ଅଯୋଗ୍ୟ ଘୋଷିତ ସତ୍ତ୍ୱେ ଭିନେଶଙ୍କୁ ୨୫ ଲକ୍ଷ ଟଙ୍କା ପୁରସ୍କାର

ନୂଆଦିଲ୍ଲୀ, ୭ା୮:କୁସ୍ତିରେ ପ୍ରଥମ ଭାରତୀୟ ମହିଳା କୁସ୍ତିଯୋଦ୍ଧା ଭାବେ ଫାଇନାଲରେ ପ୍ରବେଶ କରିପାରିଥିବାରୁ ପଞ୍ଜାବର ଲଭ୍‌ଲି ପ୍ରଫେସନାଲ ୟୁନିଭର୍ସିଟି(ଏଲ୍‌ପିୟୁ) ଏହାର ଛାତ୍ରୀ ଭିନେଶ ଫୋଗଟଙ୍କ ପାଇଁ ୨୫ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛି। ପ୍ୟାରିସରେ ବୁଧବାର ମହିଳା ୫୦କେଜି ଫାଇନାଲ ପୂର୍ବରୁ ଓଜନ ବେଳେ ଭିନେଶଙ୍କ ଓଜନ ୧୦୦ ଗ୍ରାମ୍‌ ଅଧିକ ଜଣାପଡ଼ିବା ପରେ ତାଙ୍କୁ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ କରାଯାଇଛି। ଫଳରେ ସ୍ବର୍ଣ୍ଣ ନିକଟବର୍ତ୍ତୀ ହୋଇଥିବା ଏହି କୁସ୍ତିଯୋଦ୍ଧା ବର୍ତ୍ତମାନ ବିନା ପଦକରେ ସ୍ବଦେଶ ଫେରିବେ। […] The post ଅଯୋଗ୍ୟ ଘୋଷିତ ସତ୍ତ୍ୱେ ଭିନେଶଙ୍କୁ ୨୫ ଲକ୍ଷ ଟଙ୍କା ପୁରସ୍କାର appeared first on Dharitri Odia News.

ଅଯୋଗ୍ୟ ଘୋଷିତ ସତ୍ତ୍ୱେ ଭିନେଶଙ୍କୁ ୨୫ ଲକ୍ଷ ଟଙ୍କା ପୁରସ୍କାର

ନୂଆଦିଲ୍ଲୀ, ୭ା୮:କୁସ୍ତିରେ ପ୍ରଥମ ଭାରତୀୟ ମହିଳା କୁସ୍ତିଯୋଦ୍ଧା ଭାବେ ଫାଇନାଲରେ ପ୍ରବେଶ କରିପାରିଥିବାରୁ ପଞ୍ଜାବର ଲଭ୍‌ଲି ପ୍ରଫେସନାଲ ୟୁନିଭର୍ସିଟି(ଏଲ୍‌ପିୟୁ) ଏହାର ଛାତ୍ରୀ ଭିନେଶ ଫୋଗଟଙ୍କ ପାଇଁ ୨୫ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛି। ପ୍ୟାରିସରେ ବୁଧବାର ମହିଳା ୫୦କେଜି ଫାଇନାଲ ପୂର୍ବରୁ ଓଜନ ବେଳେ ଭିନେଶଙ୍କ ଓଜନ ୧୦୦ ଗ୍ରାମ୍‌ ଅଧିକ ଜଣାପଡ଼ିବା ପରେ ତାଙ୍କୁ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ କରାଯାଇଛି। ଫଳରେ ସ୍ବର୍ଣ୍ଣ ନିକଟବର୍ତ୍ତୀ ହୋଇଥିବା ଏହି କୁସ୍ତିଯୋଦ୍ଧା ବର୍ତ୍ତମାନ ବିନା ପଦକରେ ସ୍ବଦେଶ ଫେରିବେ। ପୁରସ୍କାର ଘୋଷଣା ପରେ ଏଲ୍‌ପିୟୁର ପ୍ରତିଷ୍ଠାତା କୁଳାଧିପତି ତଥା ରାଜ୍ୟ ସଭା ସଦସ୍ୟ ଅଶୋକ କୁମାର ମିତ୍ତଲ କହିଛନ୍ତି, ଏବେ ସୁଦ୍ଧା ଆମେ ଭିନେଶଙ୍କୁ ଜଣେ ପଦକ ବିଜେତା ବିବେଚନା କରୁଛୁ। ଚମତ୍କାର କ୍ରୀଡ଼ା ନୈପୁଣ୍ୟ ଦେଖାଇ ସେ ଫାଇନାଲରେ ପ୍ରବେଶ କରିଥିଲେ। ଏଥିଯୋଗୁ ସେ ଅତିକମ୍‌ରେ ରୌପ୍ୟ ପଦକ ପାଇଁ ହକ୍‌ଦାର ଥିଲେ। ପୂର୍ବ ପ୍ରତିଶ୍ରୁତି ଅନୁସାରେ ଆମ ଦୃଷ୍ଟିରେ ସେ ୨୫ ଲକ୍ଷ ଟଙ୍କା ପୁରସ୍କାର ରାଶି ପାଇବାରେ ହକ୍‌ଦାର ଅଟନ୍ତି। ଜଳନ୍ଧରରେ ଅବସ୍ଥିତ ଏହି ୟୁନିଭର୍ସିଟିରେ ଫୋଗଟ ମନୋବିଜ୍ଞାନରେ ଏମ୍‌.ଏ. ଅଧ୍ୟୟନ କରୁଛନ୍ତି। ଏଲ୍‌ପିୟୁ ପ୍ୟାରିସ ଅଲିମ୍ପିକ୍ସରେ ଭାଗ ନେଇଥିବା ଏହାର ଛାତ୍ରୀଛାତ୍ରଙ୍କ ପାଇଁ ପଦକ ପିଛା ପୁରସ୍କାର ଘୋଷଣା କରିଥିଲା। ସ୍ବର୍ଣ୍ଣ ଜିତିଲେ ୫୦ ଲକ୍ଷ, ରୌପ୍ୟ ଓ ବ୍ରୋଞ୍ଜ ପାଇଁ ଯଥାକ୍ରମେ ୨୫ଲକ୍ଷ ଓ ୧୦ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। ଏହି ବିଶ୍ୱବିଦ୍ୟାଳୟର ୨୪ଜଣ ଛାତ୍ରୀଛାତ୍ର ବିଭିନ୍ନ କ୍ରୀଡ଼ା ଯଥା ଜାଭେଲିନ୍‌, ରେସ୍‌ଲିଂ, ହକି, ଆଥଲେଟିକ୍ସ, ଭାରୋତ୍ତୋଳନ, ଶୁଟିଂ ଓ ବକ୍ସିଂରେ ପ୍ରତିନିଧିତ୍ୱ କରୁଛନ୍ତି, ଯାହାକି ଭାରତୀୟ ଦଳର ୨୧ ପ୍ରତିଶତ। ଏକ୍ଷେତ୍ରରେ ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍‌ଏ)ର ଷ୍ଟାଣ୍ଡଫୋର୍ଡ ୟୁନିଭର୍ସିଟି ପଛକୁ ଏଲ୍‌ପିୟୁ ଦ୍ୱିତୀୟ ସ୍ଥାନ ଅଧିକାର କରିଛି।

The post ଅଯୋଗ୍ୟ ଘୋଷିତ ସତ୍ତ୍ୱେ ଭିନେଶଙ୍କୁ ୨୫ ଲକ୍ଷ ଟଙ୍କା ପୁରସ୍କାର appeared first on Dharitri Odia News.