ଅଯୋଧ୍ୟା ରାମ ମନ୍ଦିର ଥିମରେ ରୂପାର ରଙ୍ଗୀନ ମୁଦ୍ରା ଜାରି, ଜାଣନ୍ତୁ ମୂଲ୍ୟ କେତେ ?

ନୂଆଦିଲ୍ଲୀ ୧୪।୪: ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପରେ ରାମଲଲାଙ୍କ ଦର୍ଶନ ନିମନ୍ତେ ଭକ୍ତଙ୍କ ଧାଡି ଲାଗୁଛି। ଏଥିରେ ଆଗକୁ ଆସୁଥିବା ରାମ ନବମୀ ଉତ୍ସବ ନିମନ୍ତେ ପ୍ରସ୍ତୁତି ମଧ୍ୟ ଚାଲିଛି। ଏବେ ରାମ ମନ୍ଦିରର ପ୍ରସାଦ, ସରଯୂ ନଦୀ ଜଳ ଭଳି ସାମଗ୍ରୀର ଚାହିଦା ମଧ୍ୟ ବଢି ଯାଇଛି। ଏଣୁ ସରକାର ସାର୍ବଜନିକ ବିକ୍ରି ନିମନ୍ତେ ସୀମିତ ସଂସ୍କରଣରେ ୫୦ ଗ୍ରାମ ଓଜନର ରୌପ୍ୟ ମୁଦ୍ରା ଜାରି କରିଛନ୍ତି। ଏହି ମୁଦ୍ରାର ଗୋଟିଏ ପାର୍ଶ୍ୱରେ ଅଯୋଧ୍ୟା ରାମ ମନ୍ଦିର ଥିବା ବେଳେ ଅପର ପାର୍ଶ୍ୱରେ ରାମ ଲଲାଙ୍କ ଚିତ୍ର ରହିଛି। ସାର୍ବଜନିକ ବିକ୍ରୟ ନିମନ୍ତେ ଜାରି ହୋଇଥିବା ଏହି ମୁଦ୍ରାର ମୂଲ୍ୟ ୫,୮୬୦ ଟଙ୍କା ରଖା ଯାଇଛି। ୫୦ ଗ୍ରାମ ଓଜନର ଏହି ରୌପ୍ୟ ମୁଦ୍ରା ୯୯୯ ପ୍ରତିଶତ ଶୁଦ୍ଧ ରୂପାରେ ତିଆରି ହୋଇଛି। ଏହାକୁ ଏସପିଏମସିଆଇଏଲଆଇ ୱେବସାଇଟରୁ ସିଧାଶଳଖ ଅନଲାଇନରେ କ୍ରୟ କରିହେବ। ଏହି ମୁଦ୍ରା ରାମ ଲଲା ଓ ରାମମନ୍ଦିର ଥିମରେ ନିର୍ମିତ ହୋଇଛି। ଏହି ମୁଦ୍ରାକୁ କିଣି ଘରର ପୂଜା ସ୍ଥଳରେ ରଖି ପୂଜା କରିହେବ। ଏହାକୁ ନିକଟ ସମ୍ପର୍କୀୟଙ୍କୁ ଉପହାର ମଧ୍ୟ ଦିଆଯାଇ ପାରିବ। ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗତ ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦି ଏହି ଅବସରକୁ ଏକ ନୂଆ ଯୁଗର ଆଗମନ ବୋଲି କହିଥିଲେ। ସେ ଲୋକଙ୍କୁ ମନ୍ଦିର ନିର

ଅଯୋଧ୍ୟା ରାମ ମନ୍ଦିର ଥିମରେ ରୂପାର ରଙ୍ଗୀନ ମୁଦ୍ରା ଜାରି, ଜାଣନ୍ତୁ ମୂଲ୍ୟ କେତେ ?

ନୂଆଦିଲ୍ଲୀ ୧୪।୪: ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପରେ ରାମଲଲାଙ୍କ ଦର୍ଶନ ନିମନ୍ତେ ଭକ୍ତଙ୍କ ଧାଡି ଲାଗୁଛି। ଏଥିରେ ଆଗକୁ ଆସୁଥିବା ରାମ ନବମୀ ଉତ୍ସବ ନିମନ୍ତେ ପ୍ରସ୍ତୁତି ମଧ୍ୟ ଚାଲିଛି। ଏବେ ରାମ ମନ୍ଦିରର ପ୍ରସାଦ, ସରଯୂ ନଦୀ ଜଳ ଭଳି ସାମଗ୍ରୀର ଚାହିଦା ମଧ୍ୟ ବଢି ଯାଇଛି। ଏଣୁ ସରକାର ସାର୍ବଜନିକ ବିକ୍ରି ନିମନ୍ତେ ସୀମିତ ସଂସ୍କରଣରେ ୫୦ ଗ୍ରାମ ଓଜନର ରୌପ୍ୟ ମୁଦ୍ରା ଜାରି କରିଛନ୍ତି। ଏହି ମୁଦ୍ରାର ଗୋଟିଏ ପାର୍ଶ୍ୱରେ ଅଯୋଧ୍ୟା ରାମ ମନ୍ଦିର ଥିବା ବେଳେ ଅପର ପାର୍ଶ୍ୱରେ ରାମ ଲଲାଙ୍କ ଚିତ୍ର ରହିଛି। 

ସାର୍ବଜନିକ ବିକ୍ରୟ ନିମନ୍ତେ ଜାରି ହୋଇଥିବା ଏହି ମୁଦ୍ରାର ମୂଲ୍ୟ ୫,୮୬୦ ଟଙ୍କା ରଖା ଯାଇଛି। ୫୦ ଗ୍ରାମ ଓଜନର ଏହି ରୌପ୍ୟ ମୁଦ୍ରା ୯୯୯ ପ୍ରତିଶତ ଶୁଦ୍ଧ ରୂପାରେ ତିଆରି ହୋଇଛି। ଏହାକୁ ଏସପିଏମସିଆଇଏଲଆଇ ୱେବସାଇଟରୁ ସିଧାଶଳଖ ଅନଲାଇନରେ କ୍ରୟ କରିହେବ। ଏହି ମୁଦ୍ରା ରାମ ଲଲା ଓ ରାମମନ୍ଦିର ଥିମରେ ନିର୍ମିତ ହୋଇଛି। ଏହି ମୁଦ୍ରାକୁ କିଣି ଘରର ପୂଜା ସ୍ଥଳରେ ରଖି ପୂଜା କରିହେବ। ଏହାକୁ ନିକଟ ସମ୍ପର୍କୀୟଙ୍କୁ ଉପହାର ମଧ୍ୟ ଦିଆଯାଇ ପାରିବ। 

ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗତ ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦି ଏହି ଅବସରକୁ ଏକ ନୂଆ ଯୁଗର ଆଗମନ ବୋଲି କହିଥିଲେ। ସେ ଲୋକଙ୍କୁ ମନ୍ଦିର ନିର୍ମାଣରୁ ଆଗକୁ ଯାଇ ୧୦୦୦ ବର୍ଷର ମଜଭୁତ, ଭବ୍ୟ ଓ ଦିବ୍ୟ ଭାରତ ନିଅଁ ପକାଇବାକୁ ଆହ୍ୱାନ ଦେଇଥିଲେ। ୨୨ ଜାନୁୟାରୀ ମଧ୍ୟାହ୍ନ ୧୨ଟା୨୯ ମିନିଟରେ ରାମ ଲଲାଙ୍କ ନବୀନ ବିଗ୍ରହର ପ୍ରାଣ ପ୍ରତିଷ୍ଠା ହୋଇଥିଲା।