ଅଯୋଧ୍ୟାରେ ରାମ ଦରବାରର ପ୍ରାଣ ପ୍ରତିଷ୍ଠା, ମୁଖ୍ୟମନ୍ତ୍ରୀ ଯୋଗୀ କଲେ ପୂଜା-ଅର୍ଚ୍ଚନା
ନୂଆଦିଲ୍ଲୀ ୦୫।୦୬; ରାମ ଦରବାରର ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ ହୋଇଛି। ୨୧ ଟି ନଦୀର ପବିତ୍ର ଜଳରେ ଶ୍ରୀରାମଙ୍କୁ ଅଭିଷେକ କରାଯାଇଛି। ରାମମନ୍ଦିରର ପ୍ରଥମ ମହଲାରେ ରାମ ଦରବାର ଏବଂ ଅନ୍ୟାନ୍ୟ ଦେବଦେବୀଙ୍କ ମୂର୍ତ୍ତିଗୁଡ଼ିକର ଅଭିଷେକ କରାଯାଇଛି । ପ୍ରାଣ ପ୍ରତିଷ୍ଠା ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରେ ପହଞ୍ଚି ରାମଲାଲାଙ୍କ ଦର୍ଶନ କରିଛନ୍ତି। ଗତ ବର୍ଷ ଜଆନୁଆରୀ ୨୨ରେ ରାମ ଜନ୍ମଭୂମିରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା। ଗୁରୁବାର ଦ୍ଵିତୀୟ ପ୍ରାଣ ପ୍ରତିଷ୍ଠାରେ ପ୍ରଭୁ ରାମ ରାଜା ଭାବେ ଦରବାରରେ ବିରାଜମାନ କରିଛନ୍ତି। ରାମ ମନ୍ଦିରର ପ୍ରଥମ ମହଲାରେ ପ୍ରଭୁ ଶ୍ରୀରାମଙ୍କ ଦରବାର ରହିଛି। ଯେଉଁଠାରେ ଶ୍ରୀରାମଙ୍କ ସହିତ ମାତା ସୀତା, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ ଏବଂ ତାଙ୍କ ଭକ୍ତ ପ୍ରଭୁ ହନୁମାନ ମଧ୍ୟ ଅଛନ୍ତି। ଏହି ଅବସରରେ ରାମ ମନ୍ଦିରର ସମ୍ପୂର୍ଣ୍ଣ ପରିସର ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ହୋଇଥିଲା। ସମ୍ପୂର୍ଣ୍ଣ ପରିବେଶ ରାମମୟ ହୋଇଉଠିଛି।ରାମ ଦରବାରର ପ୍ରାଣ ପ୍ରତିଷ୍ଠା ଭବ୍ୟ ସମାରୋହରେ କରାଯାଇଛି। ଅଯୋଧ୍ୟାସ୍ଥିତ ଶ୍ରୀରାମ ଜନ୍ମଭୂମି ପରିସରରେ ରାଜା ରାମ ଏବଂ ପ୍ରାଚୀରରେ ବିରାଜିତ ଅନ୍ୟାନ୍ୟ ଦେବାଦେବୀମାନଙ୍କର ପ୍ରାଣ ପ୍ରତିଷ୍ଠା କରାଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସାମିଲ ହୋଇଥିଲେ। ସଂଯୋଗବଶତଃ, ଆଜି ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ସେ ପ୍ରଭୁ ଶ୍ରୀରାମଙ୍କ ଆ
ନୂଆଦିଲ୍ଲୀ ୦୫।୦୬; ରାମ ଦରବାରର ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ ହୋଇଛି। ୨୧ ଟି ନଦୀର ପବିତ୍ର ଜଳରେ ଶ୍ରୀରାମଙ୍କୁ ଅଭିଷେକ କରାଯାଇଛି। ରାମମନ୍ଦିରର ପ୍ରଥମ ମହଲାରେ ରାମ ଦରବାର ଏବଂ ଅନ୍ୟାନ୍ୟ ଦେବଦେବୀଙ୍କ ମୂର୍ତ୍ତିଗୁଡ଼ିକର ଅଭିଷେକ କରାଯାଇଛି । ପ୍ରାଣ ପ୍ରତିଷ୍ଠା ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରେ ପହଞ୍ଚି ରାମଲାଲାଙ୍କ ଦର୍ଶନ କରିଛନ୍ତି। ଗତ ବର୍ଷ ଜଆନୁଆରୀ ୨୨ରେ ରାମ ଜନ୍ମଭୂମିରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା। ଗୁରୁବାର ଦ୍ଵିତୀୟ ପ୍ରାଣ ପ୍ରତିଷ୍ଠାରେ ପ୍ରଭୁ ରାମ ରାଜା ଭାବେ ଦରବାରରେ ବିରାଜମାନ କରିଛନ୍ତି। ରାମ ମନ୍ଦିରର ପ୍ରଥମ ମହଲାରେ ପ୍ରଭୁ ଶ୍ରୀରାମଙ୍କ ଦରବାର ରହିଛି। ଯେଉଁଠାରେ ଶ୍ରୀରାମଙ୍କ ସହିତ ମାତା ସୀତା, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ ଏବଂ ତାଙ୍କ ଭକ୍ତ ପ୍ରଭୁ ହନୁମାନ ମଧ୍ୟ ଅଛନ୍ତି। ଏହି ଅବସରରେ ରାମ ମନ୍ଦିରର ସମ୍ପୂର୍ଣ୍ଣ ପରିସର ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ହୋଇଥିଲା। ସମ୍ପୂର୍ଣ୍ଣ ପରିବେଶ ରାମମୟ ହୋଇଉଠିଛି।

ରାମ ଦରବାରର ପ୍ରାଣ ପ୍ରତିଷ୍ଠା ଭବ୍ୟ ସମାରୋହରେ କରାଯାଇଛି। ଅଯୋଧ୍ୟାସ୍ଥିତ ଶ୍ରୀରାମ ଜନ୍ମଭୂମି ପରିସରରେ ରାଜା ରାମ ଏବଂ ପ୍ରାଚୀରରେ ବିରାଜିତ ଅନ୍ୟାନ୍ୟ ଦେବାଦେବୀମାନଙ୍କର ପ୍ରାଣ ପ୍ରତିଷ୍ଠା କରାଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସାମିଲ ହୋଇଥିଲେ। ସଂଯୋଗବଶତଃ, ଆଜି ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ସେ ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦ ନେଇଥିଲେ। ମନ୍ଦିରର ମୂର୍ତ୍ତିଗୁଡିକ ୪୦ ବର୍ଷ ପୁରୁଣା ମାର୍ବଲ ପଥରରେ ନିର୍ମିତ । ସିଂହାସନ ସମେତ ରାମ ଦରବାର ମୂର୍ତ୍ତିର ମୋଟ ଉଚ୍ଚତା ସାତ ଫୁଟ ରହିଛି । ଏହାକୁ ତିଆରି କରିବାକୁ ୭ରୁ ୮ ମାସ ସମୟ ଲାଗିଥିବା ନେଇ ମୂର୍ତ୍ତି କଳାକାର କହିଛନ୍ତି ।

ଜୁନ୍ ୩ରୁ ଜୁନ୍ ୫ ପର୍ଯ୍ୟନ୍ତ ଅଯୋଧ୍ୟାରେ ରାମ ଦରବାର ସମେତ ଅନେକ ମନ୍ଦିରର ପ୍ରାଣ ପ୍ରତିଷ୍ଠାର ବିରାଟ ଆୟୋଜନ କରାଯାଉଛି। ଆଜି ଶେଷ ଦିନ। ଦେବାଦେବୀମାନଙ୍କ ଆଠଟି ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଜୁନ୍ ୫ ତାରିଖରେ ଗଙ୍ଗା ଦଶହରାରେ ଶେଷ ହେଉଛି। ଅନ୍ୟପଟେ ୨ୟ ପ୍ରାଣ ପ୍ରତିଷ୍ଠାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି । ପୋଲିସ ପ୍ରଶାସନ ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି ।