ଅଯୋଧ୍ୟାରେ ଅଖିଳେଶ ବିଛାଇ ଥିବା ଜାଲରେ ଫସିଲା ବିଜେପି, ରାମଲଲାଙ୍କ ମନ୍ଦିର କରି ବି ହାରିବା ଦ୍ବାର ଦେଶରେ
ଅଯୋଧ୍ୟା: ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ଯଦି କେଉଁଠି ସବୁଠାରୁ ଅଧିକ ଧକ୍କା ଲାଗିଛି ସେ ରାଜ୍ୟ ହେଲା ଉତ୍ତର... The post ଅଯୋଧ୍ୟାରେ ଅଖିଳେଶ ବିଛାଇ ଥିବା ଜାଲରେ ଫସିଲା ବିଜେପି, ରାମଲଲାଙ୍କ ମନ୍ଦିର କରି ବି ହାରିବା ଦ୍ବାର ଦେଶରେ appeared first on .
ଅଯୋଧ୍ୟା: ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ଯଦି କେଉଁଠି ସବୁଠାରୁ ଅଧିକ ଧକ୍କା ଲାଗିଛି ସେ ରାଜ୍ୟ ହେଲା ଉତ୍ତର ପ୍ରଦେଶ । ଯେଉଁ ରାଜ୍ୟ ଭରଷାରେ ବିଜେପି ୪ ଶହ ପାର ହେବାର ନାରା ଦେଉଥିଲା, ସେଠାରେ ଏକପ୍ରକାର ଧରାଶାୟୀ ହୋଇଛି । ଏପରିକି ରାମଲଲାଙ୍କ ଭବ୍ୟ ମନ୍ଦିର ଅଯୋଧ୍ୟାରେ ହୋଇଥିବା ବେଳେ ଏଠାରେ ବିଜେପି ନିଶ୍ଚିତ ଜିତିବ ବୋଲି ସମସ୍ତେ ଭାବି ନେଇଥିଲେ । ହେଲେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏମିତି ଖେଳ ଖେଳିଲେ ଯେ, ସବୁ ଓଲଟପାଲଟ ହୋଇଗଲା । ଆଉ ଅଯୋଧ୍ୟା ଆସୁଥିବା ଫେଜାବାଦରେ ବର୍ତ୍ତମାନ ସୁଦ୍ଧା ମିଳିଥିବା ଫଳାଫଳରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ଅବଧେଶ ପ୍ରାସାଦ ଆଗରେ ଅଛନ୍ତି । ସେ ବିଜେପି ପ୍ରାର୍ଥୀ ଲଲ୍ଲୁ ସିଂଙ୍କଠାରୁ ୫୦ ହଜାରରୁ ଅଧିକ ଭୋଟରେ ଆଗରେ ଚାଲିଛନ୍ତି ।
ତେବେ କାହିଁକି ଏଠାରେ ଓଲଟିଲା ଖେଳ ? ରାମଲଲାଙ୍କ ମନ୍ଦିର କରିବା ପରେ ବିନା କିଛି ପ୍ରତିବନ୍ଧକରେ ବିଜେପି ଏଠାରୁ ଜିତିବ ବୋଲି ଆଶା ରଖିଥିଲା । ହେଲେ ଅଖିଳେଶ ଏମିତି କି ଜାଲ ବିଛାଇଲେ ଯେ ବିଜେପି ସେଥିରେ ଛନ୍ଦି ହୋଇଗଲା । ଆସନ୍ତୁ, ଜାଣିବା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶଙ୍କ ସେଇ ଗୋଟି ଚାଳନା, ଯାହା ବିଜେପିକୁ ପରାଜୟ ଆଡକୁ ଟାଣିନେଲା ।
ଅଯୋଧ୍ୟା ଆଓନରେ ଅଖିଳେଶ ଏଥର ନୂଆ ପ୍ରୟୋଗ କରିଥିଲେ । ସାଧାରଣ ବର୍ଗଙ୍କ ପାଇଁ ସଂରକ୍ଷିତ ଥିଲା । ହେଲେ ଏହି ଆସନରେ ଅଖିଳେଶ ଅଯୋଧ୍ୟାର ସବୁଠାରୁ ବଡ ଦଳିତ ପାସି ବର୍ଗରୁ ପ୍ରାର୍ଥୀ ଦେଇଥିଲେ । ତାହା ପୁଣି ପାସି ଦମ୍ପ୍ରଦାୟର ସବୁଠାରୁ ବଡ ଚେହେରା ଅବଧେଶ ପ୍ରାସାଦ । ଯିଏ କି ୬ ଥର ବିଧାୟକ, ମନ୍ତ୍ରୀ ଓ ସମାଜବାଦି ପାର୍ଟିର ସଂସ୍ଥାପକ ସଦସ୍ୟ ଥିଲେ । ସଂଖ୍ୟାକୁ ଦେଖିଲେ ଅଯୋଧ୍ୟାରେ ସବୁଠାରୁ ବଡ଼ ଜାତି ପାସି ବିରାଦରୀ ।
ବିଜେପି ଲଲ୍ଲୁ ସିଂଙ୍କୁ ଏଠାରେ ତୃତୀୟ ଥର ପ୍ରାର୍ଥୀ କରିଛି । ଇଏ ସେହି ଲଲ୍ଲୁ ସିଂ ଯାହାଙ୍କ ପାଇଁ ବିପକ୍ଷଙ୍କୁ ସମ୍ବିଧାନ ବଦଳାଇବା ପ୍ରସଙ୍ଗ ପାଇଥିଲେ । ଲଲ୍ଲୁ କହିଥିଲେ କି ମୋଦି ସରକାର ସମ୍ବିଧାନ ବଦଳାଇବେ, ଏଥିପାଇଁ ମୋଦି ସରକାରକୁ ୪ ଶହ ସିଟ୍ ଦରକାର ।
The post ଅଯୋଧ୍ୟାରେ ଅଖିଳେଶ ବିଛାଇ ଥିବା ଜାଲରେ ଫସିଲା ବିଜେପି, ରାମଲଲାଙ୍କ ମନ୍ଦିର କରି ବି ହାରିବା ଦ୍ବାର ଦେଶରେ appeared first on .