ଅଯୋଧ୍ୟାରେ ସୁଦର୍ଶନଙ୍କ ନୂଆ ବିଶ୍ୱ ରେକର୍ଡ
ନୂଆଦିଲ୍ଲୀ, ୨୨।୧: ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ରବିବାର ଓଡ଼ିଶାର ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଅଯୋଧ୍ୟାର ରାମକଥା ପାର୍କରେ ସୁଦର୍ଶନଙ୍କ ଦ୍ୱାରା ପ୍ରସ୍ତୁତ ରାମମନ୍ଦିରର ୫୦୦ କ୍ଷୁଦ୍ର ପ୍ରତିରୂପ ସ୍ଥାନିତ ହୋଇଛି। ୫୦୦ ବର୍ଷ ଧରି ପ୍ରଭୁଙ୍କ ଆଗମନ ପାଇଁ କରାଯାଥିବା ପ୍ରତୀକ୍ଷାର ଅନ୍ତ ଘଟିଥିବା ସେ ଓ ତାଙ୍କ ୭ ଛାତ୍ରୀଛାତ୍ର ଏହି ବାଲୁକା କୃତୀ ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି। ମୁଖ୍ୟ ରାମମନ୍ଦିରର ଉଚ୍ଚତା […] The post ଅଯୋଧ୍ୟାରେ ସୁଦର୍ଶନଙ୍କ ନୂଆ ବିଶ୍ୱ ରେକର୍ଡ appeared first on Dharitri Odia News.
ନୂଆଦିଲ୍ଲୀ, ୨୨।୧: ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ରବିବାର ଓଡ଼ିଶାର ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଅଯୋଧ୍ୟାର ରାମକଥା ପାର୍କରେ ସୁଦର୍ଶନଙ୍କ ଦ୍ୱାରା ପ୍ରସ୍ତୁତ ରାମମନ୍ଦିରର ୫୦୦ କ୍ଷୁଦ୍ର ପ୍ରତିରୂପ ସ୍ଥାନିତ ହୋଇଛି। ୫୦୦ ବର୍ଷ ଧରି ପ୍ରଭୁଙ୍କ ଆଗମନ ପାଇଁ କରାଯାଥିବା ପ୍ରତୀକ୍ଷାର ଅନ୍ତ ଘଟିଥିବା ସେ ଓ ତାଙ୍କ ୭ ଛାତ୍ରୀଛାତ୍ର ଏହି ବାଲୁକା କୃତୀ ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି।
ମୁଖ୍ୟ ରାମମନ୍ଦିରର ଉଚ୍ଚତା ୨୩ ଫୁଟ୍ ଥିବାବେଳେ ଲମ୍ବ ୫୫ ଓ ଓସାର ୩୫ ଫୁଟ୍ ରହିଛି। ଏହାକୁ ଓ୍ବାଲର୍ଡ ରେକର୍କ୍ସ ବୁକ୍ ଅଫ୍ ଇଣ୍ଡିଆ ପକ୍ଷରୁ ସ୍ବୀକୃତି ପ୍ରଦାନ କରାଯାଇଛି। ଏହି ଅବସରରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମକଥା ପାର୍କ ପରିଦର୍ଶନ କରି ସୁଦର୍ଶନଙ୍କ କୃତି ସମ୍ମୁଖରେ ସେଲ୍ଫି ନେଇଛନ୍ତି।
Happy to know our sand art set a new world record in world’s records book of India.
Lord Shri Ram on sand with installation of 500 miniature replicas of the Ram temple at #Ayodhya.
Today Hon’ble Chief Minister, Yogi Aditya Nath ji visited the sculpture and congratulated for the… pic.twitter.com/rW9zV9Pn6q— Sudarsan Pattnaik (@sudarsansand) January 21, 2024
The post ଅଯୋଧ୍ୟାରେ ସୁଦର୍ଶନଙ୍କ ନୂଆ ବିଶ୍ୱ ରେକର୍ଡ appeared first on Dharitri Odia News.