ଅମିରଙ୍କୁ ଭାବିଲେ ଅଜଣା ବ୍ୟକ୍ତି
ମହାରାଜା ଫେମ୍ ଶାଲିନି ପାଣ୍ଡେ ନିଜ ଅଭିନୟ ପାଇଁ ବେଶ୍ ଚର୍ଚ୍ଚା ସାଉଁଟିବା ସହିତ ଲାଇମ୍ ଲାଇଟ୍ରେ ରହିଛନ୍ତି । ତେବେ ନିକଟରେ ଏକ ଅଜବ ଘଟଣା ବିଷୟରେ ସେ ସାକ୍ଷାତକାରରେ ବଖାଣିଛନ୍ତି । ସେ ସୁପରଷ୍ଟାର ଅମିର ଖାନ୍ଙ୍କୁ ଚିହ୍ନି ପାରିନଥିବା କହିଛନ୍ତି । ମହାରାଜାରେ ସେ ଅମିର ଖାନ୍ଙ୍କ ପୁଅ ଜୁନୈଦ ଖାନ୍ଙ୍କ ସହିତ ନଜର ଆସିଛନ୍ତି । ତେବେ ଫିଲ୍ମର ସକ୍ସେସ୍ ପାର୍ଟିରେ ଯିବା ଆଗରୁ ତାଙ୍କ ପାଖକୁ ଏକ ମେସେଜ୍ ଆସିଥିଲା, […]

ମହାରାଜା ଫେମ୍ ଶାଲିନି ପାଣ୍ଡେ ନିଜ ଅଭିନୟ ପାଇଁ ବେଶ୍ ଚର୍ଚ୍ଚା ସାଉଁଟିବା ସହିତ ଲାଇମ୍ ଲାଇଟ୍ରେ ରହିଛନ୍ତି । ତେବେ ନିକଟରେ ଏକ ଅଜବ ଘଟଣା ବିଷୟରେ ସେ ସାକ୍ଷାତକାରରେ ବଖାଣିଛନ୍ତି । ସେ ସୁପରଷ୍ଟାର ଅମିର ଖାନ୍ଙ୍କୁ ଚିହ୍ନି ପାରିନଥିବା କହିଛନ୍ତି । ମହାରାଜାରେ ସେ ଅମିର ଖାନ୍ଙ୍କ ପୁଅ ଜୁନୈଦ ଖାନ୍ଙ୍କ ସହିତ ନଜର ଆସିଛନ୍ତି । ତେବେ ଫିଲ୍ମର ସକ୍ସେସ୍ ପାର୍ଟିରେ ଯିବା ଆଗରୁ ତାଙ୍କ ପାଖକୁ ଏକ ମେସେଜ୍ ଆସିଥିଲା, ଯେଉଁଥିରେ ଲେଖାଥିଲା କି ସେ ଏହି ପାର୍ଟିରେ ସାମିଲ ହେଉଛନ୍ତି କି ନାହିଁ । ଏହାର ଉତ୍ତରରେ ସେ କିଏ ବୋଲି ମେସେଜ୍ କରିଥିଲେ । ଏହାପରେ ତାଙ୍କୁ ଆଉ ଏକ ମେସେଜ୍ ଆସିଥିଲା ଯେଉଁଥିରେ ଲେଖାଥିଲା ମୁଁ ଜୁନୈଦ୍ର ବାପା । ତଥାପି ଶାଲିନି ଜାଣିପାରିନଥିଲେ କି ଅମିର ଖାନ୍ ନିଜେ ତାଙ୍କୁ ଏହି ମେସେଜ୍ ଦେଉଛନ୍ତି । ଏହାର ଉତ୍ତର ବି ସେ କିଏ ବୋଲି ପଚାରିଥିଲେ । ଯାହାପରେ ଅମିର ନିଜର ପରିଚୟ ଦେଇଥିଲେ । ଆଜି ବି ଏହି ଘଟଣାକୁ ଭାବି ଶାଲିନି ଖୁବ ହସନ୍ତି । ସେହିଭଳି ଅମିର ହୃଦୟରୁ ଜଣେ ଖୁବ ଭଲ ମଣିଷ ବୋଲି ଶାଲିନି ପ୍ରକାଶ କରିଛନ୍ତି ।