ। 


ଅମରନାଥ ଯାତ୍ରୀଙ୍କ ସୁରକ୍ଷା ପାଇଁ ସେନା ଓ ପୋଲିସ ମୂତୟନ ହେବେ, ହେଲେବି ସ୍ଥାନୀୟ ଲୋକେ ପୋଲିସ ଓ ସୁରକ୍ଷା କର୍ମୀଙ୍କ ଠାରୁ ବଢି ତୀର୍ଥ ଯାତ୍ରୀଙ୍କ ସୁରକ୍ଷା ଚିନ୍ତା କରିବା ନିତ୍ୟାନ୍ତ ଜରୁରି। ଉଲ୍ଲେଖଯୋଗ୍ୟ ଯେ ପହଲଗାମ ବେସରନ ଭ୍ୟାଲୀରେ ପର୍ଯ୍ୟଟକଙ୍କୁ ଆତଙ୍କବାଦୀ ହତ୍ୟା କରିବା ଘଟଣା ଜମ୍ମୁ-କାଶ୍ମୀର ପର୍ଯ୍ୟଟନକୁ ଗଭୀର ଆଘାତ ଦେଇଛି। ଏଥିରେ ଯଦି ଅମରନାଥ ଯାତ୍ରା ସଫଳ ଓ ଶାନ୍ତିପୂର୍ଣ୍ଣ ହୁଏ ତେବେ ପର୍ଯ୍ୟଟକ ହୁଏତ ଜମ୍ମୁ-କାଶ୍ମୀରକୁ ଫେରି ପାରନ୍ତି ବୋଲି ଏବେ ଲୋକେ ଚିନ୍ତା କରୁଛନ୍ତି। 


ଏଥର ଅମରନାଥ ଯାତ୍ରା ୩ ଜୁଲାଇରୁ ଆରମ୍ଭ ହୋଇ ୯ ଅଗଷ୍ଟ ରକ୍ଷା ବନ୍ଧନରେ ସମାପ୍ତ ହେବ। ଏଥି ପାଇଁ ଏପର୍ଯ୍ୟନ୍ତ ୩ଲକ୍ଷ ୩୧ ହଜାରରୁ ଅଧିକ ଶ୍ରଦ୍ଧାଳୁ ପଞ୍ଜିକରଣ କରାଇଥିବାର ସୂଚନା ମିଳୁଛି। ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ କୁମାର ସିହ୍ନା ନିଜେ ଅମରନାଥ ଯାତ୍ରାରେ ତୀର୍ଥ ଯାତ୍ରୀଙ୍କ ସୁରକ୍ଷା ସମୀକ୍ଷା କରୁଛନ୍ତି। ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ସରକାରଙ୍କ ଚିନ୍ତା ବଢାଇ ଦେଇଛି। ତେବେ ଏହି ଘଟଣାକୁ ନେଇ ଭାରତ ସରକାରଙ୍କ ଅପରେସନ ସିନ୍ଦୂର ଆତଙ୍କବାଦୀଙ୍କ ମନବଳ ଭାଙ୍ଗି ଦେଇଛି।