ଅମ୍ବାନୀଙ୍କ ପୁଅ ଅନନ୍ତଙ୍କ ବିବାହକୁ ‘ସର୍କସ’ କହିଲେ ଆଲିଆ, ଆତ୍ମସମ୍ମାନ ପାଇଁ…

ବମ୍ବେ: ଖ୍ୟାତନାମା ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଜୁଲାଇ ୧୨ରେ ବିବାହ କରିବାକୁ ଯାଉଛନ୍ତି। ହେଲେ ବିବାହ ପୂର୍ବରୁ ହେଉଥିବା ନାନାଦି ଉତ୍ସବ ସରିବାର ନାଁ ନେଉନାହିଁ। ବଲିଉଡ୍‌ ତାରକାମାନେ ବେଶ ସଜେଇ ହୋଇ ଏସବୁରେ ଯୋଗ ଦେଉଥିବା ଦେଖାଯାଉଛି। ନିକଟରେ ଅନନ୍ତଙ୍କ ସଙ୍ଗୀତ କାର୍ଯ୍ୟକ୍ରମରେ ହଲିଉଡର ଜଣାଶୁଣା ଗାୟକ ଜଷ୍ଟିନ ବିବର ନଜର ଆସିଥିଲେ। ଏହାଛଡ଼ା ବଲିଉଡ୍‌ର ସଲମାନ ଖାନଙ୍କଠାରୁ ଆରମ୍ଭ କରି ରଣବୀର ସିଂଙ୍କୁ ଦେଖିବାକୁ ମିଳିଥିଲା। ହେଲେ ଏବେ ଫିଲ୍ମ […] The post ଅମ୍ବାନୀଙ୍କ ପୁଅ ଅନନ୍ତଙ୍କ ବିବାହକୁ ‘ସର୍କସ’ କହିଲେ ଆଲିଆ, ଆତ୍ମସମ୍ମାନ ପାଇଁ… appeared first on Dharitri Odia News.

ଅମ୍ବାନୀଙ୍କ ପୁଅ ଅନନ୍ତଙ୍କ ବିବାହକୁ ‘ସର୍କସ’ କହିଲେ ଆଲିଆ, ଆତ୍ମସମ୍ମାନ ପାଇଁ…

ବମ୍ବେ: ଖ୍ୟାତନାମା ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଜୁଲାଇ ୧୨ରେ ବିବାହ କରିବାକୁ ଯାଉଛନ୍ତି। ହେଲେ ବିବାହ ପୂର୍ବରୁ ହେଉଥିବା ନାନାଦି ଉତ୍ସବ ସରିବାର ନାଁ ନେଉନାହିଁ। ବଲିଉଡ୍‌ ତାରକାମାନେ ବେଶ ସଜେଇ ହୋଇ ଏସବୁରେ ଯୋଗ ଦେଉଥିବା ଦେଖାଯାଉଛି। ନିକଟରେ ଅନନ୍ତଙ୍କ ସଙ୍ଗୀତ କାର୍ଯ୍ୟକ୍ରମରେ ହଲିଉଡର ଜଣାଶୁଣା ଗାୟକ ଜଷ୍ଟିନ ବିବର ନଜର ଆସିଥିଲେ। ଏହାଛଡ଼ା ବଲିଉଡ୍‌ର ସଲମାନ ଖାନଙ୍କଠାରୁ ଆରମ୍ଭ କରି ରଣବୀର ସିଂଙ୍କୁ ଦେଖିବାକୁ ମିଳିଥିଲା। ହେଲେ ଏବେ ଫିଲ୍ମ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଝିଅ ଆଲିଆ କଶ୍ୟପ ଏହି ବିବାହକୁ ନେଇ ବଡ଼ ବୟାନ ଦେଇଛନ୍ତି, ଯାହାକୁ ନେଇ ସବୁଠି ସେ ଚର୍ଚ୍ଚାରେ।

ଅନନ୍ତ-ରାଧିକାଙ୍କ ବିବାହ ଦିନ ଧାର୍ଯ୍ୟ ହୋଇଥିଲେ ହେଁ ସେଲିବ୍ରେଶନ ଶେଷ ହେଉନାହିଁ। ଏହାକୁ ନେଇ ଆଲିଆ କମେଣ୍ଟ କରିଛନ୍ତି। ତାଙ୍କୁ ବିବାହ ଲାଗି ନିମନ୍ତ୍ରଣ ମିଳିଥିଲା, ହେଲେ ସେ ଆତ୍ମସମ୍ମାନ ଲାଗି ସେଥିରେ ସାମିଲ ହୋଇ ନ ଥିଲେ। କାରଣ ଏହା ଏକ ‘ସର୍କସ’ ବୋଲି ସେ କହିଛନ୍ତି। ଏହାର ଏକ ଟୁଇଟ୍‌ ବେଶ ଭାଇରାଲ ହେଉଛି।

The post ଅମ୍ବାନୀଙ୍କ ପୁଅ ଅନନ୍ତଙ୍କ ବିବାହକୁ ‘ସର୍କସ’ କହିଲେ ଆଲିଆ, ଆତ୍ମସମ୍ମାନ ପାଇଁ… appeared first on Dharitri Odia News.